www.samajalive.in
Saturday, December 6, 2025
15.1 C
Bhubaneswar

ସୁନ୍ଦରଗଡ଼ରେ ମୁଖ୍ୟମନ୍ତ୍ରୀଙ୍କ ପ୍ରଚାର; କେନ୍ଦ୍ରକୁ ଟାର୍ଗେଟ କଲେ

ସୁନ୍ଦରଗଡ଼ : ବିଜେଡ଼ି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ସୁନ୍ଦରଗଡ଼ ଜିଲାରେ ନିର୍ବାଚନୀ ପ୍ରଚାର କରିଛନ୍ତି। ହେମଗିରିଠାରେ ଆୟୋଜିତ ଏକ ସଭାରେ ମୁଖ୍ୟମନ୍ତ୍ରୀ ଯୋଗଦେଇ କର୍ମୀଙ୍କୁ ଉଦବୋଧନ ଦେବା ସହ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି। ବ୍ରାହ୍ମଣୀ ନଦୀରେ ଦ୍ୱିତୀୟ ସେତୁ କୁଆଡ଼େ ଗଲା ବୋଲି ମୁଖ୍ୟମନ୍ତ୍ରୀ ପ୍ରଶ୍ନ କରିଛନ୍ତି। ନିର୍ବାଚନ ଆସିଥିବାରୁ ରାଜ୍ୟରେ କେନ୍ଦ୍ରୀୟ ନେତାଙ୍କ ପାଦ ପଡ଼ୁଛି, ସେମାନେ ଦେଇଥିବା ପ୍ରତିଶ୍ରୁତି ସବୁ କୁଆଡ଼େ ଗଲା ବୋଲି ନବୀନ କହିଛନ୍ତି। ଦୁଇଗୁଣା ଏମଏସପି କୁଆଡ଼େ ଗଲା, ଅନୁସୂଚିତ ଜାତି ଓ ଜନଜାତି ଛାତ୍ରଛାତ୍ରୀଙ୍କ ଛାତ୍ର ବୃତ୍ତି କାହିଁକି ବନ୍ଦ କରାଗଲା ବୋଲି ନବୀନ ପ୍ରଶ୍ନ କରିଛନ୍ତି। ସେ ନିଜ ଅଭିଭାଷଣରେ ଆହୁରି ମଧ୍ୟ କହିଛନ୍ତି ଯେ, ବିଜେଡ଼ି ସରକାର ମହିଳାଙ୍କ ଉପରେ ଗୁରୁତ୍ୱ ଦେଇଛି। ମା’ମାନେ ବିକାଶର ପ୍ରକୃତ ଡ଼ବଲ ଇଞ୍ଜିନ। ଆମର ହାଇକମାଣ୍ଡ ହେଉଛନ୍ତି ଓଡ଼ିଆବାସୀ। କାଳିଆ ଯୋଜନାରେ ୪୦ ଲକ୍ଷ ଚାଷୀ ଉପକୃତ ହୋଇଛନ୍ତି, ଏହାକୁ କେନ୍ଦ୍ର ସରକାର ବନ୍ଦ କରିବାକୁ ଚକ୍ରାନ୍ତ ଚଳାଇଛନ୍ତି। ସାରା ବିଶ୍ୱରେ ହକି ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି। ସୁନ୍ଦରଗଡ଼ ହକିର ଜନ୍ମଭୂମି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories