www.samajalive.in
Saturday, December 13, 2025
26.1 C
Bhubaneswar

ବାପାଙ୍କୁ କ୍ଷମାମାଗିଲେ ପ୍ରୟାସ

ହାଇଦରାବାଦ୍‌ : ଇଣ୍ଡିଆନ୍ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରେ ରବିବାର ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ ସନ୍‌ରାଇଜର୍ସ ହାଇଦରାବାଦ୍ ମ୍ୟାଚ୍‌ ଖେଳା ଯାଇଥିଲା। ଏ​‌ହି ମ୍ୟାଚ୍‌ରେ ବାଙ୍ଗାଲୋର ତରଫରୁ ପଡ଼ିଆକୁ ଓହ୍ଲାଇଥିଲେ ୧୬ ବର୍ଷୀୟ ପ୍ରୟାସ ରାୟ ବର୍ମନ୍‌। ଆଇପିଏଲ୍‌ ମ୍ୟାଚ୍‌ ଖେଳିବାରେ ସର୍ବକନିଷ୍ଠ ଖେଳାଳି ଭାବେ ରେକର୍ଡ ସୃଷ୍ଟି କରିଥିବା ପ୍ରୟାସ ଆଶାନୁରୂପକ ପ୍ରଦର୍ଶନ କରିବାରେ ବିଫଳ ହୋଇଥିବାରୁ ମ୍ୟାଚ୍‌ ଶେଷ ହେବା ପରେ ବାପା କୌଶିକ ରାୟ ବର୍ମନ୍‌ଙ୍କୁ ଫୋନ୍‌ କରି କ୍ଷମା ମାଗିଥିବା ଜଣାପଡ଼ିଛି।
ଏ ସଂପର୍କରେ ଗଣମାଧ୍ୟମକୁ ସୂଚନା ଦେଇ କୌଶିକ୍‌ କହିଛନ୍ତି ମ୍ୟାଚ୍‌ ଶେଷ ହେବା ପରେ ପ୍ରୟାସ ତାଙ୍କୁ ଫୋନ୍‌ କରିଥିଲେ। ଭଲ ପ୍ରଦର୍ଶନ କରିନଥିବାରୁ ସେ ପ୍ରଥମେ କ୍ଷମା ମାଗିଥିଲେ। ଭବିଷ୍ୟତରେ ଭଲ ପ୍ରଦର୍ଶନ କରିବାକୁ ପ୍ରୟାସ କରିବେ ବୋଲି ସେ କହିଥିଲେ। ଏହି ମ୍ୟାଚ୍‌ରେ ସନ୍‌ରାଇଜର୍ସ ବିପୁଳ ବିଜୟ ହାସଲ କରିଥିଲା। ଲେଗ୍‌ ସ୍ପିନର ପ୍ରୟାସ ନିଜ ପ୍ରଥମ ଓଭରରେ ମାତ୍ର ୬ ରନ୍‌ ଦେଇଥିଲେ। ତେବେ ପରବର୍ତ୍ତୀ ଓଭରରେ ବେୟାରଷ୍ଟୋ ଏବଂ ୱାର୍ଣ୍ଣର ତାଙ୍କ ବିରୋଧରେ ଆକ୍ରମଣାତ୍ମକ ପ୍ରଦର୍ଶନ କରିଥିଲେ। ବ୍ୟାଟିଂ କରି ପ୍ରୟାସ ୨ଟି ଚୌକା ସହାୟତାରେ ୧୯ ରନ୍‌ ସଂଗ୍ରହ କରିଥିଲେ।
ପ୍ରୟାସଙ୍କ ସଂପର୍କରେ ମତ ଦେଇ ବେଙ୍ଗଲର ପ୍ରଶିକ୍ଷକ ଅରୁଣ ଲାଲ କହିଛନ୍ତି ପ୍ରୟାସ ଜଣେ ପ୍ରତିଭାବାନ୍‌ କ୍ରିକେଟର୍‌। ଆସନ୍ତା ଦୁଇବର୍ଷ ମଧ୍ୟରେ ସେ ଭାରତୀୟ ଦଳରେ ସ୍ଥାନ ପାଇବାକୁ ଯୋଗ୍ୟତା ରଖିଛନ୍ତି। ପ୍ରୟାସଙ୍କୁ ଖେଳାଳି ନିଲାମରେ ବାଙ୍ଗାଲୋର ୧.୫୦ କୋଟି ଟଙ୍କାରେ କିଣିଥିଲା। ଗତ ସୟଦ ମୁସ୍ତାକ୍‌ ଅଲି କ୍ରିକେଟ୍‌ ଟୁର୍ଣ୍ଣାମେଣ୍ଟରେ ପ୍ରୟାସ ୪ଟି ମ୍ୟାଚ୍ ଖେଳି ୪ଟି ୱିକେଟ୍ ହାସଲ କରିଥିଲେ। ଏହାପରେ ସେ ଭାରତ ବି’ ଦଳରେ ସାମିଲ ​‌େହାଇଥିଲେ।

Hot this week

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

Related Articles

Popular Categories