ପ୍ରିୟଙ୍କା ଗାନ୍ଧୀଙ୍କ ରୋଡ ଶୋ’ରେ କଂଗ୍ରେସ-ବିଜେପି କର୍ମୀ ମୁହାଁମୁହିଁ
ଲକ୍ଷ୍ନୌ : ବିଜନୌରଠାରେ ମଙ୍ଗଳବାର କଂଗ୍ରେସର ରାଷ୍ଟ୍ରୀୟ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀଙ୍କ ରୋଡ଼ ଶୋ’ରେ ହଙ୍ଗାମା ଘଟିଛି। ଏଠାକାର ରୋଡ଼ ଶୋ’ରେ କଂଗ୍ରେସ କର୍ମୀ ଓ ବିଜେପି କର୍ମୀଙ୍କ ମଧ୍ୟରେ ସଂଘର୍ଷ ଘଟିଛି।
ସୂଚନା ଅନୁସାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାରର ଶେଷ ଦିନରେ ପ୍ରିୟଙ୍କା ଗାନ୍ଧୀଙ୍କ ପ୍ରଥମେ ସାହାରନପୁର ପରେ ବିଜନୌରଠାରେ ରୋଡ଼ ଶୋ କରିବାର କାର୍ଯ୍ୟକ୍ରମ ଥିଲା। କିନ୍ତୁ ପ୍ରିୟଙ୍କା ନିଷ୍ପତ୍ତି ବଦଳାଇ ପ୍ରଥମେ ବିଜନୌରଠାରେ ରୋଡ଼ ଶୋ କରିବାକୁ ପହଞ୍ଚିଥିଲେ। ରୋଡ଼ ଶୋ’ ସମୟରେ କଂଗ୍ରେସ କର୍ମୀ ଓ ବିଜେପି କର୍ମୀଙ୍କ ମଧ୍ୟରେ ସଂଘର୍ଷ ଘଟିଥିଲା। ବିଜେପି କର୍ମୀମାନେ ମୋଦୀ, ସ୍ଳୋଗାନ ଦେବା ସହ ଦଳୀୟ ପତାକା ଦେଖାଇଥିଲେ। କଂଗ୍ରେସ କର୍ମୀମାନେ ଏହାକୁ ବିରୋଧ କରିବା ପରେ ସଂଘର୍ଷ ଆରମ୍ଭ ହୋଇଥିଲା । ପରେ ପୁଲିସ୍ ସହାୟତାରେ ପରିସ୍ଥିତିକୁ ନିୟନ୍ତ୍ରଣାଧୀନ କରାଯାଇଥିଲା। ପୁଲିସ୍ ବିଜେପି ସମର୍ଥକଙ୍କୁ ନେଇ ଏକ ଦୋକାନରେ ବନ୍ଦ କରିଦେଇଥିଲା। ତେବେ ପ୍ରିୟଙ୍କାଙ୍କ ରୋଡ଼ ଶୋରେ ଜନତାଙ୍କ ଭିଡ଼ ଦେଖିବାକୁ ମିଳିଥିଲା। ରୋଡ଼ ଶୋ’ରେ ପ୍ରାୟ ଦେଢ କିଲୋମିଟର ପର୍ଯ୍ୟନ୍ତ ଲୋକଙ୍କ ଲମ୍ବା ଧାଡ଼ି ଲାଗିଥିଲା।
Comments are closed.