ନୂଆଦିଲ୍ଲୀ : ଦେଶରେ ଥିବା ଗୋଷ୍ଠୀ ବେତାର କେନ୍ଦ୍ରଗୁଡ଼ିକ ଭୋଟର ସଚେତନତା କ୍ଷେତ୍ରରେ ସବୁ ପ୍ରକାରର ଉଦ୍ୟମ କରିବେ। ଗୋଷ୍ଠୀ ବେତାର କେନ୍ଦ୍ରଗୁଡ଼ିକ ପକ୍ଷରୁ ଏ ନେଇ ନିର୍ବାଚନ କମିଶନଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି।
ନୂଆଦିଲ୍ଲୀଠାରେ ଶନିବାର କମିଶନଙ୍କ ପକ୍ଷରୁ ଆୟୋଜିତ ଏକ କର୍ମଶାଳାରେ ଗୋଷ୍ଠୀ ବେତାର କେନ୍ଦ୍ରଗୁଡ଼ିକର ଦକ୍ଷତା ବୃଦ୍ଧି ପାଇଁ ଆବଶ୍ୟକ ତାଲିମ ପ୍ରଦାନ କରାଯାଇଥିଲା । ବିଶେଷକରି ଚଳିତ ନିର୍ବାଚନ ସମୟରେ ଭୋଟରମାନଙ୍କୁ ସେମାନଙ୍କର ଅଧିକାର ଓ ଦାୟିତ୍ୱ ସଂପର୍କରେ ଶିକ୍ଷିତ ଏବଂ ସଚେତନ କରାଇବା ଉଦ୍ଦେଶ୍ୟରେ ଏହି ରେଡିଓ କେନ୍ଦ୍ରଗୁଡ଼ିକ କିପରି ସାହାଯ୍ୟ କରିପାରିବେ, ସେଥିପାଇଁ ସେମାନଙ୍କୁ ଅବଗତ କରାଯାଇଥିଲା। ବରିଷ୍ଠ ଉପନିର୍ବାଚନ କମିଶନର ଉମେଶ ସିହ୍ନା ଏକ ବିବୃତ୍ତିରେ କହିଛନ୍ତି ଯେ ଭୋଟରଙ୍କ ପାଖରେ ପହଞ୍ଚିବା ପାଇଁ ଗୋଷ୍ଠୀ ବେତାର କେନ୍ଦ୍ର ଏକ ସର୍ବଶ୍ରେଷ୍ଠ ମାଧ୍ୟମ।
ଭୋଟର ସଚେତନତା କ୍ଷେତ୍ରରେ କାର୍ଯ୍ୟ କରିବେ ଗୋଷ୍ଠୀ ବେତାର କେନ୍ଦ୍ର
Popular Categories



