www.samajalive.in
Wednesday, December 10, 2025
23.1 C
Bhubaneswar

ମହିଳାଙ୍କ ପାଇଁ ଉପଯୁକ୍ତ ଡ଼ାଏଟ ଚାର୍ଟ

ଅଧିକାଂଶ ଏପରି ଦେଖାଯାଏ ଯେ, ମହିଳାମାନେ ନିଜ ଡ଼ାଏଟ (ସ୍ୱାଭାବିକ ଖାଦ୍ୟ) ସଠିକ ରଖିବା ପାଇଁ ଚେଷ୍ଟା କଲେ ମଧ୍ୟ କର୍ମର ବ୍ୟସ୍ତତା ହେତୁ ନିଜର ଖାଦ୍ୟପେୟ ପ୍ରତି ବିଶେଷ ଧ୍ୟାନ ଦେଇପାରି ନଥାଆନ୍ତି। ଉତ୍ତମ ସ୍ୱାସ୍ଥ୍ୟ ପାଇଁ ନିଜର ନିତିଦିନିଆ ଖାଦ୍ୟପେୟ ଉପରେ ବିଶେଷ ଧ୍ୟାନ ଦେବା ନିତ୍ୟା ଆବଶ୍ୟକ। ନଚେତ ସ୍ୱାସ୍ଥ୍ୟ ଉପରେ କୁପ୍ରଭାବ ପଡ଼ିବା ସହ ବିଭିନ୍ନ ରୋଗ ସୃଷ୍ଟି ହୋଇଥାଏ। ନିତିଦିନିଆ କାର୍ଯ୍ୟ କରିବାରେ ମଧ୍ୟ ବାଧା ସୃଷ୍ଟି ହୋଇଥାଏ।
ଯେଉଁମହିଳାଙ୍କର ବୟସ ୨୦ରୁ ୪୦ ଓ ଗୃହିଣୀ ସହ କର୍ମକ୍ଷେତ୍ରରେ ମଧ୍ୟ କାମ କରନ୍ତି, ସେହି ମହିଳାମାନେ ନିଜର କର୍ମକ୍ଷେତ୍ର ଓ ପରିବାର ପ୍ରତି ଧ୍ୟାନ ଦେବାରେ ଅଧିକ ବ୍ୟସ୍ତ ରହିଥାଆନ୍ତି। ଫଳରେ ନିଜର ଖାଦ୍ୟପେୟ ପ୍ରତି ଧ୍ୟାନ ଦେଇପାରନ୍ତି ନାହିଁ। ବିଶେଷ କରି ଏଭଳି ମହିଳାମାନେ ସକାଳର ଜଳଖିଆ ଠିକ ଭାବେ ଖାଇପାରି ନଥାଆନ୍ତି। ମାତ୍ର ଏହା ଶରୀର ପାଇଁ ଖୁବ କ୍ଷତିକାରକ ଅଟେ। ଆସନ୍ତୁ ଜାଣିବା ମହିଳାଙ୍କ ପାଇଁ ଉପଯୁକ୍ତ ଡ଼ାଏଟ ଚାର୍ଟ….
ଜଳଖିଆ – ମହିଳାମାନେ ଜଳଖିଆରେ ଦଲିଆ, ଓଟସ, ଗହମ ଜାତୀୟ ଖାଦ୍ୟ, ଗୋଟେ ଗ୍ଲାସ କ୍ଷୀର ପିଇବା ନିତ୍ୟାନ୍ତ ଆବଶ୍ୟକ। ଏହି ସମସ୍ତ ଖାଦ୍ୟ ଶରୀରକୁ ସୁସ୍ଥ ରଖିବା ସହ କାର୍ଯ୍ୟ କରିବାକୁ ଶକ୍ତି ପ୍ରଦାନ କରେ। ସକାଳ ୮ଟା ରୁ ୯ଟା ଭିତରେ ଏହି ଖାଦ୍ୟ ଖାଇବା ଉଚିତ।
ଜଳଖିଆ ଖାଇବାର ୨ ଘଣ୍ଟା ପରେ ଗୋଟେ ଅଣ୍ଡା ନଚେତ ପାଳଙ୍ଗ ପରଟା, ଚକୁଳି , ବେସନ ଚିହ୍ଲା, ଫଳ ଚାର୍ଟ କିମ୍ବା ଯେକୌଣସି ଫଳ ଖାଇପାରିବେ।
ଖରାବେଳର ଖାଦ୍ୟରେ – ଭାତ, ଡ଼ାଲି, ଚଣା, ବିଭିନ୍ନ ପନିପରିବାରେ ପ୍ରସ୍ତୁତ ବ୍ୟଞ୍ଜନ, ଗୋଟେ ରୁଟି ଏପରି ଖାଇବା ଦ୍ୱାରା ଉତ୍ତମ ସ୍ୱାସ୍ଥ୍ୟ ସହ ହାଡ଼ ଶକ୍ତ ହେବା, ସ୍ମରଣ ଶକ୍ତି ବୃଦ୍ଧି, କାର୍ଯ୍ୟ କରିବାକୁ ଆଗ୍ରହ ମଧ୍ୟ ଆସିଥାଏ।
ସନ୍ଧ୍ୟା ସମୟରେ – ମିଲ୍କ ସେକ, ଭେଜିଟେବୁଲ ସ୍ୟାଣ୍ଡବିଜ, ଚୂଡ଼ାରେ ପ୍ରସ୍ତୁତ ଖାଦ୍ୟ ମଧ୍ୟ ଖାଇପାରିବେ।
ରାତି ଖାଦ୍ୟ – ଆମିଷ କିମ୍ବା ଡ଼ାଲିରେ ପ୍ରସ୍ତୁତ ଖାଦ୍ୟ, ସବୁଜ ପନିପରିବାରେ ଅଳ୍ପ ତେଲରେ ପ୍ରସ୍ତୁତ ବ୍ୟଞ୍ଜନ, ରୁଟି ୨ରୁ ୩ଟି ଖାଇବା ଆବଶ୍ୟକ।

Hot this week

ଆଉ ୨୪ ଘଣ୍ଟା ବଢିଲା ଇଣ୍ଟରନେଟ୍‌ କଟକଣା

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୨୪ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା...

ଗଙ୍ଗୁଆ ନଳା ଉନ୍ନତି ପ୍ରକଳ୍ପ ଉପରେ ସମୀକ୍ଷା

ଭୁବନେଶ୍ୱର: ଖାରବେଳ ଭବନରେ ଗଙ୍ଗୁଆ ନଳା ଉନ୍ନତି ପ୍ରକଳ୍ପ ସମ୍ବନ୍ଧୀୟ ଏକ...

ଅନିଲ ଅମ୍ବାନୀଙ୍କ ପୁଅ ବିରୋଧରେ ମାମଲା

ନୂଆଦିଲ୍ଲୀ: ଏକ ବ୍ୟାଙ୍କ ଠକେଇ ମାମଲାରେ ସିବିଆଇ ପକ୍ଷରୁ ବିଶିଷ୍ଟ ଶିଳ୍ପପତି...

ଆସନ୍ତା ୧୩ ରୁ ସପ୍ତାହାନ୍ତରେ ଦିନ ସାରା ଖୋଲା ରହିବ ବିଡିଏ ପାର୍କ

ଭୁବନେଶ୍ୱର : ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ଏହାର ପାର୍କଗୁଡ଼ିକର ଖୋଲା...

ମାନବାଧିକାର : ଜୀବନର ଆବଶ୍ୟକତା

ମିଳିତ ଜାତିସଂଘ ଆନୁକୂଲ୍ୟରେ ୨୦୨୫ ମସିହାର ମାନବ ଅଧିକାର ଦିବସ (ଡିସେମ୍ବର...

Related Articles

Popular Categories