www.samajalive.in
Saturday, December 6, 2025
15.1 C
Bhubaneswar

ଦିଲ୍ଲୀର ୭ ଲୋକସଭା ଆସନ ପାଇଁ କଂଗ୍ରେସରେ ୮୦ ଆଶାୟୀ

ନୂଆଦିଲ୍ଲୀ : ଆମ ଆଦମୀ ପାର୍ଟି (ଆପ) ସହ ମେଣ୍ଟ ନେଇ ଅନିଶ୍ଚିତତା ମଧ୍ୟରେ କଂଗ୍ରେସ ପକ୍ଷରୁ ଦିଲ୍ଲୀର ୭ ଲୋକସଭା ଆସନ ପାଇଁ ଟିକେଟ ଦାବିଦାରଙ୍କ ତାଲିକା ପ୍ରସ୍ତୁତ କରାଯାଇଛି। ଦିଲ୍ଲୀ ପ୍ରଦେଶ କଂଗ୍ରେସ କମିଟି ସବୁ ଆସନ ପାଇଁ ୩ରୁ ୪ ଜଣ ଲେଖାଏଁ ସମ୍ଭାବିତ ପ୍ରାର୍ଥୀଙ୍କ ତାଲିକା ପ୍ରସ୍ତୁତ କରିଛି। ପ୍ରଦେଶ କଂଗ୍ରେସ କମିଟି ଆଶାୟୀଙ୍କ ତାଲିକା ପ୍ରସ୍ତୁତ କରିବା ପରେ ସ୍କ୍ରିନିଂ କମିଟି ନିକଟକୁ ପଠାଇଛି।
ପ୍ରକାଶ ଯେ ଏନେଇ ଦିଲ୍ଲୀ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶୀଲା ଦୀକ୍ଷିତଙ୍କ ଘରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ସାମିଲ ଜଣେ ବରିଷ୍ଠ ନେତା କହିଛନ୍ତି ଯେ ୭ ଆସନ ପାଇଁ ୮୦ ଆଶାୟୀ ଆବେଦନ କରିଛନ୍ତି। ସେଥିମଧ୍ୟରୁ ପ୍ରଦେଶ କଂଗ୍ରେସ କମିଟି ସମ୍ଭାବିତ ପ୍ରାର୍ଥୀଙ୍କ ତାଲିକା ପ୍ରସ୍ତୁତ କରିଛି। ଏହି ତାଲିକାରେ କେତେକ ବରିଷ୍ଠ ନେତାଙ୍କ ନାମ ରହିଥିବା ଜାଣିବାକୁ ମିଳିଛି। ପ୍ରତି ଆସନରୁ ୩ରୁ ୪ ଜଣ ସମ୍ଭାବିତ ପ୍ରାର୍ଥୀଙ୍କ ତାଲିକା ପ୍ରସ୍ତୁତ କରାଯାଇଛି। ସ୍କ୍ରିନିଂ କମିଟି ଏହା ଉପରେ ଶେଷ ନିଷ୍ପତ୍ତି ନେବ। ସମସ୍ତ ଆଶାୟୀଙ୍କୁ ସନ୍ତୁଷ୍ଟ କରିବାକୁ ଚେଷ୍ଟା କରାଯିବ ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories