www.samajalive.in
Thursday, December 11, 2025
27.1 C
Bhubaneswar

ସୁପ୍ରିମକୋର୍ଟଙ୍କ ଗୁରୁତ୍ଵପୂର୍ଣ୍ଣ ରାୟ; ପାଣ୍ଠି ତଥ୍ୟ ଦେବେ ରାଜନୈତିକ ଦଳ

ନୂଆଦିଲ୍ଲୀ: ଏଣିକି ସବୁ ରାଜନୈତିକ ଦଳ ନିଜର ପାଣ୍ଠି ସମ୍ପର୍କିତ ତଥ୍ୟ ପ୍ରଦାନ କରିବେ। ନିର୍ବାଚନ ଆୟୋଗଙ୍କ ନିକଟରେ ଦଳଗୁଡ଼ିକ ନିର୍ବାଚନୀ ବଣ୍ଡ ବା ଇଲେକ୍ଟୋରାଲ ବଣ୍ଡ୍‌ ଦାଖଲ କରିବେ ବୋଲି ସୁପ୍ରିମକୋର୍ଟ ଶୁକ୍ରବାର ନିର୍ଦେଶ ଦେଇଛନ୍ତି। ଦଳଗୁଡ଼ିକ ଆସନ୍ତା ମେ ୧୫ ତାରିଖ ସୁଦ୍ଧା ମିଳିଥିବା ସମସ୍ତ ପାଣ୍ଠି ସମ୍ପର୍କରେ ଜଣାଇବେ। ଦାନ ଦେଉଥିବା ବ୍ୟକ୍ତିଙ୍କ ପରିଚୟ ଏବଂ ବ୍ୟାଙ୍କ ଜମାଖାତାରେ ଥିବା ଟଙ୍କା ସମ୍ପର୍କିତ ତଥ୍ୟ ଏକ ଜଉମୁଦ ଲଫାଫାରେ ଆସନ୍ତା ମେ ୩୦ ତାରିଖ ସୁଦ୍ଧା ନିର୍ବାଚନ ଆୟୋଗଙ୍କୁ ହସ୍ତାନ୍ତର କରିବାକୁ ସର୍ବୋଚ୍ଚ ନ୍ୟାୟାଳୟ ଆଦେଶ ଦେଇଛନ୍ତି।

ସୁପ୍ରିମକୋର୍ଟ କହିଛନ୍ତି, ପରବର୍ତ୍ତୀ ନିର୍ଦେଶ ପର୍ଯ୍ୟନ୍ତ ନିର୍ବାଚନ ଆୟୋଗ ସମସ୍ତ ତଥ୍ୟ ବନ୍ଦ ଲଫାଫାରେ ରଖିବେ। ଏହା ମଧ୍ୟରେ ଆଇନରେ କରାଯାଇଥିବା ପରିବର୍ତ୍ତନ ଉପରେ କୋର୍ଟ ବିସ୍ତୃତ ଭାବେ ପରୀକ୍ଷଣ କରିବେ। ସୂଚନାଯୋଗ୍ୟ, ଇଲେକ୍ଟୋରାଲ ବଣ୍ଡ୍‌ର ବୈଧତାକୁ ଚ୍ୟାଲେଞ୍ଜ କରି ଏକ ଏଡିଆର ନାମକ ଏକ ଏନଜିଓ ପକ୍ଷରୁ ସୁପ୍ରିମକୋର୍ଟରେ ମାମଲା ରୁଜୁ କରାଯାଇଥିଲା। ନିର୍ବାଚନ ପ୍ରକ୍ରିୟାକୁ ସ୍ବଚ୍ଛ କରିବା ପାଇଁ ରାଜନୈତିକ ଦଳଗୁଡ଼ିକୁ କେଉଁମାନେ ଚାନ୍ଦା ଦେଉଛନ୍ତି ତାହା ଜାଣିବା ଜରୁରୀ। କାରଣ ସରକାରରେ ରହିଥିବା ଦଳକୁ ଅଧିକ ଚାନ୍ଦା ମିଳୁଛି ବୋଲି ଆବେଦନକାରୀ ଦର୍ଶାଇଥିଲେ। କୋର୍ଟ ମାମଲାର ଶୁଣାଣି କରି ରାୟ ସଂରକ୍ଷିତ ରଖିଥିଲେ।

Hot this week

୧୧ ମାଓବାଦୀଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ

ଭୁବନେଶ୍ବର: ରାଉରକେଲା ବାଙ୍କୋ ପଥର ଖଣିରୁ ୪ ହଜାର କିଲୋ ବିସ୍ଫୋରକ...

ଆରମ୍ଭ ହେଲା ଟ୍ରମ୍ପ ଗୋଲ୍ଡ କାର୍ଡ : ଆସନ୍ତୁ ଜାଣିବା କଣ ଏହା…

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ନୂତନ ଭିସା କାର୍ଯ୍ୟକ୍ରମ...

ଆଇନଶୃଙ୍ଖଳା ବଜାୟ ରଖ: କେଭି

ମାଲକାନଗିରି : ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ବୈଠକ ଶେଷ ହୋଇଛି। ପର୍ଯ୍ୟାୟକ୍ରମେ ଦୁଇ...

ପାକିସ୍ତାନକୁ ଏଫ-୧୬ ଯୁଦ୍ଧ ବିମାନର ପ୍ରଯୁକ୍ତିବିଦ୍ୟା ବିକିବ ଆମେରିକା

ସମାଜ ଲାଇଭ ଡ଼େସ୍କ : ଯୁକ୍ତରାଷ୍ଟ୍ର ଆମେରିକା ପାକିସ୍ତାନକୁ ଏଫ-୧୬ ଯୁଦ୍ଧ...

ଥରୁଛି ସାରା ଓଡିଶା : ୧୦ ଡିଗ୍ରୀ ତଳେ ୧୬ ସହର

ଭୁବନେଶ୍ଵର : ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ୧୦ ଡିଗ୍ରୀ...

Related Articles

Popular Categories