www.samajalive.in
Saturday, December 6, 2025
26.1 C
Bhubaneswar

ଅଜଣାତରେ କରୁଥିବା ଏସବୁ ଭୁଲ ଯୋଗୁଁ ପଡ଼ିଥାଏ ଶନିଙ୍କ ଅଶୁଭ ଦୃଷ୍ଟି

ସାଧାରଣତଃ ଶନି ଦେବଙ୍କୁ ନ୍ୟାୟର ଦେବତା ବୋଲି କୁହାଯାଏ। ଏହା ଆମେ ସମସ୍ତେ ଜାଣନ୍ତି ଯେ, ଯାହା ଉପରେ ଶନିଙ୍କ କୁଦୃଷ୍ଟି ପଡ଼େ ଦୁର୍ଭାଗ୍ୟ ତା’ ପିଛା ଛାଡ଼େ ନାହିଁ। ସେହିପରି ଯାହା ଉପରେ ଶନି ଦେବ ପ୍ରସନ୍ନ ହୋଇଥାଆନ୍ତି ତା ଜୀବନ ସୁଖମୟ ହୋଇଥାଏ। ଜ୍ୟୋତିଷ ଶାସ୍ତ୍ରରେ ବ୍ୟକ୍ତି ଉପରେ ଶନିଦେବଙ୍କର ବକ୍ର ଦୃଷ୍ଟି ପଡ଼ିବାର ବହୁତ କାରଣ ରହିଛି। ତେବେ ଚାଲନ୍ତୁ ଜାଣିବା ଆମର କେଉଁ ସବୁ ଭୁଲ୍ ପାଇଁ ଶନିଙ୍କର ଅଶୁଭ ଦୃଷ୍ଟି ଆମ ଉପରେ ପଡ଼ିଥାଏ –

ଯେଉଁ ବ୍ୟକ୍ତି ଧନ ବଳରେ ଅସହାୟ ଏବଂ ଗରିବ ଲୋକଙ୍କୁ ଅପମାନିତ କରନ୍ତି, ଶନିଦେବ ତାଙ୍କ ଉପରେ ବକ୍ର ଦୃଷ୍ଟି ପକାଇଥାନ୍ତି।

- Advertisement -

ଯେଉଁ ବ୍ୟକ୍ତି ଶନିବାର ଦିନ ଘରକୁ କିଛି ଲୁହା ଜିନିଷ ନେଇ ଆସିଥା’ନ୍ତି ଶନିଦେବ ତାଙ୍କ ଉପରେ କୁଦୃଷ୍ଟି ପକାଇଥାନ୍ତି। ଶନିଦେବଙ୍କ ଖରାପ ଦୃଷ୍ଟି ପଡ଼ିବା ମାତ୍ରକେ ହିଁ ବ୍ୟକ୍ତି କାଙ୍ଗାଳ ହେବାକୁ ଲାଗିଥାଏ। ତେଣୁ ଶନିବାର ଦିନ ଲୁହାର ଦ୍ରବ୍ୟ କିଣିବା କଥା ନୁହେଁ ବରଂ ଦାନ କରିବା ଉଚିତ।

ଶନିବାର ଦିନ ଘରକୁ ତେଲ ଆଣିବା ଉଚିତ ନୁହେଁ। କାରଣ ଏହି ଦିନରେ ଶନିଦେବଙ୍କୁ ତେଲ ଚଢ଼ା ଯାଇଥାଏ।

କୌଣସି ଅନ୍ୟ ବ୍ୟକ୍ତିଙ୍କ ଠାରୁ ଭୁଲରେ ମଧ୍ୟ ଜୋତା ବା ଚପଲ ନେବା ଉଚିତ ନୁହେଁ। ଏହାଦ୍ବାରା ମଧ୍ୟ ଶନିଙ୍କର ଖରାପ ପ୍ରଭାବ ପଡ଼ିଥାଏ।

ଯେଉଁ ବ୍ୟକ୍ତି ନିଜ ଘରକୁ ଆସିଥିବା ବ୍ରାହ୍ମଣ କିମ୍ବା ଗରିବ ବ୍ୟକ୍ତିଙ୍କୁ କୌଣସି ଦାନ ନକରି ଫେରାଇ ଦିଅନ୍ତି ଶନିଦେବ ତାଙ୍କ ଉପରେ ଅଶୁଭ ପ୍ରଭାବ ପକାଇଥା’ନ୍ତି।

Hot this week

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

ଦୁଇ କୁଖ୍ୟାତ ଅପରାଧି କାବୁ, କାର୍ବାଇନ୍ ଜବତ

ଭୁବନେଶ୍ୱର : ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ଚାଷୀଙ୍କ ଦାବି ନେଇ କଳାହାଣ୍ଡିରୁ ଭୁବନେଶ୍ୱର ସାଇକେଲ ଯାତ୍ରା

ବୋଲଗଡ: ଚାଷୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡ଼ିଛି କଳାହାଣ୍ଡି...

ନିଖୋଜ ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିବା ଘଟଣାରେ ବଢିଲା ଉତ୍ତେଜନା

କୋରୁକୋଣ୍ଡା : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ରାଖେଲଗୁଡା ଗାଁରେ ନିଖୋଜ...

Related Articles

Popular Categories