www.samajalive.in
Saturday, December 13, 2025
21.1 C
Bhubaneswar

ପୁନଃ କାର୍ଯ୍ୟକ୍ଷମ ହେଲା ଝାରସୁଗୁଡା ବିମାନ ବନ୍ଦର

ଝାରସୁଗୁଡ଼ା : ଝାରସୁଗୁଡ଼ାରୁ ଦେଶର ପ୍ରମୁଖ ସହର ନୂଆଦିଲ୍ଲୀ, ହାଇଦ୍ରାବାଦ ଓ କୋଲକାତାକୁ ନିୟମିତ ସ୍ପାଇସଜେଟ୍ ଉଡ଼ାଣ କରିବ। ଏଥିପାଇଁ ଫେବ୍ରୁଆରୀ ୨୭ ତାରିଖରୁ ୱେବସାଇଟ୍ରେ ଟିକେଟ୍ ବୁକିଂ ଆରମ୍ଭ ହୋଇଥିବା ବେଳେ ରବିବାର ଠାରୁ ନିୟମିତ ବିମାନ ସେବା ଆରମ୍ଭ ହୋଇଯାଇଛି। ଏହି ଖବର ସମଗ୍ର ପଶ୍ଚିମ ଓଡ଼ିଶାବାସୀଙ୍କ ମଧ୍ୟରେ ଆନନ୍ଦର ଲହରୀ ଖେଳେଇଦେଇଛି। ଗତବର୍ଷ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଝାରସୁଗୁଡା ବିମାନ ବନ୍ଦର ଉଦଘାଟନ କରିଥିଲେ କିନ୍ତୁ କିଛି ବିମାନ ଉଡାଣ ପରେ ହଠାତ ବନ୍ଦ ହୋଇଯିବା ଲୋକଙ୍କୁ ନିରାଶ କରିଥିଲା । ଉଡାଣ ୩.୦ରେ ସ୍ପାଇସଜେଟ ଝାରସୁଗୁଡ଼ା ବିମାନବନ୍ଦରରୁ ଦେଶର ପ୍ରମୁଖ ତିନୋଟି ସହରକୁ ଯୋଡିବା ପାଇଁ ଅନୁମତି ପାଇଛି ।

ରବିବାର ଠାରୁ ନିୟମିତ ଭାବେ ସ୍ପାଇସଜେଟ୍ ଝାରସୁଗୁଡ଼ା-ଦିଲ୍ଲୀ-ଝାରସୁଗୁଡ଼ା, ଝାରସୁଗୁଡ଼ା-ହାଇଦ୍ରାବାଦ-ଝାରସୁଗୁଡ଼ା ଏବଂ ଝାରସୁଗୁଡ଼ା-କୋଲକାତା-ଝାରସୁଗୁଡ଼ା ଆଦି ଗନ୍ତବ୍ୟସ୍ଥଳକୁ ଯୋଡ଼ିବ ଏହାଦ୍ୱାରା ଝାରସୁଗୁଡାର ଆର୍ଥିକ,ସାମାଜିକ ବିକାଶ ହେବା ସହ ସମଗ୍ର ପଶ୍ଚିମ ଓଡ଼ିଶାରେ ଶିକ୍ଷା, ସ୍ୱାସ୍ଥ ,ପଯ୍ୟଟନ ଶିଳ୍ପର ବିକାଶ ସହିତ ଶିଳ୍ପାୟନ କ୍ଷେତ୍ରରେ ଅଭିବୃଦ୍ଧି ଘଟିବ ବୋଲି ସ୍ଥାନୀୟ ବାସିନ୍ଦା କହିଛନ୍ତି । ଗତ ୯ ତାରିଖରେ ସ୍ପାଇସଜେଟର ଆଠ ଜଣିଆ ଦଳ ଝାରସୁଗୁଡା ବିମାନ ବନ୍ଦରରେ ସୁରକ୍ଷା ସହ ଅନ୍ୟାନ୍ୟ ଭିତ୍ତିଭୂମି ଯାଞ୍ଚ କରିଥିଲେ । ଉଡାନ ୩ରେ ସ୍ପାଇସଜେଟ ଝାରସୁଗୁଡ଼ାରୁ ନୂଆଦିଲ୍ଲୀ, କଲିକତା ଓ ହାଇଦ୍ରାବାଦ ରୁଟ ପାଇଁ ଅନୁମତି ପାଇଛି। ଏହି ପରିପ୍ରେକ୍ଷୀରେ ଝାରସୁଗୁଡା ବିମାନ ବନ୍ଦରରୁ ୩୧ ମାର୍ଚ୍ଚ ଠାରୁ ନିୟମିତ ଭାବେ ବିମାନ ଉଡାଣ ଶିଳ୍ପ ଜଗତ ସ୍ୱାଗତ କରିଛନ୍ତି । ଝାରସୁଗୁଡା ଜିଲ୍ଲାରେ ଏମସିଏଲ, ଓପିଜିସି, ଟିଆରଏଲ, ବେଦାନ୍ତ, ଭୁଷଣ ଷ୍ଟିଲ ଭଳି ବଡବଡ ଶିଳ୍ପ ପାଇଁ ଏହା ଏକ ବ୍ୟବସୟିକ ପେଣ୍ଠସ୍ଥଳୀର ମାନ୍ୟତା ପାଇଛି । ଏଥିସହ ଝାରସୁଗୁଡାକୁ ଲାଗିରହିଥିବା ପଡୋଶୀ ରାଜ୍ୟ ଛତିଶଗଡ ଓ ଝାଡଖଣ୍ଡ ସମେତ ପଶ୍ଚିମ ଓଡିଶାର ୧୧ ଟି ଜିଲ୍ଲାର ଲୋକଙ୍କ ତ୍ୱରିତ ଗମନାଗମନ ପାଇଁ ଝାରସୁଗୁଡା ବିମାନ ବନ୍ଦର ସୁଯୋଗ ସ୍ରୁଷ୍ଟି କରିବ ବୋଲି ବେଦାନ୍ତର ଜନସମ୍ପର୍କ ଅଧିକାରୀ କହିଛନ୍ତି । ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଥିବାରୁ ରବିବାର ନିରାଡ଼ମ୍ବର ଭାବେ ବିମାନ ସେବାର ଶୁଭାରମ୍ଭ କରାଯାଉଛି ବୋଲି ବିମାନ ବନ୍ଦରର ନିର୍ଦ୍ଦେଶକ ସୁଦେଶ କୁମାର ଚୌହାନ କହିଛନ୍ତି ।

Hot this week

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

Related Articles

Popular Categories