www.samajalive.in
Friday, December 12, 2025
14.1 C
Bhubaneswar

ବିରିୟାନି ପାଇଁ କଂଗ୍ରେସ କର୍ମୀଙ୍କ ମଧ୍ୟରେ ମାରପିଟ; ସଭାସ୍ଥଳ ପାଲଟିଲା ରଣକ୍ଷେତ୍ର

ମୁଜାଫରନଗର: ବିରିୟାନି ପାଇଁ କଂଗ୍ରେସ କର୍ମୀଙ୍କ ମଧ୍ୟରେ ମାରପିଟ୍‌ ହୋଇଛି। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଉତ୍ତରପ୍ରଦେଶର ମୁଜାଫରନଗରରେ। ପୂର୍ବତନ ବିଧାୟକ ମୌଲାନା ଜମିଲଙ୍କ ବାସଭବନରେ ଏକ ନିର୍ବାଚନୀ ସଭା ଆୟୋଜିତ ହୋଇଥିଲା। ଏଥିରେ କଂଗ୍ରେସ ପ୍ରାର୍ଥୀ ନାସିମୁଦ୍ଦିନ ସିଦ୍ଦିକିଙ୍କ ସମର୍ଥକମାନେ ଯୋଗଦେଇଥିଲେ। ସଭା ପରେ କର୍ମୀମାନଙ୍କୁ ବିରିୟାନୀ ବଣ୍ଟନ କରିବାର ବ୍ୟବସ୍ଥା ହୋଇଥିଲା। ସେଥିପାଇଁ ବିରିୟାନି ପ୍ୟାକେଟ ଆସି ପହଞ୍ଚିଥିଲା। କିନ୍ତୁ ଅଧିକାଂଶ କର୍ମୀ ଜିଦ କରିଥିଲେ ଯେ, ସଭା ପୂର୍ବରୁ ସେମାନଙ୍କୁ ବିରିୟାନୀ ପ୍ୟାକେଟ ଦିଆଯାଉ। ମାତ୍ର ବିରିୟାନୀ ବଣ୍ଟନ ଦାୟିତ୍ଵରେ ଥିବା କେତେକ କର୍ମୀ ଏହାକୁ ବିରୋଧ କରିଥିଲେ। ଫଳରେ ସେମାନଙ୍କୁ ବିରିୟାନି ମିଳି ନ ଥିଲା। ଏହାକୁ ନେଇ ଉଭୟ ପକ୍ଷଙ୍କ ମଧ୍ୟରେ ମାରପିଟ ହୋଇଥିଲା। ସଭାସ୍ଥଳ ରଣକ୍ଷେତ୍ର ପାଲଟିଥିଲା। ଖବର ପାଇ ପୋଲିସ ସେଠାରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲା। ଏହି ଘଟଣା ପାଇଁ ପୁଲିସ ପୂର୍ବତନ ବିଧାୟକ ଜମିଲ ଏବଂ ତାଙ୍କ ପୁଅ ନଇମ ଅହମ୍ମଦଙ୍କ ସମେତ ୩୪ ଜଣଙ୍କ ନାମରେ ମାମଲା ରୁଜୁ କରିଛି।

ଅନ୍ୟପଟେ ନିର୍ବାଚନୀ ସଭାରେ ବିରିୟାନି ବଣ୍ଟନ ଉପରେ ନିର୍ବାଚନ ଆୟୋଗ କଟକଣା ଲଗାଇଛନ୍ତି। ଏଥିପାଇଁ ଅନୁମତି ନେବାକୁ ପଡ଼ିବ ବୋଲି ଆୟୋଗ କହିଛନ୍ତି। କିନ୍ତୁ କଂଗ୍ରେସ ଏହି ସଭାରେ ବିରିୟାନୀ ବଣ୍ଟନ ପାଇଁ ଅନୁମତି ନେଇ ନ ଥିବାରୁ ଆୟୋଗଙ୍କ ପକ୍ଷରୁ ନିଜ ଆଡୁ ଏକ ଅଭିଯୋଗ ଦାଖଲ କରାଯାଇଛି।

Hot this week

ସାମାନ୍ୟ କମିଲା ସୁନାଦର

ନୂଆଦିଲ୍ଲୀ-ଭାରତରେ ସୁନା ମୂଲ୍ୟ ହ୍ରାସ ପାଇଛି। ନୂଆଦିଲ୍ଲୀରେ ୨୪ କ୍ୟାରେଟ୍ ସୁନାର...

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

Related Articles

Popular Categories