www.samajalive.in
Sunday, December 14, 2025
14.1 C
Bhubaneswar

ବୁଧବାର ରାଶିଫଳ

ମେଷ:ପରକୁ ସାହାଯ୍ୟ କରି ଉପକୃତ ହୋଇପାରନ୍ତି। ମୂଲ୍ୟବାନ ଦ୍ରବ୍ୟ କ୍ରୟ କରିବେ। ଶୁଭ ଖବର ପାଇ ଖୁସି ହେବେ। ଜ୍ଞାନ ଅର୍ଜନ ପାଇଁ ଆଗ୍ରହ ପ୍ରକାଶ କରିବେ। ସତ୍‌କର୍ମରେ ନିୟୋଜିତ ହେବେ। ଅର୍ଥ ପ୍ରାପ୍ତିର ସୁଯୋଗ ଜୁଟିଛି।
ବୃଷ: ପରିବାରରେ ଶାନ୍ତିର ବାତାବରଣ ସୃଷ୍ଟି ହେବ। କାର୍ଯ୍ୟରେ ସଫଳତା ଲାଭ କରିପାରନ୍ତି। ସୁସମ୍ବାଦ ପାଇ ଖୁସି ହେବେ। କର୍ମକ୍ଷେତ୍ରକୁ ଉଳମୟ କରିପାରନ୍ତି। ଆର୍ଥିକ କ୍ଷେତ୍ର ସ୍ବଚ୍ଛଳ ରହିବ। ଶୁଭକାର୍ଯ୍ୟ କରଣୀୟ। ବିଜୟୀ ହେବେ।
ମିଥୁନ: ମନୋବଳ ଦୃଢ଼ ରହିବ। ମନରେ ଥିବା ଉଦ୍‌ବେଗ ପ୍ରଶମିତ ହେବ। କାର୍ଯ୍ୟରେ ସଫଳତା ମିଳିବ। ଅଧିକ କ୍ଷମତା ହାସଲ କରି ତା’ର ସଦ୍‌ବ୍ୟବହାର କରିପାରନ୍ତି। ବିବାଦୀୟ ଘଟଣାରେ ବିଜୟୀ ହେବେ। ଭକ୍ତିଗାଥା ଶ୍ରବଣ କରିପାରନ୍ତି।
କର୍କଟ: ଆତ୍ମ ନିର୍ଭରଶୀଳ ହେବେ। ଧନକ୍ଷୟ ହେବାର ସୂଚନା ମିଳୁଛି। ପାରିବାରିକ ସ୍ତରରେ ଅଶାନ୍ତି ଉପୁଜି ପାରେ। ଅଷ୍ଟମ ଚନ୍ଦ୍ର ଭୋଗ ହେଉ ଥିବାରୁ ସତର୍କରେ ଚଳିବାକୁ ପଡ଼ିବ। ଖର୍ଚ୍ଚାନ୍ତ ହୋଇପାରନ୍ତି। ଯାନବାହନ ଓ ଜଳଯାତ୍ରା ନିଷେଦ୍ଧ।
ସିଂହ: ମନ ପ୍ରଫୁଲ୍ଲ ରହିବ। ପ୍ରସନ୍ନତା ଲାଭ କରିପାରନ୍ତି। ସୁଖକର ଘଟଣା ମାନ ଘଟିପାରେ। କାର୍ଯ୍ୟରେ ଅପୂର୍ବ ସଫଳତା ଲାଭ କରିପାରନ୍ତି। ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ଅଛି। ରୁଚିକର ଭୋଜନ କରି ଆନନ୍ଦ ଉପଭୋଗ କରିବେ।
କନ୍ୟା: ନୂତନ କାର୍ଯ୍ୟରେ ଆଗ୍ରହୀ ହୋଇପାରନ୍ତି। ବିଭିନ୍ନ ଦିଗରୁ ସାହାଯ୍ୟ ସହଯୋଗ ମିଳିବ। ଶତ୍ରୁକୁ ପରାଜିତ କରି, ମାନସିକ ଶାନ୍ତି ଫେରି ପାଇବେ। ସୁସମ୍ବାଦ ପାଇ ଖୁସି ହେବେ। ଶୁଭକାର୍ଯ୍ୟ ପାଇଁ ସମୟ ଅନୁକୂଳ ଅଛି। କରଜ ଶୁଝିବେ।
