ଗୋରା ରଙ୍ଗ ପାଇବା ପାଇଁ ଆପଣାନ୍ତୁ ଏହି ଉପାୟ : ମାତ୍ର ୧୦ ଦିନରେ ଜାଣିପାରିବେ ପାର୍ଥକ୍ୟ

ସାଧାରଣତଃ ସମସ୍ତେ ବିଶେଷ କରି ମହିଳାମାନେ ଏକ ଗୋରା ଓ କୋମଳ ଚେହେରା ପାଇବା ପାଇଁ ଆଶାୟୀ ଥାଆନ୍ତି। ଏଥିପାଇଁ ସେମାନେ ଅନେକ ରାସ୍ତା ମଧ୍ୟ ଆପଣାଇ ଥାଆନ୍ତି। ଆଜିକାଲି ବଜାରରେ ରାସାୟନିକ ପଦାର୍ଥ ମିଶ୍ରିତ ବିଭିନ୍ନ ପ୍ରକାରର ପ୍ରସାଧନ ସାମଗ୍ରୀ ମିଳୁଛି। ଏଗୁଡ଼ିକ ଲଗାଇଲେ ଗୋରାପଣ ମିଳିବ ବୋଲି ମନେ କରି ଲୋକେ ବହୁତ ଟଙ୍କା ଖର୍ଚ୍ଚ କରି ଏହାକୁ ଆଣି ବ୍ୟବହାର କରନ୍ତି। କିନ୍ତୁ ସେପରି କିଛି ଫଳ ମିଳିନଥାଏ। ବରଂ ଏସବୁର ବ୍ୟବହାର ଦ୍ବାରା ଆପଣଙ୍କ ତ୍ବଚା ଖରାପ ହୋଇଯାଇଥାଏ। ତେବେ ଏପରି କିଛି ଉପାୟ ରହିଛି ଯାହାର ଅବଲମ୍ବନରେ ବିନା କୌଣସି ପାର୍ଶ୍ବ ପ୍ରତିକ୍ରିୟାରେ ମାତ୍ର ୧୦ ଦିନରେ ଗୋରା ଓ ଚମକୁଥିବା ରଙ୍ଗ ପାଇପାରିବେ। ଆସନ୍ତୁ ଜାଣିବା ୧୦ଦିନ ମଧ୍ୟରେ ଆପଣ କିପରି ଗୋରା ହୋଇପାରିବା –

 

ଏଥିପାଇଁ ଆପଣଙ୍କୁ ଏକ ମିଶ୍ରଣ ପ୍ରସ୍ତୁତ କରିବାକୁ ପଡ଼ିବ ଏବଂ ଏହି ମିଶ୍ରଣକୁ ପ୍ରସ୍ତୁତ କରିବା ପାଇଁ ଆପଣଙ୍କୁ ଭିଟାମିନ୍-ଇ କ୍ୟାପସୁଲ, ମହୁ, ଲେମ୍ବୁ, ଚାଉଳ ଗୁଣ୍ଡ ଏବଂ ଗୋଲାପ ଜଳର ଆବଶ୍ୟକତା ପଡ଼ିବ। ପ୍ରଥମେ ଆପଣ ଏକ ପାତ୍ରରେ ଦୁଇଟି ଭିଟାମିନ୍-ଇ କ୍ୟାପସୁଲକୁ ଫଟାଇ ଏହାର ତେଲ ବାହାର କରନ୍ତୁ। ଏହାପରେ ଏଥିରେ ଆପଣ ଅଧା ଚାମଚ ମହୁ ମିଶାଇ ଦିଅନ୍ତୁ । ତା’ପରେ ଏଥିରେ ଅଧା ଚାମଚ ଲେମ୍ବୁ ରସ ମିଶାନ୍ତୁ। ଏଥିରେ ଚାଉଳ ଅଟା ବା ଚାଉଳ ଗୁଣ୍ଡ ଓ ୧ଚାମଚ ଗୋଲାପ ଜଳ ମିଶାଇ ଫେଣ୍ଟି ଦିଅନ୍ତୁ।

ଏହାପରେ ଏହି ମିଶ୍ରଣକୁ ନିଜ ତ୍ବଚାରେ ୧୫ମିନିଟ୍ ଲଗାଇ ଛାଡ଼ିଦିଅନ୍ତୁ। ଏହାପରେ ଆପଣଙ୍କ ମୁହଁକୁ ପରିଷ୍କାର ପାଣିରେ ଧୋଇ ଦିଅନ୍ତୁ। ଏପରି ନିୟମିତ ୧୦ଦିନ କଲେ ଆପଣ ଫରକ ଅନୁଭବ କରିପାରିବେ।

Comments are closed.