ତାପସୀଙ୍କ ଇଚ୍ଛା
ମୁମ୍ବଇ : ନିକଟରେ ଏକ ଟକ୍-ଶୋ’ରେ ତାପସୀ ପନ୍ନୁ ଉପସ୍ଥିତ ଥିଲେ। ଉପସ୍ଥାପକ ତାଙ୍କୁ ବିଭିନ୍ନ ସଂକ୍ରାନ୍ତରେ ପଚାରିବାବେଳେ ଅଭିନେତ୍ରୀ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜ୍ ତାଙ୍କ ପଡ଼ୋଶୀ ହେଲେ, ସେ କ’ଣ ବନ୍ଦୋବସ୍ତ କରିବେ ବୋଲି ଜାଣିବାକୁ ଚାହିଁଥିଲେ। ଭାରି ଖୁସି ହୋଇ ତାପସୀ କହିଥିଲେ, ସେ ଭାଗ୍ୟବାନ୍ ବୋଲି ନିଜକୁ ମଣିବେ ଯଦି ଜ୍ୟାକଲିନ୍ ତାଙ୍କ ପଡ଼ୋଶୀ ହେବେ। ତୁରନ୍ତ ତାଙ୍କ ସହ ବନ୍ଧୁତା ବଢ଼ାଇବେ ଓ ଅଭିଜ୍ଞ ଜ୍ୟାକ୍ଙ୍କ ନିକଟରୁ ପୋଲ୍ ଡାନ୍ସ ଶିଖିବେ। ତାପସୀ ଏହା ମଧ୍ୟ କହିଥିଲେ ଯେ ପୋଲ୍ ଡାନ୍ସ ଶିଖିବାରେ ସେ ଆଦୌ ସଫଳ ହୋଇପାରିବେନି। ତଥାପି ସେ ଚେଷ୍ଟା ନିଶ୍ଚୟ କରିବେ। ନିଜର ଅନ୍ୟ ଇଚ୍ଛା ସମ୍ପର୍କରେ ସେ କହିଥିଲେ, ନିର୍ଦେଶକ ଅନୁରାଗ ବସୁଙ୍କ ସହ ଘନିଷ୍ଠ ବନ୍ଧୁତା କରିବାରେ ସେ ଖୁବ୍ ଆଗ୍ରହୀ। ଏଇ ନିର୍ଦେଶକଙ୍କ ସହ ସେ ‘ମନମର୍ଜିୟାଁ’ ଚଳଚ୍ଚିତ୍ରରେ କାମ କରିବା ସହ ଅନ୍ୟ ଏକ ସୁପର୍-ନ୍ୟାଚୁରାଲ୍ ଥ୍ରିଲର୍ରେ କାମ କରୁଛନ୍ତି। ହଲିଉଡ ପାର୍ଟି ସମ୍ପର୍କରେ ତାଙ୍କୁ କିଛି ଜଣାନାହିଁ, କିନ୍ତୁ ସେଠାକୁ ଯିବାକୁ ଚାହୁଁଛନ୍ତି। ଏବେ ତାପସୀ ନିଜ ଆଗାମୀ ଚଳଚ୍ଚିତ୍ର ‘ଷାଣ୍ଡ କି ଆଁଖ’ ପାଇଁ ବ୍ୟସ୍ତ ଅଛନ୍ତି।
Comments are closed.