www.samajalive.in
Sunday, December 7, 2025
14.1 C
Bhubaneswar

କମଳନାଥଙ୍କ ଭଣଜା ଏବଂ ସମ୍ପର୍କୀୟଙ୍କ ଘରେ ଆୟକର ବିଭାଗ ଚଢାଉ

ଭୋପାଳ/ଇନ୍ଦୋର : ଆୟକର ବିଭାଗ ରବିବାର ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଳନାଥଙ୍କ ଅତିଘନିଷ୍ଠ ଓ ସମ୍ପର୍କୀୟଙ୍କ ମଧ୍ୟପ୍ରଦେଶ, ଦିଲ୍ଲୀ ଏବଂ ଗୋଆସ୍ଥିତ ୫୦ ଠିକଣା ଉପରେ ଚଢାଉ କରିଛି। ଏଥି ମଧ୍ୟରେ କମଳନାଥଙ୍କ ବ୍ୟକ୍ତିଗତ ସଚିବ ପ୍ରବୀଣ କକ୍କଡ, ଭଣଜା ରାତୁଲ ପୁରୀ, ପରାମର୍ଶଦାତା ଆରକେ ମିଗଲାନି, କକ୍କଡଙ୍କ ଘନିଷ୍ଠ ପ୍ରତୀକ ଯୋଶୀ ଏବଂ ଅଶ୍ୱିନ ଶର୍ମାଙ୍କ ବିଭିନ୍ନ ଠିକଣା ରହିଛି। ଏଥିରେ ଆୟକର ବିଭାଗର ୫୦୦ ଅଧିକାରୀ ସାମିଲ ହୋଇଛନ୍ତି। ଏପର୍ଯ୍ୟନ୍ତ ପ୍ରାୟ ୧୬ କୋଟି ଟଙ୍କା ଜବତ ହୋଇଥିବା ଜାଣିବାକୁ ମିଳିଛି।
ଆୟକର ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ କହିବା ଅନୁସାରେ ବଳିଷ୍ଠ ସୂଚନା ଆଧାରରେ ମଧ୍ୟପ୍ରଦେଶର ଭୋପାଳ, ଇନ୍ଦୋର, ଗୋଆ ଏବଂ ଦିଲ୍ଲୀରେ ଏକ ସଙ୍ଗେ ରାତି ପ୍ରାୟ ୩ଟାରେ ଚଢାଉ କରାଯାଇଥିଲା। ଅମିତା ଗ୍ରୁପ ଏବଂ ମୋଜର ବିୟର କାର୍ଯ୍ୟାଳୟରେ ବି ଖାନତଲାସୀ କରାଯାଇଛି। ଦିଲ୍ଲୀରେ ମିଗଲାନିଙ୍କ ଦୁଇଟି ବଳାସମୟ କାରରୁ ଡଲାର ମିଳିଛି। ପ୍ରଥମ ଥର ଏହି ଚଢାଉରେ ସିଆରପିଏଫ ଯବାନଙ୍କୁ ସାମିଲ କରାଯାଇଛି। ଭୋପାଳର ପ୍ଲାଟିନମ ପ୍ଲାଜାର ୬ ମହଲାରେ ପ୍ରତୀକ ଯୋଶୀ ଏବଂ ଅଶ୍ୱିନ ଶର୍ମାଙ୍କ ଆବାସ ଓ କାର୍ଯ୍ୟାଳୟ ରହିଛି। ଉଭୟ ପ୍ରବୀଣ କକ୍କଡଙ୍କ ଅତି ଘନିଷ୍ଠ। ପ୍ରତୀକଙ୍କ ଘରୁ ବହୁ ପରିମାଣର ନଗଦ ଟଙ୍କା ମିଳିଥିବାବେଳେ ଅଶ୍ୱିନଙ୍କ ନିକଟରୁ ୨୪ରୁ ଅଧିକ ବିଳାସମୟ କାର ମିଳିଛି।
ସୂଚନା ଅନୁସାରେ ଆୟକର ବିଭାଗ ପକ୍ଷରୁ ରାତି ପ୍ରାୟ ୩ଟା ବେଳେ ପ୍ରବୀଣ କକ୍କଡଙ୍କ ଘର ଓ ଅନ୍ୟ ଠିକଣା ଉପରେ ଚଢାଉ କରାଯାଇଥିଲା। ପୂର୍ବ ଯୋଜନା ଅନୁଯାୟୀ ଏଥି ପାଇଁ ଟ୍ରାଭେଲ ଏଜେନ୍ସି ଗାଡ଼ି ବ୍ୟବହାର କରାଯାଇଥିଲା। ଆୟକର ବିଭାଗର ୧୫ ଅଧିକାରୀ ପ୍ରବୀଣ କକ୍କଡଙ୍କ ଘରକୁ ଯାଇ ଚଢାଉ କରିଥିଲେ। ପ୍ରବୀଣଙ୍କ ବିଜୟନଗରସ୍ଥିତ ଶୋରୁମ୍‍, ବିଏମ୍‍ସି ହାଇଟ୍ସସ୍ଥିତ କାର୍ଯ୍ୟାଳୟ, ସାଲିମାର ଟାଉନଶିପ ଏବଂ ଜଲସା ଗାର୍ଡନ, ଭୋପାଳସ୍ଥିତ ଘର ଖାନତଲାସୀ କରାଯାଇଛି।

Hot this week

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

Related Articles

Popular Categories