www.samajalive.in
Sunday, December 7, 2025
26.1 C
Bhubaneswar

‘ଚୌକିଦାର କ୍ଷମତାକୁ ଆସିବା ପରେ କଂଗ୍ରେସ ସମୟରେ ଋଣ ନେଇଥିବା ନୀରବ ମୋଦୀ, ଚୋକ୍‌ସୀ, ମାଲ୍ୟା ଦେଶ ଛାଡ଼ି ପଳାଇଥିଲେ’

ନୂଆଦିଲ୍ଲୀ: ହୀରା ବ୍ୟବସାୟୀ ନୀରବ ମୋଦୀ, ମେହୁଲ ଚୋକ୍‌ସୀ ଏବଂ ମଦ ବ୍ୟବସାୟୀ ବିଜୟ ମାଲ୍ୟା କଂଗ୍ରେସ ସରକାର ସମୟରେ ହଜାର ହଜାର କୋଟି ଟଙ୍କାର ଋଣ ନେଇଥିଲେ। ୨୦୧୪ରେ ଦେଶରେ ନରେନ୍ଦ୍ର ମୋଦୀଙ୍କ ନେତୃତ୍ଵରେ ବିଜେପି ସରକାର ଗଠନ କରିବା ପରେ ସେମାନେ ଦେଶ ଛାଡ଼ି ପଳାଇଥିଲେ। ସେମାନେ ଜାଣିଥିଲେ ଯେ ଜଣେ ନୂଆ ଏବଂ ସର୍ବଦା ସତର୍କ ରହୁଥିବା ଚୌକିଦାର କ୍ଷମତାକୁ ଆସିଛି। ତେଣୁ ସେମାନେ ଦେଶରୁ ଲୁଚି ପଳାଇଥିଲେ ବୋଲି ସ୍ବରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି। ଗୌତମବୁଦ୍ଧ ନଗରରେ ଏକ ନିର୍ବାଚନୀ ପ୍ରଚାରରେ ଯୋଗଦେଇ ରାଜନାଥ କଂଗ୍ରେସକୁ ସମାଲୋଚନା କରିବା ସହ ଏହି ଠକଙ୍କୁ ଋଣ ଦେଇଥିଲା ବୋଲି କହିଥିଲେ।

ବିଜେପି ସରକାର ପଳାତକମାନଙ୍କୁ ଦେଶ ଛାଡ଼ି ଚାଲିଯିବାରେ ସହାୟତା କରିଥିବା ବିରୋଧୀମାନେ ଅଭିଯୋଗ କରୁଥିବାରୁ ସେମାନଙ୍କୁ ଜବାବ ଦେବା ଲାଗି ରାଜନାଥ ଏହା କହିବା ସହ ଏନଡିଏ ସରକାର ଆର୍ଥିକ ଅପରାଧୀମାନଙ୍କୁ ଶାସ୍ତି ଦେବା ଲାଗି ସ୍ବତନ୍ତ୍ର ଆଇନ ଆଣିଛି। ରାଜନାଥ କହିଥିଲେ, ୧୯୪୭ରୁ ୨୦୦୮ ମଧ୍ୟରେ ୧୮ ଲକ୍ଷ କୋଟି ଟଙ୍କା ଋଣ ଦିଆଯାଇଛି। ୨୦୦୮ରୁ ୨୦୧୪ ମଧ୍ୟରେ କଂଗ୍ରେସ ନେତୃତ୍ଵାଧୀନ ଉପା ସରକାର କ୍ଷମତାରେ ଥିଲା। ଏହି ସମୟରେ ମଧ୍ୟରେ ୫୨ ଲକ୍ଷ କୋଟି ଟଙ୍କା ଋଣ ଦିଆଯାଇଛି। ଯେଉଁମାନେ ଦେଶର ଅର୍ଥ ଲୁଟି ନେଇଛନ୍ତି ସେମାନଙ୍କୁ ଭାରତକୁ ଅଣାଯାଇ ଦଣ୍ଡିତ କରାଯିବ।

Hot this week

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

Related Articles

Popular Categories