www.samajalive.in
Saturday, December 6, 2025
15.1 C
Bhubaneswar

ଏହି ସ୍ଥାନରେ ମା’ଙ୍କୁ ଦର୍ଶନ କଲେ ପୂରଣ ହୋଇଥାଏ ମନସ୍କାମନା

ନବରାତ୍ରି ଅବସରରେ ସମ୍ପୂର୍ଣ୍ଣ ଦେଶରେ ମା’ଙ୍କ ବିଭିନ୍ନ ମନ୍ଦିରମାନଙ୍କରେ ଭକ୍ତଙ୍କ ଭିଡ଼ ଜମିଥାଏ। ବର୍ତ୍ତମାନ ଚୈତ୍ରମାସର ନବରାତ୍ରି ଚାଲୁଛି। ଏପରି ମାନ୍ୟତା ରହିଛି ଯେ, ନବରାତ୍ରି ସମୟରେ ମା’ଙ୍କୁ ପୂଜାର୍ଚ୍ଚନା କରିବା ଦ୍ୱାରା ସମସ୍ତ ମନସ୍କାମନା ପୂର୍ଣ୍ଣ ହୋଇଥାଏ। ଆସନ୍ତୁ ଜାଣିବା ଉତ୍ତରପ୍ରଦେଶର ଏପରି କିଛି ମନ୍ଦିର ମାନଙ୍କ ବିଷୟରେ ଯେଉଁଠାରେ ମା’ଙ୍କୁ ଦର୍ଶନ କଲେ ସମସ୍ତ ମନସ୍କାମନା ପୂରଣ ହୋଇଥାଏ ବୋଲି ବିଶ୍ୱାସ ରହିଛି।
ବାରାଣସୀର ଶୈଳପୁତ୍ରୀ
କାଶୀର ନଗରର ବାରାଣସୀର ଅଲଈପୁର କ୍ଷେତ୍ରରେ ମା’ ଶୈଳପୁତ୍ରୀଙ୍କର ମନ୍ଦିର ରହିଛି। ଏହି ମନ୍ଦିରକୁ ନେଇ ଏପରି ମାନ୍ୟତା ରହିଛି ଯେ, ନବରାତ୍ରିର ପ୍ରଥମ ଦିନ ମା’ଙ୍କୁ ଦର୍ଶନ କଲେ ସମସ୍ତ ଇଚ୍ଛା ପୂରଣ ହୋଇଥାଏ। ଏହାସହ ନବରାତ୍ରି ସମୟରେ ମଧ୍ୟ ମା’ଙ୍କୁ ଦର୍ଶନ କରି ପୂଜା କଲେ ବୈବାହିକ ଜୀବନରେ ଥିବା ସମସ୍ୟା ଦୂର ହୋଇଥାଏ।
ଦେବୀ ପାଟନ ମନ୍ଦିର, ବଳରାମପୁର
ଉତ୍ତରପ୍ରଦେଶର ବଳରାମପୁର ଜିଲାର ତୁଳସୀପୁର ସହରରେ ଦେବୀ ପାଟନ ମନ୍ଦିର ଅବସ୍ଥିତ। ଏଠାରେ ନବରାତ୍ରି ସମୟରେ ଏକ ମାସ ପର୍ଯ୍ୟନ୍ତ ମେଳାର ଆୟୋଜନ କରାଯାଇଥାଏ। ଏପରି କୁହାଯାଏ ପଟେଶ୍ୱରୀ ମାତା ନିଜ ଭକ୍ତଙ୍କର ମନସ୍କାମନା ପୂରଣ କରିଥାଆନ୍ତି। ଲକ୍ଷାଧିକ ସଂଖ୍ୟାରେ ଏଠାରେ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଥାଏ।
ମା’ଲଲିତା ଦେବୀ ମନ୍ଦିର, ସୀତାପୁର
ଏହି ମନ୍ଦିରରେ ମା’ଙ୍କୁ ଦର୍ଶନ କରିବା ପାଇଁ ବହୁ ଦୂରଦୂରାନ୍ତରରୁ ଲୋକେ ଆସିଥାଆନ୍ତି। ଏଠାରେ ମା’ଙ୍କୁ ଲାଲ ରଙ୍ଗର ଓଢଣୀ ଅର୍ପଣ କରାଯାଏ। ଏପରି କରିବା ଦ୍ୱାରା ଚକ୍ଷୁ ଜନିତ କେତେକ ସମସ୍ୟା ଦୂର ହୋଇଥାଏ ବୋଲି ମାନ୍ୟତା ରହିଛି। ମନ୍ଦିରର କାରୁକାର୍ଯ୍ୟ ଖୁବ ଆକର୍ଷଣୀୟ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories