www.samajalive.in
Sunday, December 7, 2025
23.1 C
Bhubaneswar

ପାଣି ପାଇଁ ରାସ୍ତାରୋକ

କଳାହାଣ୍ଡି : ପାନୀୟ ଜଳ ପାଇଁ କଳାହାଣ୍ଡି ଜିଲାର ବାନେର ଠାରେ ସୋମବାର ମହିଳାମାନେ ମୋଟେର-ଜୟପାଟଣା ରାସ୍ତାରୋକ କରିଛନ୍ତି। ବାନେର ଅଞ୍ଚଳରେ ଏକ କୂଅ ଥିବା ବେଳେ ତାହା ଅପରିଷ୍କାର ହୋଇ ପଡ଼ିରହିଛି। ଏହାସହ ଗ୍ରାମରେ ଥିବା ନଳକୂପ ମଧ୍ୟ ଅଚଳ ହୋଇଛି। ଏହାକୁ ସଜାଡ଼ିବା ପାଇଁ ଗ୍ରାମବାସୀ ଦୀର୍ଘଦିନ ଧରି ଦାବି କରି ଆସୁଥିଲେ। ମାତ୍ର ପ୍ରଶାସନ ତରଫରୁ କୌଣସି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନଥିବାରୁ ଆଜି ସକାଳୁ ମହିଳାମାନେ ଗରା, ମାଠିଆ ଧରି  ଭୋର ପ୍ରାୟ ୫ଟାରୁ ରାସ୍ତାରୋକ କରି ପ୍ରତିଦାଦ ଆରମ୍ଭ କରିଥିଲେ। ପାଣି ସମସ୍ୟା ସମାଧାନ ନହେବା ଯାଏଁ ଆନ୍ଦୋଳନ ଜାରି ରହିବ ବୋଲି ଆନ୍ଦୋଳନକାରୀ ମାନେ କହିଥିଲେ। ସୂଚନା ଯୋଗ୍ୟ, ଘଟଣାସ୍ଥଳରେ ବିଡ଼ିଓ ପହଞ୍ଚି ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରୁଛନ୍ତି।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories