ରାହୁଲ୍ ଗାନ୍ଧି ଓ ସୀତାରାମ ୟେଚୁରୀଙ୍କୁ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ: ସାମ୍ବାଦିକ ଗୌରୀ ଲଙ୍କେଶ ହତ୍ୟା ମାମଲାରେ ଆର୍.ଏସ୍.ଏସ୍.କୁ ବଦନାମ କରିବା ଅଭିଯୋଗରେ କଂଗ୍ରେସ ସଭାପତି ରାହୁଲ୍ ଗାନ୍ଧି ଏବଂ ସି.ପି.ଏମ୍. ସାଧାରଣ ସମ୍ପାଦକ ସୀତାରାମ ୟେଚୁରୀଙ୍କୁ ଏପ୍ରିଲ୍ ୩୦ ତାରିଖ ପୂର୍ବରୁ କୋର୍ଟରେ ହାଜର ହେବା ପାଇଁ ମୁମ୍ବାଇର ଏକ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଆର୍.ଏସ୍.ଏସ୍. କର୍ମୀ ବିବେକ ଚମ୍ପାନେର୍କର ଏ ସମ୍ପର୍କରେ ଏକ ଦେୱାନୀ ମାନହାନି ମୋକଦ୍ଦମା ଦାୟର୍ କରିଥିଲେ। ସିଭିଲ୍ ଜଜ୍ ଜେ.ଏସ୍. ଭାଟିଆ ଶ୍ରୀ ଗାନ୍ଧି ଏବଂ ଶ୍ରୀ ୟେଚୁରୀଙ୍କୁ କୋର୍ଟରେ ହାଜର ହେବାପାଇଁ ସମନ୍ ଜାରି କରିଛନ୍ତି। ୨୦୧୭ ମସିହା ସେପ୍ଟେମ୍ବର ମାସରେ ଲଙ୍କେଶ୍ଙ୍କୁ ବେଙ୍ଗାଲୁରୁସ୍ଥିତ ତାଙ୍କ ବାସଗୃହ ବାହାରେ ହତ୍ୟା କରାଯାଇଥିଲା।
Comments are closed.