ମରଣମୁହଁକୁ ଟାଣିନେଲା ସେଲଫି ; ନଦୀରେ ବୁଡି ଇଂଜିନିୟରିଂ ଛାତ୍ର ମୃତ

0

ଗୋପ : ଆଧୁନିକତାର ଛାପରେ ମଣିଷ ଉନ୍ନତିର ପଥରେ ଗତି କରୁଥିବା ବେଳେ, ଅନେକ କୁଅଭ୍ୟାସ ତାକୁ ବିପଦରେ ପକାଉଛି। ସମାଜରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବା ଓ ଲୋକପ୍ରିୟତା ବଜାୟ ରଖିବା ପାଇଁ ବର୍ତ୍ତମାନ ସମସ୍ତେ ସାମାଜିକ ଗଣମାଧ୍ୟମର ବ୍ୟବହାର କରୁଛନ୍ତି। ଏ ନେଇ ବିଭିନ୍ନ ଆଶ୍ଚର୍ଯ୍ୟଜନକ ଫଟୋ ଉତ୍ତୋଳନ କରି ସମାଜିକ ଗଣମାଧ୍ୟମରେ ପୋଷ୍ଟ କରିବାର ମାନସିକତା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। କିନ୍ତୁ ପରୋକ୍ଷରେ ଏହା ମଣିଷକୁ ମୃତ୍ୟୁ ଆଡକୁ ଟାଣିନେଉଥିବା ଦେଖିବାକୁ ମିଳିଛି। ଏପରି ଏକ ଘଟଣା ଗୋପ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।
ସୂଚନା ଅନୁସାରେ ରବିବାର ମଧ୍ୟାହ୍ନରେରେ ଗୋପ ଥାନା ଅଧିନ ବଣିଆସାହି ଗ୍ରାମର ବିଜୟ କୁମାର ନାଗଙ୍କ ଏକମାତ୍ର ପୁତ୍ର ସୋମିଦ କୁମାର ନାଗ(୧୮) ନିକଟସ୍ଥ କୁଶଭଦ୍ରା ନଦୀରେ ଗାଧୋଇ ବାକୁ ଯାଇ ୨ ଭାଇଙ୍କ ସହ ସେଲଫି ନେଉଥିଲେ । ମାତ୍ର ଅସାବଧାନତା ଯୋଗୁ ଗଭୀର ପାଣିକୁ ସୋମିଦ ଚାଲିଯାଇଥିଲେ ବହୁ ଚେଷ୍ଟାପରେ ମଧ୍ୟ ସେ ଉପରକୁ ଆସିପାରିନଥିଲେ। ତାଙ୍କର ଦୁଇ ସମ୍ପର୍କୀୟ ଭାଇ ଉଦ୍ଧାର କରିବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ ବିଫଳ ହୋଇଥିଲେ । ପରେ ଗୋପ ଦମକଳ କେନ୍ଦ୍ର ଓ ଓଡ୍ରାଫ ଟିମ ଖୋଜାଖୋଜି କରିବାର ଦୀର୍ଘ ୨ ଘଣ୍ଟା ପରେ ଛାତ୍ରଙ୍କ ଶବକୁ ଉଦ୍ଧାର କରିଥିଲେ ।
ସୋମିଦ ଭୁବନେଶ୍ୱର ସିଲିକନ୍ ଇଂଜିନିୟର କଲେଜର ଦ୍ୱିତୀୟ ବର୍ଷର ଛାତ୍ର । ପରିବାର ଲୋକ ଏକ ମାତ୍ର ପୁତ୍ରକୁ ହରାଇ ଭାଙ୍ଗିପଡିଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

kalyan agarbati
Leave A Reply