www.samajalive.in
Saturday, December 13, 2025
23.1 C
Bhubaneswar

ଇସ୍ରୋକୁ ସହଯୋଗ କରିବା ପାଇଁ ନାସାକୁ ହ୍ବାଇଟ୍‌ ହାଉସର ନିର୍ଦେଶ

ୱାଶିଂଟନ: ଭାରତର ସାଟେଲାଇଟ ବିଧ୍ଵଂସୀ କ୍ଷେପଣାସ୍ତ୍ର ପରୀକ୍ଷଣ ପରେ ମହାକାଶରେ ଜମି ରହିଥିବା ଭଗ୍ନାଂଶଙ୍କୁ ନେଇ ନାସା ଅସନ୍ତୋଷ ପ୍ରକାଶ କରିଥିଲା। ଏପରି କି ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ(ଇସ୍ରୋ)କୁ କୌଣସି ସହଯୋଗ ନ କରିବାକୁ ନାସା ନିଷ୍ପତ୍ତି ନେଇଥିଲା। ମାତ୍ର ଏହି ନିଷ୍ପତ୍ତି ଉପରେ ଆମେରିକା ଖୁସି ନ ଥିଲାବେଳେ ଇସ୍ରୋକୁ ସହଯୋଗ କରିବା ଲାଗି ହ୍ବାଇଟ୍‌ ହାଉସ୍‌ ପକ୍ଷରୁ ନାସାକୁ ନିର୍ଦେଶ ଦିଆଯାଇଛି। ଏହା ପରେ ନାସା ନିଜ ନିଷ୍ପତ୍ତି ପରିବର୍ତ୍ତନ କରିବା ସହ ଇସ୍ରୋକୁ ସହ​ଯୋଗ କରିବାକୁ ଆଗେଇ ଆସିଛି।

ଭାରତର ସାଟେଲାଇଟ ବିଧ୍ଵଂସୀ ପରୀକ୍ଷଣକୁ ଭୟଙ୍କର ବୋଲି ଦର୍ଶାଇଥିବା ନାନା ଅଧ୍ୟକ୍ଷ ଜେମ୍ସ ବ୍ରିଡେନଷ୍ଟାଇନ ଗୁରୁବାର ଇସ୍ରୋ ଅଧ୍ୟକ୍ଷ କେ. ଶିବନଙ୍କୁ ଚିଠି ଲେଖି ଜଣାଇଛନ୍ତି  ଯେ, ଆମର ଆପଣଙ୍କ ସହିତ ସହଯୋଗିତା ଜାରି ରହିବ। ଆମେ ନାସା-ଇସ୍ରୋ ମିଳିତ ଭାବେ ମାନବ ଅନ୍ତରୀକ୍ଷ ଉଡ଼ାଣ, ଗ୍ରହ ବିଜ୍ଞାନ, ଭାରତ-ଆମେରିକା ଭୂ-ବିଜ୍ଞାନ ଏବଂ ହେଲିଓଫିଜିକ୍ସ ୱାର୍କିଂ ଗ୍ରୁପରେ କାର୍ଯ୍ୟ ଜାରି ରଖିବା।

- Advertisement -

ନିଷ୍ପତ୍ତି ପରିବର୍ତ୍ତନ ସମ୍ପର୍କରେ ବ୍ରିଡେନଷ୍ଟାଇନ କହିଛନ୍ତି, ହ୍ବାଇଟ୍‌ ହାଉସରୁ ମିଳିଥିବା ମାର୍ଗଦର୍ଶନ ଆଧାରରେ ଇସ୍ରୋ ସହ ଆମେ ଭବିଷ୍ୟତରେ କାର୍ଯ୍ୟ କରିବାକୁ ଚାହୁଁଛୁ। ଏହା ପୂର୍ବରୁ ସେ ଇସ୍ରୋ ଅଧ୍ୟକ୍ଷଙ୍କୁ ଏକ ପତ୍ର ଲେଖି ମାନବ ଅନ୍ତରୀକ୍ଷ ଉଡ଼ାଣ କାର୍ଯ୍ୟ ଗୋଷ୍ଠୀ କାର୍ଯ୍ୟକ୍ରମ ଅଧୀନରେ ଇସ୍ରୋକୁ ନିଲମ୍ବନ କରୁଥିବା ଜଣାଇଥିଲା।

Hot this week

ଗୋପାଳପୁର କଲେଜରେ ସ୍ଥାପନ ହେବ ଫ୍ରାଟେରନିଟି ପାର୍କ

ବ୍ରହ୍ମପୁର/ଗୋପାଳପୁର: ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ସ୍ଥିତ ହୋଟେଲ ସି ସାଇଡ...

ବଦଳିପାରେ ମନରେଗା ଯୋଜନାର ନାମ

ସମାଜ ଲାଇଭ ଡ଼େସ୍କ : ଗ୍ରାମୀଣ ସ୍ତରରେ ଶ୍ରମିକ ମାନଙ୍କୁ ରୋଜଗାର...

ସଂସଦ ଆକ୍ରମଣକୁ ୨୪ବର୍ଷ ପୁରିଲା: ୪୫ମିନିଟ୍‌ ଧରି ହୋଇଥିଲା ଗୁଳିଚାଳନା

ନୂଆଦିଲ୍ଲୀ: ସଂସଦ ଉପରେ ଆକ୍ରମଣକୁ ଆଜି ପୂରିଲା ୨୪ ବର୍ଷ ।...

ଲିଓନେଲ୍ ମେସିଙ୍କ ୭୦ ଫୁଟ ପ୍ରତିମୂର୍ତ୍ତି ଉନ୍ମୋଚନ

ସମାଜ ଲାଇଭ ଡ଼େସ୍କ : ବିଶ୍ବର ତାରକା ଫୁଟବଲ୍ ଖେଳାଳି ଲିଓନେଲ୍...

ମାଟି ତଳୁ କଡାଯାଉଛି ରାମୁ ହାତୀର କଙ୍କାଳ: ପ୍ରକୃତି ନିବାସରେ ସଂରକ୍ଷିତ ରହିବ

ସମାଜ ଡିଜିଟାଲ ଡେସ୍କ: ଅମର ରହିବ ରାମୁ ହାତୀ । ସଂରକ୍ଷିତ...

Related Articles

Popular Categories