www.samajalive.in
Saturday, December 6, 2025
17.1 C
Bhubaneswar

ଅରୁଣାଚଳ ମୁଖ୍ୟମନ୍ତ୍ରୀଙ୍କ ଗାଡ଼ିରୁ ୧.୮ କୋଟି ଜବତ

ଇଟାନଗର : ଅରୁଣାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ପେମା ଖଣ୍ଡୁ ଓ ରାଜ୍ୟ ବିଜେପି ମୁଖ୍ୟ ତାପିର ଗାଓଙ୍କ ଗାଡିରୁ ମଙ୍ଗଳବାର ରାତିରେ ୧.୮କୋଟି ଟଙ୍କା ଜବତ ହୋଇଥିବା କଂଗ୍ରେସ ଅଭିଯୋଗ କରିଛି। ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅରୁଣାଚଳ ପ୍ରଦେଶରେ ନିର୍ବାଚନ ରାଲି କରିବାର କିଛି ଘଣ୍ଟା ପୂର୍ବରୁ ଏହି ଟଙ୍କା ଜବତ କରାଯାଇଛି । ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ବିଜେପି ସଭାପତିଙ୍କ ଗାଡିରୁ ଟଙ୍କା ଜବତ ହେବା ସମ୍ପର୍କରେ କଂଗ୍ରେସ ସାମ୍ବାଦିକ ସମ୍ମିଳନୀ ଡକାଇ ଅଭିଯୋଗ କରିଛି। ତେବେ କଂଗ୍ରେସର ଏହି ଅଭିଯୋଗକୁ ବିଜେପି ଖଣ୍ଡନ କରିଛି। ବିଜେପି ରାଜ୍ୟ ସଭାପତି କହିଛନ୍ତି ଯେ ଦଳର ଜଣେ ପ୍ରାର୍ଥୀଙ୍କ ଗାଡିରୁ ଏହି ଅର୍ଥ ଜବତ ହୋଇଛି। ଏହି ଅର୍ଥ ଦଳର ନୁହେଁ । ଏଥିରେ ମୁଖ୍ୟମନ୍ତ୍ରୀ କି ସିଏ ସମ୍ପୃକ୍ତ ନୁହନ୍ତି । ମେବୋ ଆସନର ବିଜେପି ପ୍ରାର୍ଥୀ ଡକ୍ଟର ଡାଙ୍ଗୀ ପରମେ ଓ ଜଣେ ପୂର୍ବତନ ବିଧାୟକଙ୍କର ଏହି ଅର୍ଥ । ଅନୃ ପକ୍ଷରେ ଏହି ଘଟଣାରେ କଂଗ୍ରେସ ମୁଖ୍ୟମନ୍ତ୍ରୀ ପେମା ଖଣ୍ଡୁ ଓ ତାପିର ଗାଓଙ୍କ ଇସ୍ତଫା ଦାବି କରିଛି । କଂଗ୍ରେସ କହିଛି ଯେ ବିଜେପି ନିର୍ବାଚନ ଆଚରଣବିଧି ଉଲ୍ଲଙ୍ଘନ କରିଛି । ଏପ୍ରିଲ ୧୧ରେ ଅରୁଣାଚଳ ପ୍ରଦେଶରେ ଲୋକସଭା ନିର୍ବାଚନ ସହିତ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories