www.samajalive.in
Tuesday, December 9, 2025
15.1 C
Bhubaneswar

ଜାଣନ୍ତୁ , ସୁସ୍ଥ ଶରୀର ପାଇଁ କେସର କାହିଁକି ଆବଶ୍ୟକ

କେସର ଏକ ଦାମୀ ସାମଗ୍ରୀ ଅଟେ। ଏହା ବହୁ ଔଷଧୀୟ ଗୁଣରେ ଭରପୂର ରହିଛି। ସୁନ୍ଦରତା ବୃଦ୍ଧି ଠାରୁ ଆରମ୍ଭ କରି , ଖାଦ୍ୟର ସ୍ୱାଦ ବଢାଇବା ପାଇଁ ବ୍ୟବହାର କରାଯାଇଥାଏ। ମାତ୍ର ଏହା ବ୍ୟତୀତ ଏହାର ସେବନ ଦ୍ୱାରା ସ୍ୱାସ୍ଥ୍ୟ ପାଇଁ ଖୁବ ଲାଭଦାୟକ। ଜାଣନ୍ତୁ ଏହା ବିଷୟରେ ….
କର୍କଟ ରୋଗ ଠାରୁ ସୁରକ୍ଷିତ ରଖିଥାଏ-
କେସରରେ ଭରପୂର ମାତ୍ରାରେ ଆଣ୍ଟିଅକ୍ସିଡ଼ାଣ୍ଟ ରହିଛି। ଯାହା କର୍କଟ ରୋଗ ସୃଷ୍ଟିକାରୀ କୋଷିକା ଗୁଡ଼ିକୁ ନଷ୍ଟ କରିଥାଏ।
ଓଜନ ହ୍ରାସ କରେ – ବିଶେଜ୍ଞଙ୍କ ମତରେ କେସରକୁ ଖାଦ୍ୟରେ ବ୍ୟବହାର କରି ଖାଇଲେ ଖୁବ କମ ଭୋକ ହୋଇଥାଏ। ଫଳରେ ଆପଣଙ୍କ ବାରମ୍ବାର ଖାଦ୍ୟ ଖାଇବାକୁ ଇଚ୍ଛା କରିନଥାଆନ୍ତି। ଏହାସହ କେସର ଓଜନ ବୃଦ୍ଧିକୁ ମଧ୍ୟ ନିୟନ୍ତ୍ରଣ କରିଥାଏ।
ସ୍ମରଣ ଶକ୍ତି ବୃଦ୍ଧି କରେ – କେସର ସେବନ ଦ୍ୱାରା ସ୍ମରଣ ଶକ୍ତି ବୃଦ୍ଧି ପାଇଥାଏ। ଏଥିରେ ଥିବା ପୋଷକ ତତ୍ତ୍ୱ ମସ୍ତିଷ୍କକୁ ସୁସ୍ଥ ରହେ। ରକ୍ତ ସଞ୍ଚାଳନ ଠିକ ଭାବେ ହୋଇଥାଏ। ଯାହା ସ୍ମରଣ ଶକ୍ତି ପାଇଁ ନିତ୍ୟାନ୍ତ ଆବଶ୍ୟକ।
ଥଣ୍ଡା ଜନିତ ସମସ୍ୟାକୁ ଦୂରରେ ରଖେ –
ଥଣ୍ଡା ଜନିତ ସମସ୍ୟା ଲାଗି ରହୁଥିଲେ, କ୍ଷୀରରେ କେସର ପକାଇ ଏହାକୁ ମଥାରେ ଲଗାନ୍ତୁ। ଏହା ଖୁବ ଲାଭଦାୟକ। ଥଣ୍ଡା ଜନିତ ସମସ୍ୟାରୁ ମୁକ୍ତି ମିଳିଥାଏ।
କ୍ଷୀରରେ କେସର ପକାଇ ପିଇବା ଦ୍ୱାରା ମୁହଁର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଥାଏ।
କେସର ରକ୍ତରେ କୋଲେଷ୍ଟ୍ରୋଲର ମାତ୍ରାକୁ ନିୟନ୍ତ୍ରଣ କରି ରଖିଥାଏ।
କେସର ସେବନ ଦ୍ୱାରା ଚକ୍ଷୁ ଜନିତ ବିଭିନ୍ନ ସମସ୍ୟା ଠାରୁ ମଧ୍ୟ ମୁକ୍ତି ମିଳିଥାଏ। ଏହାସହ ଦୃଷ୍ଟି ଶକ୍ତି ମଧ୍ୟ ବୃଦ୍ଧି ପାଇଥାଏ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories