www.samajalive.in
Saturday, December 6, 2025
15.1 C
Bhubaneswar

‘ଶିକ୍ଷକ, ଅଭିଭାବକଙ୍କ ତ୍ୟାଗ ବୃଥା ନ ଯାଉ’

ଭୁବନେଶ୍ବର : ପରିବର୍ତ୍ତନ ହେଉଛି ଜୀବନର ଅଂଶ ବିଶେଷ। ପରିବର୍ତ୍ତନଶୀଳ ଜୀବନରେ ଉନ୍ନତି ବା ଉ​‌େ​‌ଦ୍ଦଶ୍ୟ ପୁରଣ କରିବା ପାଇଁ ନୂଆ ସ୍ବପ୍ନ, ଲକ୍ଷ୍ୟ ନେଇ ବଢିବା ଆବଶ୍ୟକ। ଭବିଷ୍ୟତର ଅନିଶ୍ଚିତତାକୁ ଦେଖି ଡରିବା ଉଚିତ୍‌ ନୁହେଁ। ଭବିଷ୍ୟତ ଅନିର୍ଦିଷ୍ଟ ଏହା ସତ୍ୟ । ଶିକ୍ଷକ ଓ ଅଭିଭାବକଙ୍କ ତ୍ୟାଗକୁ ବୃଥା ଯିବାକୁ ନଦେଇ ସଫଳତା ହାସଲ କରିବା ନିହାତି ଦରକାର ବୋଲି ରମାଦେବୀ ମହିଳା ବିଶ୍ବବିଦ୍ୟାଳୟର ପ୍ରଥମ ସମାବର୍ତ୍ତନ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଜଷ୍ଟିସ୍‌ ଦୀପକ ମିଶ୍ର ମତବ୍ୟକ୍ତ କରିଛନ୍ତି।
ସେ କହିଥିଲେ ଯେ, ଜୀବନରେ ଚାଲିବାକୁ ହେଲେ ବହୁ ଝଡଝଞ୍ଜା ଆସିବ। ତାକୁ ବୁଝି ଆଗକୁ ବଢିବା ଜୀବନ। ଝଡଝଞ୍ଜାରୁ ପାଇଥିବା ଶିକ୍ଷା ବିପଦ ସମୟରେ ସହାୟକ ହେବ। ଶିକ୍ଷାଦ୍ବାରା ଛାତ୍ରୀ ବିଭିନ୍ନତାକୁ ସମ୍ମାନ ଦେବା ଶିଖିପାରିବେ। ବର୍ତ୍ତମାନ ମଧ୍ୟରେ ବଞ୍ଚିବା ସହ ଭବିଷ୍ୟତ ଓ ବର୍ତ୍ତମାନ ସହ ସନ୍ତୁଳନ ରକ୍ଷାକରିବା ଆଜିର ସବୁଠାରୁ ବଡ ଆହ୍ବାନ ବୋଲି ମୁଖ୍ୟଅତିଥି ଜଷ୍ଟିସ୍‌ ମିଶ୍ର କହିଛନ୍ତି।
କୁଳାଧିପତି ତଥା ରାଜ୍ୟପାଳ ପ୍ର. ଗଣେଶୀ ଲାଲଙ୍କ ସଭାପତିତ୍ବ କରି କହିଥିଲେ ନାରୀ ପ୍ରକୃତିର ସୃଷ୍ଟି ଓ ସକଳ ଶକ୍ତିର ଆଧାର। ସେ ବିଦ୍ୟାର୍ଥୀଙ୍କୁ କହିଥିଲେ ସମସ୍ତେ ସଫଳତା ପାଇବାକୁ ଚାହାନ୍ତି। ତୁମେ ଜାଣିବା ଦରକାର ତୁମ ପାଇଁ ସଫଳତାର ମାନେ କ’ଣ ? ଧନ, ଯଶ ଜ୍ଞାନ ଆହାରଣ କରିବାରେ କିଛି ଅସୁବିଧା ନାହିଁ। କେବଳ ମଣିଷ ଭଲ ଲୋକ ହେବା ପାଇଁ ଏହି ତିନିଟି ଜିନିଷ ଦରକାର ତାହା ନୁହେଁ। ଜ୍ଞାନ ଆହରଣ କରିବାର ଇଛ୍ଛା ଶକ୍ତି ସାର୍ଟିଫିକେଟ୍ ହାସଲ ପରେ ବନ୍ଦ ନହେବା ଦରକାର। ଦେଶ ଓ ବିଶ୍ବ ବିଷୟର ଜାଣିବା ପାଇଁ ଅଦମ୍ୟ ଉଚ୍ଛା ଶକ୍ତି ରହିବା ନିହାତି ଦରକାର। ବହିରେ ଥିବା ପାଠ ପର୍ଯ୍ୟାପ୍ତ ନୁହେଁ। ସର୍ବଦା ଦେଶ ଓ ବିଶ୍ବ ସଂକ୍ରାନ୍ତରେ ଜାଣିବାର ଜିଜ୍ଞାସା ବିଦ୍ୟାର୍ଥୀଙ୍କ ଭିତର ରହିବା ଆବଶ୍ୟକ ବୋଲି ପ୍ରଫେସର ଗଣେଶୀ ଲାଲ କହିଥିଲେ। କୁଳପତି ପ୍ରଫେସର ପଦ୍ମଜା ମିଶ୍ର ସିବିସିଏସ୍‌ ପାଠ୍ୟକ୍ରମର ସଫଳତା, ନୂଆ ପାଠ୍ୟକ୍ରମ ଆରମ୍ଭ, ରୁସା ସହାୟତରେ ହୋଇଥିବା ବିଭିନ୍ନ କାର୍ଯ୍ୟକ୍ରମ, ଆତ୍ମ ରକ୍ଷା ପ୍ରଶିକ୍ଷଣ, ସବୁଜ କ୍ୟାମ୍ପସ୍‌ ଭଳି ବିଶ୍ବବିଦ୍ୟାଳୟର ବହୁ ସଫଳତା ସଂକ୍ରାନ୍ତରେ ରିପୋର୍ଟ ଉପସ୍ଥାପନ କରିଥିଲେ।
ଏହି ଅବସରରେ ଝାଡଖଣ୍ଡର ରାଜ୍ୟପାଳ ତଥା ଶିକ୍ଷାନୁଷ୍ଠାନର ପୁରାତନ ଛାତ୍ରୀ ଦ୍ରୌପଦୀ ମୁର୍ମୁ ଓ ଶିକ୍ଷାବିତ୍‌ ତଥା ‘ସମାଜ’ର ପ୍ରାକ୍ତନ ସମ୍ପାଦିକା ମନୋରମା ମହାପାତ୍ରଙ୍କୁ କଳା ଓ ସମାଜସେବୀ ପାଇଁ ସମ୍ମାନସୂଚନ ଡି.ଲିଟ୍‌ ଉପାଧି ପ୍ରଦାନ କରାଯାଇଥିଲା। ସେହିପରି ବିଜ୍ଞାନ କ୍ଷେତ୍ରପାଇଁ ଓଡ଼ିଶା ବିଜ୍ଞାନ ଏକାଡେମୀର ପୂର୍ବତନ ସଭାପତି ତଥା ପ୍ରାକ୍ତନ କୁଳପତି ସଂଘମିତ୍ରା ମହାନ୍ତି ଓ କେନ୍ଦ୍ର ସରକାରଙ୍କ ବାୟୋ-ଟେକ୍ନୋଲୋଜି ବିଭାଗ ସଚିବ ଡ.ରେଣୁ ସ୍ବରୂପଙ୍କୁ ସମ୍ମାନ ସୂଚକ ଡି.ଏସ୍‌.ସି ଡିଗ୍ରୀ ପ୍ରଦାନ କରାଯାଇଛି।
ଏହି ଅବସରରେ ୪୦ଟି ସ୍ବର୍ଣ୍ଣ ପଦକ ଛାତ୍ରୀଙ୍କୁ ପ୍ରଦାନ କରାଯାଇଛି। ସର୍ବଶ୍ରେଷ୍ଠ ଗ୍ରାଜୁଏଟ ଭାବେ ସୌରଞ୍ଜିତା ମାଝୀ ଓ ସ୍ଥିତିପ୍ରଜ୍ଞା ନାଥ ଶର୍ମାଙ୍କୁ ସ୍ବର୍ଣ୍ଣ ପଦକ ପ୍ରଦାନ କରାଯାଇଛି। କୁଳସଚିବ ଇତିଶ୍ରୀ ଦାସ, ପିଜି କାଉନସିଲ୍‌ ଚେୟାରମ୍ୟାନ୍‌ ଡ.ଦୁର୍ଗାଶଙ୍କର ଷଡଙ୍ଗୀ ଓ ବିଭାଗୀୟ ମୁଖ୍ୟମାନେ ମଞ୍ଚାସୀନ ଥିଲେ। ରମାଦେବୀ ପୂର୍ଣ୍ଣଚନ୍ଦ୍ର ମିଶ୍ର ସ୍ବର୍ଣ୍ଣ ପଦକ ସ୍ନାତକୋତ୍ତର ପରୀକ୍ଷାରେ ସର୍ବାଧିକ ନମ୍ବର ରଖିଥିବା ବିଜୟଲକ୍ଷ୍ମୀ ସାହୁଙ୍କୁ ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମରେ ସାଂସଦ ରଘୁନାଥ ମହପାତ୍ର, ରାଜ୍ୟପାଳଙ୍କ ପ୍ରମୁଖ ସଚିବ ମଧୁସୂଦନ ପାଢୀ, ଓଡ଼ିଶା ଉଚ୍ଚଶିକ୍ଷା ପରିଷଦର ଉପାଧ୍ୟକ୍ଷ ପ୍ରଫେସର ଅଶୋକ ଦାସ, ସମ୍ବଲପୁର ବିଶ୍ବବିଦ୍ୟାଳୟର ପ୍ରାକ୍ତନ କୁଳପତି ପ୍ରଫେସର ପ୍ରିୟମ୍ବଦା ହେଜମାଦୀ, ଦାମଦୋର ଆଚାର୍ଯ୍ୟ, ପ୍ରତିଭା ରାୟ, ସୁଧାକାର ପଣ୍ଡା, ଏଲ.ଏନ୍‌ ମିଶ୍ର, ଡି.କେ ମହପାତ୍ର, ହରିହର ପଣ୍ଡା, ପୂର୍ବତନ କୁଳସଚିବ ଜୟନ୍ତ ଷଡଙ୍ଗୀ ଉପସ୍ଥିତ ଥିଲେ। ବିଶ୍ବବିଦ୍ୟାଳୟର ଲୋକ ସମ୍ପର୍କ ଅଧିକାରୀ ଡ.ମାନସ ବେହେରା କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories