www.samajalive.in
Wednesday, December 10, 2025
18.1 C
Bhubaneswar

ରୁଜ୍‌ଭେଲ୍ଟ ଓ ଟେଡିବିଅର କଣ୍ଢେଇ

ସାଇଶ୍ରୀ ଲୋକନାଥ ପ୍ରସାଦ ସେଠୀ

ପିଲାଙ୍କ ଖେଳଣା ହେବାଠାରୁ ଆରମ୍ଭକରି ବୈଠକ ଗୃହ ତଥା ମୋଟରଗାଡ଼ିର ଶୋଭା ବର୍ଦ୍ଧନ କରିବା ଯାଏ ଟେଡିବିଅର କଣ୍ଢେଇର ପତିଆରା ସବୁଠି ଦେଖିବାକୁ ମିଳେ। ତେବେ ଏହାର ଉଦ୍ଭବ ପଛରେ ରହିଛି ଏକ ରୋଚକ ଘଟଣାବଳୀ। ପ୍ରସିଦ୍ଧ ଆମେରିକୀୟ ରାଜନୀତିଜ୍ଞ ତଥା ରାଷ୍ଟ୍ରପତି ଥିଓଡର ରୁଜଭେଲ୍ଟ ୧୯୦୨ ମସିହାରେ ଥରେ ଭଲ୍ଲୁକ ଶିକାର ପାଇଁ ମିସିସିପି ଗଭର୍ଣ୍ଣରଙ୍କ ନିମନ୍ତ୍ରଣ ରକ୍ଷାକରି ଏକ ପ୍ରମୋଦ ଭ୍ରମଣରେ ସେଠାକାର ବନାଞ୍ଚଳକୁ ଯାଇଥିଲେ, ଯାହାକି ଗୋଟିଏ ଐତିହାସିକ କଣ୍ଢେଇ ଉଦ୍ଭାବନର ପ୍ରେରଣା ଉତ୍ସ ପାଲଟି ଥିଲା। ଏହା ଥିଲା ପୃଥିବୀରେ ଶିଶୁମାନଙ୍କର ସର୍ବାଧିକ ପ୍ରିୟ ଖେଳନାର ପ୍ରତିକୃତି। ଘଟଣାଟି କିଛି ଏହିପରି- ହଲ୍ଟ କୋଲିଅର ନାମକ ଜଣେ କୃଷି କ୍ରୀତଦାସଙ୍କୁ ଜଙ୍ଗଲୀ ଶିକାର ଅନ୍ବେଷଣ କରିବାର ଦାୟିତ୍ବ ସମ୍ପାଦନ କରିବା ପାଇଁ ନିର୍ଦେଶ ଦିଆଯାଇଥିଲା, କାରଣ ସେ ଥିଲେ ଜଣେ ଅସାଧାରଣ, ଦକ୍ଷ ଶିକାରୀ।
ପ୍ରକାରାନ୍ତରେ ଜଙ୍ଗଲୀ ଭାଲୁକୁ ଥିଓଡ଼ର ରୁଜ୍‌ଭେଲ୍ଟଙ୍କ ମଞ୍ଚା ପାଖକୁ ଘଉଡ଼ାଇ ଆଣିବାର ଦାୟିତ୍ବ ହଲ୍ଟ କୋଲିଅର ଏବଂ ତାଙ୍କର ଶିକାରୀ କୁକୁରମାନଙ୍କୁ ଦିଆଯାଇଥିଲା, ଯେମିତି କି ଅପେକ୍ଷାରତ ମଞ୍ଚାସୀନ ଥିଓଡ଼ର ରୁଜ୍‌ଭେଲ୍ଟ ଭାଲୁକୁ ସିଧାସଳଖ ଗୁଳିବିଦ୍ଧ କରି ମାରି ପାରିବେ। ଅଥଚ ସେଦିନ ଯେତେବେଳେ ହଲ୍ଟ କୋଲିଅର ଏବଂ ତାଙ୍କର ଶିକାରୀ କୁକୁର ଜଙ୍ଗଲୀ ଭାଲୁକୁ ଥିଓଡର ରୁଜଭେଲ୍ଟଙ୍କ ମଞ୍ଚା ପାଖକୁ ଘଉଡ଼ାଇ ଆଣିଲେ ସେତେବେଳକୁ ରୁଜଭେଲ୍ଟ ମଧ୍ୟାହ୍ନ ଭୋଜନ ପାଇଁ ପ୍ରସ୍ଥାନ କରିସାରିଥିଲେ। ଏହି ଅପ୍ରତ୍ୟାଶିତ ପରିସ୍ଥିତିର ସୁଯୋଗ ପାଇ ଭୟଭୀତ ଭାଲୁଟି ହଲ୍ଟ କୋଲିଅରଙ୍କର ଗୋଟିଏ ଶିକାରୀ କୁକୁରକୁ ପ୍ରାଣ ବିକଳରେ ଅତର୍କିତ ଆକ୍ରମଣ କରିଥିଲା। ଶିକାରକୁ ହଲ୍ଟ କୋଲିଅର ନିଜେ କେବେ ମାରିବେ ନାହିଁବୋଲି ରାଷ୍ଟ୍ରପତି ଥିଓଡର ରୁଜ୍‌ଭେଲ୍ଟଙ୍କୁ ସେ ଦେଇଥିବା ପ୍ରତିଶ୍ରୁତିକୁ ରକ୍ଷାକରିବାକୁ ହେବ। ଏହି ପରିପ୍ରେକ୍ଷୀରେ କୋଲିଅର ହିଂସ୍ର ଭାଲୁକୁ ରାଇଫଲ ପଛଦ୍ବାରା ଆଘାତ କରିବାସହ କୌଶଳ କ୍ରମେ ତାକୁ ଏକ ବୃକ୍ଷରେ ବାନ୍ଧିପକାଇଥିଲେ। କିଛିକ୍ଷଣ ଅନ୍ତେ ଥିଓଡର ରୁଜଭେଲ୍ଟ ଯେତେବେଳେ ପୁନରାୟ ମଞ୍ଚା ନିକଟକୁ ଫେରି ବନ୍ଧା ହୋଇଥିବା ଭାଲୁକୁ ଦେଖି ଏସବୁ ଜାଣିଲେ, ସେ ହଲ୍ଟ କୋଲିଅରଙ୍କ ବଳ, ବୁଦ୍ଧିମତ୍ତା ଓ କୌଶଳର ପ୍ରମାଣ ପାଇ ତାଙ୍କର ଭୂୟସୀ ପ୍ରଶଂସା କରିଥିଲେ। ତେବେ ନିଜକୁ ବଞ୍ଚାଇବା ପାଇଁ ଅକ୍ଷମ ଓ ଆଘାତପ୍ରାପ୍ତ ଭାଲୁକୁ ନ ମାରିବାକୁ ସେ ଉଦାର ନିଷ୍ପତ୍ତି ନେଲେ। ଏହି ଘଟଣା ପ୍ରବାହ ଉପରେ ସେଠାକାର ସମ୍ବାଦପତ୍ର ଗୁଡ଼ିକରେ ଥିଓଡର ରୁଜଭେଲ୍ଟଙ୍କ ବ୍ୟକ୍ତିତ୍ବ ସମ୍ପର୍କରେ ବ୍ୟାପକ ଆ​‌େ​‌ଲାଚନା ପ୍ରକାଶ କରାଯାଇଥିଲା ଏବଂ ୧୯୦୨ ମସିହାରେ ୱାଶଂିଟନ ପୋଷ୍ଟ ନାମକ ଏକ ସମ୍ବାଦପତ୍ର, ବ୍ୟଙ୍ଗ ଚିତ୍ରଶିଳ୍ପୀ କ୍ଳିଫୋର୍ଡ ବେରିମ୍ୟାନଙ୍କ ଦ୍ବାରା ଅଙ୍କିତ ଧାରାବାହିକ ବ୍ୟଙ୍ଗଚିତ୍ର ସବୁ ପ୍ରକାଶ କରିଥିଲା। ପ୍ରାରମ୍ଭରେ ଥିଓଡର ରୁଜଭେଲ୍ଟ ଓ ଏକ ବୟସ୍କ ଭାଲୁ ଏକ ବୃକ୍ଷରେ ଏକତ୍ର ବନ୍ଧା ହୋଇଥିବାର ବ୍ୟଙ୍ଗ ଚିତ୍ର ପ୍ରକାଶ ପାଇଥିଲା ଏବଂ ପରବର୍ତ୍ତୀ ବ୍ୟଙ୍ଗ ଚିତ୍ର ଧାରାରେ ବୟସ୍କ ଭାଲୁକୁ ଏକ ଗୁଲୁଗୁଲିଆ ଭାଲୁ ଛୁଆ ଭାବରେ ଚିତ୍ରଣ କରାଯାଇଥିଲା। ଏହି ଚିତ୍ର ଦ୍ବାରା ଅନୁପ୍ରେରିତ ହୋଇ ବୃକଲିନ, ନ୍ୟୁୟର୍କର ମୋରିସ ଏବଂ ରୋଜ ମିକଟମ ନାମକ ଦୁଇ ବ୍ୟବସାୟୀ ଏକ ଖେଳନା ଭାଲୁ ପ୍ରସ୍ତୁତ କରିଥିଲେ। ଏହାର ନାମ ଟେଡି ରୁଜଭେଲ୍ଟଙ୍କ ନାମ ଅନୁସାରେ ରଖା ଯାଇଥିବାବେଳେ, ଏହି ଖେଳନା ଭାଲୁଟିକୁ ସତ ଭାଲୁ ପରି ରୂପ ଦିଆନଯାଇ ଏକ ମନୋରମ ନିରୀହ ଭାଲୁଛୁଆର ରୂପ ଦିଆଯାଇଥିଲା, ଯାହାକି ମହିଳା ଓ ଶିଶୁମାନଙ୍କ ଦ୍ବାରା ଅତ୍ୟନ୍ତ ଆଦୃତ ହୋଇଥିଲା।
ପରବର୍ତ୍ତୀ ସମୟରେ ସେ ମିକଟମ ନାମକ ଏକ ଦାତବ୍ୟ ଅନୁଷ୍ଠାନ ଓ ଖେଳନା ପ୍ରସ୍ତୁତକାରୀ ପ୍ରତିଷ୍ଠାନ ଆରମ୍ଭ କରିଥିଲେ, ଯାହାକି ଅଦ୍ୟାବଧି କାର୍ଯ୍ୟ କରୁଅଛି। ସଂଯୋଗକ୍ରମେ ଜର୍ମାନୀର ସିମଷ୍ଟେସ ମାର୍ଗାରେଟ ଷ୍ଟିଫ ସେହି ଏକ ସମୟରେ ମଧ୍ୟ ଖେଳନା ଭାଲୁ ପ୍ରସ୍ତୁତ କରିଥିଲେ। ଇଉରୋପରୁ ଏହି ବହୁ ଚର୍ଚ୍ଚିତ କଣ୍ଢେଇ ଯାଇ ଆମେରିକୀୟ ବୈଠକ ଗୃହ ପ୍ରଦର୍ଶନ ଥାକର ଶୋଭା ମଣ୍ଡନ କରିଥିଲା। ଷ୍ଟିଫ୍‌ଙ୍କ ଖେଳନା ଭାଲୁର ବାଣିଜ୍ୟ ମୋହର ଚିହ୍ନ ଏହାର ବାମ କାନ ଉପରେ ଅଙ୍କିତ ଥାଏ ଏବଂ ଏହା ଅତ୍ୟନ୍ତ ଉଚ୍ଚ ଦରର ହୋଇଥିବାବେଳେ ଏହାର ପୁରାତନ କୃତିଗୁଡ଼ିକ ସଂଗ୍ରାହକମାନଙ୍କ ମଧ୍ୟରେ ଅତ୍ୟଧିକ ଚାହିଦା ସୃଷ୍ଟି କରିଥାଏ। ଆଜିର ଦିନରେ ଏହି ଲୋକାଦୃତ ଓ ବହୁଳ ବ୍ୟବହୃତ ଖେଳନା ଯେ ଆମେରିକୀୟ ରାଜନୀତିଜ୍ଞ ତଥା ରାଷ୍ଟ୍ରପତି ଥିଓଡର ରୁଜଭେଲ୍ଟଙ୍କ ଭଲ୍ଲୁକ ଶିକାରର ପରିଣତି ତାହା ସତରେ ନିଆରା।
ଓଡ଼ିଶା ରାଜସ୍ବ ସେବା ଅଧିକାରୀ

Hot this week

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

Related Articles

Popular Categories