କଂଗ୍ରେସ ସହ ସମ୍ପର୍କ ଚ୍ଛିନ୍ନ କରିବ ଠାକୋର ସେନା, ଇସ୍ତଫା ଦେବେ ଅଳ୍ପେଶ ଠାକୋର!
ଅହମଦାବାଦ : କଂଗ୍ରେସଠାରୁ ସମ୍ପର୍କ ଚ୍ଛିନ୍ନ କରିବା ପାଇଁ ଗୁଜୁରାଟରେ ଆଞ୍ଚଳିକ ସଂଗଠନ ଠାକୋର ସେନା ନିଷ୍ପତ୍ତି ନେଇଛି। ଏହି କ୍ରମରେ କଂଗ୍ରେସ ଦଳରୁ ଇସ୍ତଫା ଦେବା ପାଇଁ ସଂଗଠନର ସଦସ୍ୟ ବିଧାୟକ ଅଳ୍ପେଶ ଠାକୋରଙ୍କ ଉପରେ ଠାକୋର ସେନା ଚାପ ପକାଇଛି। ନଚେତ ଠାକୋର ସେନା ତାଙ୍କଠାରୁ ଅଲଗା ହୋଇଯିବ ବୋଲି ଧମକ ଦେଇଛି। କଂଗ୍ରେସରୁ ଇସ୍ତଫା ଦେଇ ୨୪ ଘଣ୍ଟା ମଧ୍ୟରେ ନିଜ ଆଭିମୁଖ୍ୟ ସ୍ପଷ୍ଟ କରିବାକୁ ଠାକୋର ସେନା ଅଳ୍ପେଶଙ୍କୁ କହିଛି। ସ୍ଥାନୀୟ ଦଳୀୟ ନେତୃତ୍ୱ ଉପରେ ଠାକୋର ସେନା ଅସନ୍ତୁଷ୍ଟ ଥିବା କୁହାଯାଇଛି।
ସୂଚନା ଅନୁସାରେ ଅଳ୍ପେଶ ଠାକୋର ପାଟନ ଲୋକସଭା ଆସନରୁ ନିର୍ବାଚନ ଲଢିବାକୁ ଚାହୁଁଥିଲେ। ହେଲେ କଂଗ୍ରେସ ତାଙ୍କ ବଦଳରେ ପୂର୍ବତନ ସାଂସଦ ଜଗଦୀଶ ଠାକୋରଙ୍କୁ ପ୍ରାର୍ଥୀ କରିଛି। ଏହାପରେ ଠାକୋର ସେନା ସାବରକାଂଠା ଲୋକସଭା ଆସନରୁ ସଂଗଠନର ଜଣେ ସଦସ୍ୟଙ୍କୁ ପ୍ରାର୍ଥୀ କରିବାକୁ କହିଥିଲା। ହେଲେ କଂଗ୍ରେସ ଏହାକୁ ବି ଅଣଦେଖା କରିଦେଇଛି। ଫଳରେ ଠାକୋର ସେନା କଂଗ୍ରେସ ସହ ସମ୍ପର୍କ ଚ୍ଛିନ୍ନ କରିବା ପାଇଁ ନିଷ୍ପତ୍ତି ନେଇଛି।
Comments are closed.