www.samajalive.in
Friday, December 12, 2025
16.1 C
Bhubaneswar

ମନମୋହନ ସିଂହଙ୍କୁ ଦେଖାଇଥିଲେ କଳା ପତାକା, ୧୪ ବର୍ଷ ପରେ ହେଲେ ରାହୁଲ ଗାନ୍ଧୀଙ୍କ ପରାମର୍ଶଦାତା!

ନୂଆଦିଲ୍ଲୀ : ଜବାହାରଲାଲ ନେହରୁ ବିଶ୍ୱବିଦ୍ୟାଳୟ (ଜେଏନ୍‍ୟୁ) ଛାତ୍ର ସଂସଦର ପୂର୍ବତନ ଅଧ୍ୟକ୍ଷ ସନ୍ଦୀପ ସିଂହ ବାମ ଦଳ ତ୍ୟାଗ କରି କଂଗ୍ରେସରେ ଯୋଗ ଦେଇଛନ୍ତି। ସେ ପ୍ରାୟ ଦେଢ ବର୍ଷ ହେବ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ସମ୍ପର୍କରେ ଥିଲେ। କୁହାଯାଉଛି ଯେ ସେ ରାହୁଲ ଗାନ୍ଧୀଙ୍କ ରାଜନୈତିକ ପରାମର୍ଶଦାତା ଭାବେ କାର୍ଯ୍ୟ କରୁଥିବାବେଳେ ତାଙ୍କ ପାଇଁ ଭାଷଣ ଲେଖୁଛନ୍ତି। ରାଜ୍ୟରେ ଛୋଟ ଛୋଟ ଦଳଙ୍କ ସହ ମେଣ୍ଟରେ ସନ୍ଦୀପ ସିଂହ ବଡ଼ ଭୂିମିକା ନିର୍ବାହ କରୁଛନ୍ତି। ହେଲେ ତାଙ୍କୁ ଏପର୍ଯ୍ୟନ୍ତ ଆନୁଷ୍ଠାନିକ ଭାବେ କୌଣସି ପଦ ଦିଆଯାଇନାହିଁ।
ସନ୍ଦୀପ ସିଂହ ୨୦୦୭ରେ ଜେଏନ୍‍ୟୁ ଛାତ୍ର ସଂସଦର ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିଲେ। ସେତେବେଳେ ସେ ସିପିଆଇ(ଏମ୍‍ଏଲ) ଛାତ୍ର ସଂଗଠନର ସଦସ୍ୟ ଥିଲେ। ସେ ୨୦୦୫ରେ ଜେଏନୟୁର ଏକ କାର୍ଯ୍ୟକ୍ରମ ସମୟରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ କଳା ପତାକା ଦେଖାଇ ଚର୍ଚ୍ଚାକୁ ଆସିଥିଲେ। ଉତ୍ତରପ୍ରଦେଶ ପ୍ରତାପଗଡ଼ ନିବାସୀ ସନ୍ଦୀପଙ୍କୁ କଂଗ୍ରେସର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ଉତ୍ତରପ୍ରଦେଶ ଗସ୍ତ ବେଳେ ଦେଖିବାକୁ ମିଳିଥିଲା। ଏପରିକି ପ୍ରିୟଙ୍କାଙ୍କ ସହ ମଞ୍ଚରେ ସନ୍ଦୀପ ନଜର ଆସିଥିଲେ। ସେ ୨୦୧୭ରେ ରାହୁଲ ଓ ପ୍ରିୟଙ୍କାଙ୍କ ନିକଟତର ହୋଇଥିଲେ। କିଛି ଦିନ ମଧ୍ୟରେ ସେ ରାହୁଲ ଗାନ୍ଧୀଙ୍କ ଅତି ଘନିଷ୍ଠ ହୋଇଯାଇଥିଲେ। ଏବେ ସେ ଭିତରିଆ ଭାବେ ରାହୁଲଙ୍କ ରାଜନୈତିକ ପରାମର୍ଶଦାତା ଭାବେ କାର୍ଯ୍ୟ କରୁଛନ୍ତି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories