ଚତୁର୍ଥ ପର୍ଯ୍ୟାୟ ମତଦାନ ପାଇଁ ନାମାଙ୍କନ ପତ୍ର ଜାରି

ଭୁବନେଶ୍ୱର .-  ଓଡ଼ିଶାରେ ତୃତୀୟ ପର୍ଯ୍ୟାୟ ସାଧାରଣ ନିର୍ବାଚନ ପାଇଁ  ଏପ୍ରିଲ ତିନି ବିଧାନସଭା ଆସନ ପାଇଁ ୧୦୯ ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଥିବାବେଳେ ଲୋକସଭା ଆସନ ପାଇଁ ୧୫ ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।  ତୃତୀୟ ପର୍ଯ୍ୟାୟର ୪୨ଟି ବିଧାନସଭା ଆସନ ପାଇଁ ସର୍ବ ମୋଟ  ୨୧୧ ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଥିବାବେଳେ ୬ଗୋଟି ଲୋକସଭା ଆସନ ମାଇଁ ସର୍ବମୋଟ ୩୪ ଜଣ ପ୍ରାର୍ଥୀ ସେମାନଙ୍କର ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।

ସେହିପରି ଚତୁର୍ଥ ପର୍ଯ୍ୟୟ ନିର୍ବାଚନ ନିପନ୍ତେ ଏପ୍ରିଲ ତିନି ତାରିଖ ସୁଦ୍ଧା ବିଧାନସଭା ଆସନ ପାଇଁ ୧୪ ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଥିବାବେଳେ ଲୋକସଭା ଆସନ ପାଇଁ ଜଣେ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଚତୁର୍ଥ ପର୍ଯ୍ୟାୟର ୪୨ଟି ବିଧାନସଭା ଆସନ ପାଇଁ ସର୍ବମୋଟ ୧୮ ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଥିବାବେଳେ ୬ଗୋଟି

prayash

ଲୋକସଭା ଆସନ ପାଇଁ ସର୍ବମୋଟ ୨ ଜଣ ପ୍ରାର୍ଥୀ ସେମାନଙ୍କର ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।  ନିର୍ବାଚନକୁ ଶାନ୍ତିଶୃଙ୍ଖଳା ସହ ପରିଚାଳନା କରିବା ନିପନ୍ତେ ବର୍ତ୍ତମାନ ସୁଦ୍ଧା ରାଜ୍ୟର ବିଭିନ୍ନ ଜିଲ୍ଲାରେ ୭୫୪୯ ଗୋଟି ଜାମିନ ବିହୀନ ପରୱାନା କାର୍ଯ୍ୟକାରୀ ହୋଇଛି । ଭାରତୀୟ ପିଙ୍ଗଳ କୋର୍ଡ ୧୦୭/୧୧୬ ଧାରା ଅନୁଯାୟୀ ୩୭୮୦୪ ଜଣଙ୍କୁ ଅଟକ ରଖାଯାଇଛି । ୪୬୪୪ ଗୋଟି ଲାଇସେନ୍ସ ପ୍ରାପ୍ତ ବନ୍ଧୁକ ସଂପୃକ୍ତ ଜିଲ୍ଲା ପ୍ରଶାସନଠାରେ ଜମା  ଦିଆଯାଇଛି । ଲାଇସେନ୍ସ ନଥିବା ୧୯୦ଟି ଅସ୍ତ୍ରଶସ୍ତ୍ର ଏବଂ ୨୭୫.୦୩୨ କିଲୋଗ୍ରାପ ବିସ୍ପୋରକ ଦ୍ରବ୍ୟ ଜବତ

କରାଯାଇଛି । ଆଜି ସୁଦ୍ଧା ରାଜ୍ୟର ବିଭିନ୍ନ ଜିଲ୍ଲାରେ ଅବକାରୀ ବିଭାଗ ଓ ମୋଲିସ ସହାୟତାରେ ପ୍ରାୟ ୮୯୫୪୨.୨୯  ଲିଟର ପଚ  ଜବତ କରାଯାଇଛି ଯାହାର ଆନୁମାନିକ ପୂଲ୍ୟ ୨ କୋଟି ୬୮ ଲକ୍ଷ ୨୫ ହଜାର ୭୭୫ ଟଙ୍କା ହେବ  ।  ରାଜ୍ୟରେ ଫ୍ଲାଇଂ ସ୍କ୍ୱାଡ୍‌ ଏବଂ ପୋଲିସ୍‌ ଦ୍ୱାରା ୧ କୋଟି ୨୬ ଲକ୍ଷ ୪୬ ହଜାର ୯୫୦ ଟଙ୍କା ଜବତ  କରାଯାଇଛି । ଆଦର୍ଶ ଆଚରଣ ବିଧି ଉଲଂଘନ କରି  ସର୍ବସାଧାରଣ ସ୍ଥାନରେ ଲାଗିଥିବା ୨୧ ଲକ୍ଷ ୧୮ ହଜାର  ୨୮୬ଟି ହୋର୍ଡିଂ, ପୋଷ୍ଟର ଆଦିକୁ ହଟାଇ ଦିଆଯାଇଛି ।  ବ୍ୟକ୍ତିଗତ ମାଲିକାନାରେ ଥିବା ସ୍ଥାନରେ  ବେଆଇନ୍‌ ଭାବେ ଲାଗିଥିବା ୧ ଲକ୍ଷ ୯୬ ହଜାର ୨୪୫ଟି ହୋର୍ଡିଂ, ପୋଷ୍ଟର ଆଦିକୁ ମଧ୍ୟ ବାହାର କରିଦିଆଯାଇଛି ।  ରାଜ୍ୟସ୍ତରରେ ଖୋଲାଯାଇଥିବା ନିୟନ୍ତ୍ରଣ କକ୍ଷ ଟେଲିଫୋନ ନଂ ୦୬୭୪-୨୩୯୫୦୧୫କୁ ବର୍ତ୍ତମାନ ସୁଦ୍ଧା  ୫୪୫ଟି କଲ୍‌ କରାଯାଇ ନିର୍ବାଚନ ସଂପର୍କିତ ବିଭିନ୍ନ ଅଭିଯୋଗ ବା ସୂଚନା ମିଳିଛି ।  ଓଡ଼ିଶାରେ ସି-ଭିଜିଲ୍‌  ଆପ୍‌ ମାଧ୍ୟମରେ ୬୪୭ଟି ଅଭିଯୋଗ ଗ୍ରହଣ କରାଯାଇଥିବାବେଳେ ସେଥି ପଧ୍ୟରୁ ୫୬୪ଟି ଅଭିଯୋଗର ସମାଧାନ

କରାଯାଇଛି ।

 

 

kalyan agarbati

Comments are closed.