www.samajalive.in
Saturday, December 6, 2025
14.1 C
Bhubaneswar

ଆମେଠିରେ ରାହୁଲଙ୍କ ବିଶାଳ ରୋଡ୍‌ ଶୋ; ନାମାଙ୍କନପତ୍ର ଦାଖଲ କଲେ

ଆମେଠି: ଉତ୍ତର ପ୍ରଦେଶରେ କଂଗ୍ରେସର ଗଡ଼ କୁହାଯାଉଥିବା ଆମେଠିରୁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ବୁଧବାର ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଏହା ପୂର୍ବରୁ ରାହୁଲ ଏକ ବିଶାଳ ରୋଡ୍‌ ଶୋ’ କରି ନିଜର ଶକ୍ତି ପ୍ରଦର୍ଶନ କରିଛନ୍ତି। ରୋଡ୍‌ ଶୋ’ରେ ହଜାର ହଜାର ସଂଖ୍ୟାରେ ସମର୍ଥକ ସାମିଲ ହୋଇଥିଲେ। ଏପରି କି ରୋଡ୍‌ ଶୋ’ ସମୟରେ ସମର୍ଥକମାନେ ଫୁଲ ପକାଇ ତାଙ୍କର ସ୍ବାଗତ କରିଥିଲେ। ରୋଡ୍‌ ଶୋ’ରେ ଭଉଣୀ ତଥା କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଏବଂ ତାଙ୍କ ସ୍ବାମୀ ରବର୍ଟ ଭଦ୍ରା ସାମିଲ ହୋଇଥିଲେ। ପରେ ରାହୁଲ ନିଜର ପ୍ରାର୍ଥିପତ୍ର ଦାଖଲ କରିଥିଲେ।

ସୂଚନାଯୋଗ୍ୟ, ରାହୁଲ ଚଳିତ ନିର୍ବାଚନରେ ୨ଟି ଆସନରୁ ଲଢ଼ୁଛନ୍ତି। ଆମେଠି ବ୍ୟତୀତ ସେ କେରଳର ୱାୟନାଡ ଆସନରୁ ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି। ପୂର୍ବରୁ ସେ ୱାୟନାଡ ଆସନ ପାଇଁ ପ୍ରାର୍ଥିପତ୍ର ଦାଖଲ କରିସାରିଛନ୍ତି। ତେବେ ରାହୁଲ ୨ଟି ଜାଗାରୁ ନିର୍ବାଚନ ଲଢୁଥିବାରୁ ବିଜେପି କଡ଼ା ସମାଲୋଚନା କରିଛି। ଆମେଠିରୁ ବିଜେପିରୁ ସ୍ମୃତି ଇରାନୀ ପ୍ରାର୍ଥୀ ହୋଇଥିବାରୁ ରାହୁଲ ତାଙ୍କୁ ଡରି ହାରିଯିବା ଭୟରେ ୱାୟନାଡରୁ ନିର୍ବାଚନ ଲଢ଼ୁଥିବା ବିଜେପି ପକ୍ଷରୁ କୁହାଯାଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories