www.samajalive.in
Monday, December 15, 2025
15.1 C
Bhubaneswar

ଫଟା ଧାରଣାରେ ଗଡିଲା ଟ୍ରେନ୍, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ବାଲେଶ୍ବର: ଏକ ବଡ ଧରଣର ଦୁର୍ଘଟଣାରୁ ଖଡକପୁର-ଖୋର୍ଦ୍ଧ ଫାଷ୍ଟ ପାସେଞ୍ଜର ଟ୍ରେନ୍ ବର୍ତ୍ତିଯାଇଛି । ଫଟା ରେଳ ଧାରଣାରେ ଟ୍ରେନ୍ ଅତିକ୍ରମ କରିବା ପରେ ଫାଟ ସମ୍ପର୍କ​‌ରେ ଜଣାପଡିଥିଲା। ରେଳ ଧାରଣରେ ଫାଟ ଯୋଗୁଁ ପ୍ରାୟ ଦୁଇ ଘଣ୍ଟା ଟ୍ରେନ୍ ଚଳଚଳ ବନ୍ଦ ରହିଥିଲା । ଖବର ପାଇ ଘଟଣାସ୍ଥଳରେ ତୁରନ୍ତ ରେଳ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଯୁଦ୍ଧକାଳୀନ ଭିତ୍ତିରେ ଧାରଣା ମରାମତି କରିବା ପରେ ରେଳ ଚଳାଚଳ ସ୍ବାଭାବିକ ହୋଇଥିଲା।

ବାଲେଶ୍ବର ଜିଲା ବାହାନଗା ବ୍ଳକ୍ ଅନ୍ତର୍ଗତ ସୋର ବାହାନଗା କେଶପୁର ଫଟା ରେଳ ଧାରଣ ଦେଇ ଖଡକପୁର-ଖୋର୍ଦ୍ଧ ଫାଷ୍ଟ ପାସେଞ୍ଜର ଟ୍ରେନ ଯାଇଥିଲା । ପରେ ରେଳ ଧରଣାଟି ଫାଟି ଅଲଗା ହୋଇଥିଲା। କିନ୍ତୁ ସ୍ବଭାଗ୍ୟ ବଶତଃ ଖଡକପୁର-ଖୋର୍ଦ୍ଧ ଫାଷ୍ଟ ପାସେଞ୍ଜର ଟ୍ରେନରେ ଥିବା ଯାତ୍ରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ସକାଳ ସାଢେ ୭ଟାରୁ ସାଢେ ୯ଟା ଯାଏଁ ଦୁଇ ଘଣ୍ଟା ଧରି ଟ୍ରେନ୍ ଚଳାଚଳ ବନ୍ଦ ରହିଥିଲା। ଏହି ବନ୍ଦ ସମୟରେ କୌଣସି ଟ୍ରେନ ନଥିଲା ଏହାପରେ ଧଉଳି ନିର୍ଦ୍ଧାରିତ ସମୟରେ ଯାଇଥିଲା । ଏହି ଘଟଣା ପଛରେ ମାଓ ସଙ୍ଗଠନର ହାତ ରହିଥିବା ସମ୍ଭାବନାକୁ ଅସ୍ବୀକାର କରାଯାଇ ନପାରେ ବୋଲି ରେଳ ବିଭାଗର ଜଣେ ଅଧିକାରୀ କହିଛନ୍ତି ।

- Advertisement -

ଦକ୍ଷିଣ-ପୂର୍ବ ରେଳ ବିଭାଗର ଜନସମ୍ପର୍କ ଅଧିକାରୀ ସଞ୍ଜୟ ଘୋଷ କହିଛନ୍ତି, ରେଳ ବିଭାଗ ଅଧିକାରୀ ଏହି ଘଟଣାର ଯାଞ୍ଚ କରିବେ । ଯାଞ୍ଚ ରିପୋର୍ଟ ଆସିଲା ପରେ ଏହାର ସଠିକ କାରଣ ଜଣାପଡିବ । ଧାରଣା ମରାମତି ପରେ ବର୍ତ୍ତମାନ ଟ୍ରେନ୍ ଚଳାଚଳ ସ୍ବାଭାବିକ ରହିଛି ବୋଲି ରେଳ ବିଭାଗ ପକ୍ଷରୁ ସୂଚନା ମିଳିଛି ।

 

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories