www.samajalive.in
Monday, December 15, 2025
16.1 C
Bhubaneswar

କେଶ ପାଇଁ ରସୁଣର ବ୍ୟବହାର

ଆଜିର ଯୁବପିଢୀମାନେ କେଶ ଝଡିବା ନେଇ ଅଧିକ ଚିନ୍ତାରେ ରହିଥାଆନ୍ତି। ଖରାପ ଜୀବନ ଶୈଳୀ ଓ ଅଧିକ ଚିନ୍ତାଗ୍ରସ୍ତ ହେବା କାରଣରୁ କେଶ ଝଡିବା ପରି ସମସ୍ୟା ଦେଖା ଦେଇଥାଏ। ରସୁଣର କିଛି ଉପାୟ ରହିଛି ଯାହାକୁ ଆପଣେଇ କେଶ ଝଡିବା ସମସ୍ୟାରୁ ମୁକ୍ତି ପାଇପାରିବା। ରସୁଣରେ ଆଣ୍ଟି-ମାଇକ୍ରୋବାୟଲ ରହିଛି। ଏହାକୁ କେଶରେ ଲଗାଇବା ଦ୍ବାରା ଜୀବାଣୁ ଓ ବ୍ୟାକ୍ଟେରିଆ ଠାରୁ ମୁକ୍ତି ମିଳିଥାଏ। ଏହାସହ ରୂପି ସମସ୍ୟାରୁ ମଧ୍ୟ ମୁକ୍ତି ମିଳିଥାଏ। ରସୁଣକୁ କେଶରେ ଲଗାଇବା ଦ୍ବାରା ନୂଆ କେଶ ଉତ୍ପନ୍ନ ହୋଇ ତାହା ଘନ ହୋଇଥାଏ। ଆସନ୍ତୁ ଜାଣିବା, କେଶରେ ରସୁଣ ବ୍ୟବହାରର ଉପାୟ ସମ୍ବନ୍ଧରେ ..

ପ୍ରଥମେ ଚାରି ଚାମଚ ରସୁଣ ରସ ନେଇ ସେଥିରେ ଚାରି ଚାମଚ ପାଣିରେ ମିଶାଇ ଦିଅନ୍ତୁ। ଏହାକୁ ମୁଣ୍ଡର ଶିରାରେ ଭଲ ଭାବେ ମାଲିସ କରନ୍ତୁ। ଏହାକୁ ପ୍ରତ୍ୟେକ ଦିନ ଦୁଇ ଥର କରିବା ଦ୍ବାରା କେଶ ଝଡିବାରୁ ସମସ୍ୟାରୁ ମୁକ୍ତି ମିଳିବ।

- Advertisement -

୮ରୁ ୧୦ଟି ରସୁଣ ନେଇ ସେଥିରୁ ରସ ବାହାର କରି ଦିଅନ୍ତୁ। ତାପରେ ସେହି ରସରେ ଗୋଟିଏ ଚାମଚ ମହୁ ମିଶାଇ ଦିଅନ୍ତୁ। ତାପରେ ଏହାକୁ ମୁଣ୍ଡର ଶିରାରେ ଲଗାଇ ୨୦ମିନିଟ ପର୍ଯ୍ୟନ୍ତ ଛାଡି ଦିଅନ୍ତୁ। ତାପରେ କେଶକୁ ସାମ୍ପୁ କରି ଧୋଇ ଦିଅନ୍ତୁ। ସପ୍ତାହକୁ ଦୁଇ ଥର ଏପରି କରିବା ଦ୍ବାରା ରୂପି ସମସ୍ୟାରୁ ମୁକ୍ତି ମିଳିଥାଏ।

ଏହା ବ୍ୟତୀତ ଘନ ଓ ଲମ୍ବା କେଶ ପାଇଁ ନଡିଆ ତେଲ ସହ ରସୁଣ ମିଶାଇ ଲଗାନ୍ତୁ। ଏଥିପାଇଁ ନଡିଆ ତେଲକୁ ଅଳ୍ପ ଆଞ୍ଚରେ ଗରମ କରନ୍ତୁ। ସେଥିରେ ୪ରୁ ୫ଟି ରସୁଣ ପାଖୁଡା ପକାଇ ଫୁଟାନ୍ତୁ। ଏହି ତେଲକୁ ମୁଣ୍ଡର ଶିରାରେ କିଛି ସମୟ ମାଲିସ କରିବା ପରେ ଧୋଇ ଦିଅନ୍ତୁ। ଏପରି କରିବା ଦ୍ବାରା କେଶ ଝଡିବାରୁ ସମସ୍ୟାରୁ ମୁକ୍ତି ମିଳିବ।

 

Hot this week

ପିକନିକ୍‌ରୁ ଫେରିବାବେଳେ ଦୁର୍ଘଟଣା..

ଛତ୍ରପୁର: ଛତ୍ରପୁର ଜାତୀୟ ରାଜପଥ ଏକାମ୍ରନଗରରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। କୋରାପୁଟରୁ...

ବହିଷ୍କୃତ ପରେ ମୁହଁ ଖୋଲିଲେ ମୋକିମ୍‌: ମୋ ବିଚାରଧାରା କଂଗ୍ରେସ ସହ ଅଛି

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବହିଷ୍କୃତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି...

ମୁମ୍ବଇରେ ମେସି ମାନିଆ

ମୁମ୍ବଇ : ବିଶ୍ବବିଜେତା ଆର୍ଜେଣ୍ଟିନା ଫୁଟ୍‌ବଲ ଦଳର ଅଧିନାୟକ ଲିଓନେଲ୍ ମେସି...

ମେସିଙ୍କୁ ଜର୍ସି ଉପହାର ଦେଲେ ସଚିନ

ମୁମ୍ବଇ :କ୍ରିକେଟ୍ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ କ୍ରିକେଟ ଜଗତର ସବୁଠାରୁ ବଡ...

ବର୍ଦ୍ଧିତ ବେତନ ଦାନ କରିବେ ବରଗଡ଼ ବିଧାୟକ

ବରଗଡ଼ : ଓଡ଼ିଶା ସରକାର ବିଧାୟକ ଓ ମନ୍ତ୍ରୀମାନଙ୍କ ଦରମା ବୃଦ୍ଧି...

Related Articles

Popular Categories