ପୂର୍ବତଟ ରେଳପଥର ୧୦୦ଟି ଷ୍ଟେସନରେ ୱାଇ-ଫାଇ ସେବା
ଭୁବନେଶ୍ୱର .- ୨୦୧୮ ଏପ୍ରିଲ ମାସ ପହିଲା ଠାରୁ ୨୦୧୯ ମାର୍ଚ୍ଚ ମାସ ୩୧ ତାରିଖ ମଧ୍ୟରେ ପୂର୍ବତଟ ରେଳପଥର ୪୧ଟି ଷ୍ଟେସନ ଠାରେ ୱାଇ-ଫାଇ ସେବା ପ୍ରଦାନ କରାଯାଇଥିବା ରେଳ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି I ଏହାର ପୂର୍ବ ଆର୍ଥିକ ବର୍ଷରେ ପୂର୍ବତଟ ରେଳପଥରେ ୫୯ଟି ଷ୍ଟେସନ ଠାରେ ୱାଇ-ଫାଇ ସେବା ପ୍ରଦାନ କରାଯାଇଥିଲା I ସିଏସଆର ପାଣ୍ଠିରୁ ପୂର୍ବତଟ ରେଳପଥରେ ରେଲଟଲ କର୍ପୋରେସନ ଅଫ ଇଣ୍ଡିଆ ଲିମିଟେଡ଼ (ଆର.ସି.ଆଇ.ଏଲ) ଦ୍ୱାରା ଏହି କାର୍ଯ୍ୟ ସମ୍ପାଦନ କରାଯାଇଅଛି I ଏବେ ପୂର୍ବତଟ ରେଳପଥରେ ସମୁଦାୟ ୧୦୦ ଟି ଷ୍ଟେସନରେ ୱାଇ-ଫାଇ ସେବା ଉପଲବ୍ଧ ହେଉଛି ।
ଖୋର୍ଦ୍ଧା ରୋଡ଼ ରେଳ ମଣ୍ଡଳ ରେ ୨୯ ଟି ଷ୍ଟେସନ ଯଥା ବାଉଦପୁର, କେନ୍ଦୁଆପଦା, ମଞ୍ଜୁରୀ ରୋଡ଼, ବୈତରଣୀ ରୋଡ଼, କୋରେଇ, ଯଖପୁରା, ଜେନାପୁର, ନୂଆ ଗଡମଧୁପୁର, ହରିଦାସପୁର, ଧାନମଣ୍ଡଳ, ବରୀଠେଙ୍ଗଡ଼, ବୈରୀ, ନିର୍ଗୁଣ୍ଡି, କେନ୍ଦ୍ରାପଡା ରୋଡ଼, କାଇପଦର ରୋଡ଼, ତାପଙ୍ଗ, କୁହୁଡି, ଗଙ୍ଗାଧରପୁର, ସୋଲାରି, ରମ୍ଭା, ହୁମା, ଗଂଜାମ, ଜଗନ୍ନାଥପୁର, ଗୋଳନ୍ଥରା, ଶୁର୍ଲା ରୋଡ଼, ଝାଡ଼ପୁଡ଼ି, ବାରୁଭା, ମଣ୍ଡାସା ରୋଡ଼ ଓ ସୁମାଦେବୀ ଷ୍ଟେସନରେ ଓ୍ୱାଇଫାଇ ସେବା ଉପଲବ୍ଧ ହେଉଛି ।
ସମ୍ବଲପୁର ରେଳ ମଣ୍ଡଳ ରେ ଖରିଆର ରୋଡ଼ ଏବଂ ୱାଲଟିୟର ରେଳ ମଣ୍ଡଳ ରେ ୧୧ ଟି ଷ୍ଟେସନ ଯଥା – ପୁଣ୍ଡି, ନୌପଡା ରୋଡ଼, କୋଟାବୋମାଲି, ତିଲାରୁ, ଉରଲମ, ଦୁସି, ପୋନ୍ଦୁରୁ, ସିଗାଡ଼ମ, ଚିପୁରୁପଲ୍ଲୀ, ଗୀରିଭିଡ଼ି ଓ ଶୃଙ୍ଗାଭରପୁ କୋଟା ଷ୍ଟେସନରେ ଓ୍ୱାଇଫାଇ ସେବା ଉପଲବ୍ଧ ହେଉଥିବା ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି ।
Comments are closed.