ତୁଳା: କାର୍ଯ୍ୟରେ ସଫଳ ରୂପାୟନ କରି ଆତ୍ମ ସନ୍ତୋଷ ଲାଭ କରିପାରନ୍ତି। ଶୁଭଖବର ମିଳିବ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ଅଧ୍ୟୟନରତ ହୋଇପାରନ୍ତି। ପରୋକାରୀ ହେବେ। ଦାନ ଧର୍ମକୁ ଅଗ୍ରାଧିକାର ଦେଇ କାର୍ଯ୍ୟ ସମ୍ପାଦନ କରିବେ।
ବିଛା: ପରିସ୍ଥିତିକୁ ନେଇ ଆସ୍ଥାଭାଜନ ହେବେ। କଳହଠାରୁ ନିଜକୁ ଦୂରେଇ ରଖିପାରନ୍ତି। କେତେକ କ୍ଷେତ୍ରରେ ଭୁଲବୁଝାମଣା ଘଟିପାରେ। ଆଶା-ଆଶଙ୍କା ମଧ୍ୟରେ ସମୟ ଅତିବାହିତ କରିବେ। ଶେଷରେ ସୁଖ ମିଳିବ।
ଧନୁ: ଉପାର୍ଜନ ବୃଦ୍ଧି ହେବାର ସୂଚନା ମିଳୁଛି। କଠିନ ପରିଶ୍ରମ କଲେ ବି କ୍ଳାନ୍ତି ଅନୁଭବ କରିବେ ନାହିଁ। ଆର୍ଥିକ କ୍ଷେତ୍ରରେ ସ୍ବଚ୍ଛଳତା ଦେଖା ଦେବ। ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି। ଦିଅଁ ଦର୍ଶନର ସୌଭାଗ୍ୟ ଅଛି। ସରକାରୀ ଲାଭ ମିଳିବ।
ମକର: ଗୃହ କର୍ମ ଆନନ୍ଦଦାୟକ ହୋଇପାରେ। କାର୍ଯ୍ୟ ହାସଲ ପାଇଁ ଅପେକ୍ଷା କରିବାକୁ ପଡ଼ିବ। କୌଣସି ଏକ ନିର୍ଦ୍ଦିଷ୍ଟ କାରଣରୁ ମନ ବିଷାଦିତ ହୋଇପାରେ। ଅର୍ଥ କଷ୍ଟ ଅନୁଭବ କରିପାରନ୍ତି। ମନ ଚଞ୍ଚଳ ରହିବ। ଧୈର୍ଯ୍ୟ ରଖିଲେ ସୁଫଳ ମିଳିବ।
କୁମ୍ଭ: କାର୍ଯ୍ୟଭାର ଅଧିକତର ହୋଇପାରେ। ମନରେ ପ୍ରସନ୍ନଭାବ ଜାତ ହୋଇପାରେ। ଭଲ ଆୟ ହେବ। ସରକାରୀ ବା ବନ୍ଧୁ ସହାୟତାରୁ ଲାଭବାନ୍‌ ହୋଇପାରନ୍ତି। ଉତ୍ତମ ଭୋଜନରେ ଆପ୍ୟାୟିତ ହେବେ। ସୁସ୍ଥ ଓ ନିରାମୟ ଜୀବନ ଯାପନ କରିବେ।
ମୀନ: ଜୁଲମ୍‌ର ଶିବାର ହୋଇପାରନ୍ତି। ବ୍ୟୟଭାର ଅଧିକ ହୋଇପାରେ। ମଧୁର ଭାଷଣରେ ପରକୁ ଆପଣାର କରିପାରନ୍ତି। ମଧୁରଭାଷଣରେ ଅଯଥା ବିତର୍କରେ ଭାଗ ନ ନେଇ ଚୁପ୍ ରହି​‌େ​‌ବ। ଭ୍ରାତୃ ବିବାଦର ସମାଧାନ ହୋଇପାରେ। ଦୁଃସାହସିକ ପଦକ୍ଷେପ ନେଇ ପାରନ୍ତି।

Hot this week

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦

ଧର୍ମଶାଳା: ଟ୍ବେଣ୍ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ବୋଲରଙ୍କ ସଫଳତା ବଳରେ ଘରୋଇ...

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

Related Articles

Popular Categories