www.samajalive.in
Saturday, December 6, 2025
23.1 C
Bhubaneswar

ଫେରାର ଧର୍ମଗୁରୁ ବୀରେନ୍ଦ୍ର ଦୀକ୍ଷିତକୁ ଗିରଫ ପାଇଁ ସିବିଆଇର ୫ଲକ୍ଷ ଟଙ୍କା ପୁରସ୍କାର ଘୋଷଣା

ନୂଆଦିଲ୍ଲୀ: ଆତ୍ମ ଘୋଷିତ ଧର୍ମଗୁରୁ ବୀରେନ୍ଦ୍ର ଦେବ ଦୀକ୍ଷିତଙ୍କ ସମ୍ପର୍କରେ କୌଣସି ସୂଚନା ପାଇଁ ସିବିଆଇ ୫ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କରିଛି। ନିଜ ଶିଷ୍ୟାଙ୍କୁ ବଳାତ୍କାର ଅଭିଯୋଗରେ ସିବିଆଇ ବିରେନ୍ଦ୍ରକୁ ଗିରଫ କରିବା ପାଇଁ ଖିଜଉଥିବା ଜଣାପଡିଛି। ସିବିଆଇ ମୁଖପାତ୍ର ନିତିନ ୱାକଙ୍କର କହିଛନ୍ତି ଯେ ଏ ସମ୍ପର୍କରେ ଫୋନ ନମ୍ବର ୦୧୧-୨୪୩୬୮୬୫୭, ଫ୍ୟାକ୍ସ ୦୧୧୨୪୩୬୮୬୬୨ ଏବଂ ଇମେଲ spstfdel@cbi.gov.in ଜରିଆରେ ଯେ କେହି ସୂଚନା ପ୍ରଦାନ କରିପାରିବେ। ସୂଚନା ପ୍ରଦାନକାରୀଙ୍କ ପରିଚୟ ଗୋପନ ରଖାଯିବ।

ସୂଚନା ଯୋଗ୍ୟ, ୭୭ ବର୍ଷୀୟ ଦୀକ୍ଷିତ ଆଧ୍ୟାତ୍ମିକ ଈଶ୍ୱରୀୟ ବିଶ୍ୱ ବିଦ୍ୟାଳୟ ନାମରେ ଆଶ୍ରମ ଗଠନ କରି ଅନେକ ମହିଳାଙ୍କୁ ବଳପୂର୍ବକ ବନ୍ଦୀ କରି ରଖିବା ସହ ସେମାନଙ୍କୁ ନିର୍ଯ୍ୟାତନା ଦେଉଥିଲେ। ତାଙ୍କ ବିରୁଦ୍ଧରେ ଦୁଇ ଦୁଇ ଥର ଲୁକ ଆଉଟ ନୋଟିସ ଜାରି କରାଯାଇଥିଲେ ମଧ୍ୟ ସିବିଆଇ ତାଙ୍କୁ ଠାବ କରି ପାରିନାହିଁ। ସେ ସମ୍ଭବତଃ ନେପାଳ ପଳେଇ ଯାଇ ପାରିଥାନ୍ତି ବୋଲି ଅନୁମାନ କରାଯାଉଛି।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories