www.samajalive.in
Saturday, December 13, 2025
26.1 C
Bhubaneswar

ସଲମାନ୍‌ଙ୍କ ବଦାନ୍ୟତା

ମୁମ୍ବଇ : ସଲମାନ୍‌ଙ୍କ ଯେତେ ପ୍ରଶଂସା କଲେ ମଧ୍ୟ ତାହା କମ୍ ହୋଇଥାଏ ବୋଲି ତାଙ୍କ ସହ କାମ କରିଥିବା ଅଧିକାଂଶ ଲୋକଙ୍କ ମତ। ନୃତ୍ୟ ନିର୍ଦେଶିକା ସରୋଜ୍ ଖାନ୍‌ଙ୍କୁ କିଏ ନ ଜାଣେ? ୮୦ ଦଶକରୁ ୯୦ ଦଶକ ଶେଷ ପର୍ଯ୍ୟନ୍ତ ପ୍ରାୟ ପ୍ରତ୍ୟେକ ଚଳଚ୍ଚିତ୍ରରେ ସେ ହିଁ କୋରିଓଗ୍ରାଫ୍ କରିଛନ୍ତି। ସଞ୍ଜୟ ଲୀଳା ଭଁସାଲୀଙ୍କ ପରି ନାମୀ ନିର୍ଦେଶକ ମଧ୍ୟ ସରୋଜ୍‌ଙ୍କୁ ନିଜ ଚଳଚ୍ଚିତ୍ର ‘ଦେବଦାସ’ ପାଇଁ ପ୍ରସ୍ତାବ ଦେଇଥିଲେ। ଦେବଦାସର ‘ଡୋଲା ରେ…ଡୋଲା ରେ..’ ନୃତ୍ୟ ସଂଯୋଜନାକୁ ଦର୍ଶକ ଆଜିଯାଏଁ ଭୁଲିପାରିନାହାନ୍ତି। ହେଲେ ଏକବିଂଶ ଶତାବ୍ଦୀରେ ସିନେଜଗତରେ ଚାଲିଚଳଣି ବଦଳିଗଲା। ନୂଆ ପିଢ଼ିର ନୃତ୍ୟ ନିର୍ଦେଶକଙ୍କ ଭିଡ଼ରେ ବରିଷ୍ଠ ଲୋକଙ୍କୁ ସୁଯୋଗ ମିଳିଲାନି। ସମାନ ପରିସ୍ଥିତିର ସାମ୍ନା କଲେ ସରୋଜ୍। ରୋଜଗାରର ପନ୍ଥା ଯେପରି ବନ୍ଦ ହୋଇଗଲା, ଆଉ କିଛି ଉପାୟ ନଥିଲା ତାଙ୍କ ପାଖରେ। ଶେଷରେ ନିଜର ଏକ ଡ୍ୟାନ୍ସ ଏକାଡେମୀ ଖୋଲି ବଲିଉଡ ଅଭିନେତ୍ରୀଙ୍କୁ ତାଲିମ ଦେଲେ। ଏଇ କିଛି ମାସ ତଳର ଘଟଣା। ସଲମାନ୍‌‌ଙ୍କ ସହ ତାଙ୍କର ଏକ ପାର୍ଟିରେ ଭେଟ ହେଲା। ବିଭିନ୍ନ ପ୍ରସଙ୍ଗରେ କଥା ଭିତରେ ସଲମାନ୍ ପଚାରିଲେ, ମାଷ୍ଟରଜୀ(ଇଣ୍ଡଷ୍ଟ୍ରିରେ ସରୋଜ୍‌ ଖାନ୍‌ଙ୍କୁ ସମସ୍ତେ ସମ୍ମାନର ସହ ମାଷ୍ଟରଜୀ ନାମରେ ଡାକନ୍ତି) ଏବେ କାମ କେମିତି ଚାଲିଛି? ସରୋଜ୍ କହିଥିଲେ, ନାଇଁରେ ଏବେ ଆମ ଭଳି ବୟସ୍କ ଲୋକଙ୍କୁ କିଏ ପଚାରିବ? ଗୋଟିଏ ଅନୁଷ୍ଠାନ ଖୋଲି ଗୁଜୁରାଣ ମେଣ୍ଟାଉଛି। ସଲମାନ୍‌‌ଙ୍କୁ ଏ କଥାଟି ଖୁବ୍ ଆଘାତ ଦେଲା। ସିନେଜଗତର ଜଣେ ଆଗଧାଡ଼ିର ନୃତ୍ୟ ନିର୍ଦେଶକଙ୍କ ପାଖରେ ଆଜି କାମ ନାହିଁ। ସେ ସଙ୍ଗେସଙ୍ଗେ କହିଥିଲେ, ଆପଣ ବ୍ୟସ୍ତ ହୁଅନ୍ତୁନି। ଶୀଘ୍ର ବନ୍ଦୋବସ୍ତ କରିବି। ସରୋଜ୍ କହିଛନ୍ତି, ମୁଁ ଭାବିଥିଲି ବଲିଉଡର ସୁଲତାନ୍ ପୁଣି ମୋ କଥା ମନେରଖିବ? ତେବେ ସେ ଆଶ୍ଚର୍ଯ୍ୟ ସେତେବେଳେ ହେଲେ, ଯେଉଁ ମୁହୂର୍ତ୍ତରେ ସଲମାନ୍‌‌ଙ୍କ ଫୋନ୍ ଆସିଲା। ୧ ସପ୍ତାହ ମଧ୍ୟରେ ସଲମାନ୍ ଫୋନ୍ କରି କହିଥିଲେ, ଆପଣ ମୋ ଆଗାମୀ ଚଳଚ୍ଚିତ୍ର ‘ଭାରତ’ରେ କାମ କରିବେ। ଏକଥା କହିଲାବେଳକୁ ସରୋଜ୍‌ଙ୍କ ସ୍ବରରେ କୋହ ଭରି ଆସୁଥାଏ। ଗଣମାଧ୍ୟମ ସମ୍ମୁଖରେ ଶେଷରେ ସରୋଜ୍ ଖାନ୍ କହିଥିଲେ, ଈଶ୍ବର ସଲମାନ୍‌ ଭଳି ଲୋକକୁ କୋଟି ପରମାୟୁ ଦିଅନ୍ତୁ।

Hot this week

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

Related Articles

Popular Categories