ହାଇଦରାବାଦ/ଚେନ୍ନଇ : ଆଇପିଏଲ କ୍ରିକେଟ-୨୦୧୯ରେ ରବିବାର ୨ଟି ମ୍ୟାଚ ଅନୁଷ୍ଠିତ ହେଉଛି । ହାଇଦରାବାଦ ଠାରେ ୧୧ତମ ମ୍ୟାଚରେ ସନ୍ ରାଇଜର୍ସ ହାଇଦରାବାଦ ଓ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ମୁକାବିଲା ଆରମ୍ଭ ହୋଇଛି। ବାଙ୍ଗାଲୋର ଟସ୍ ଜିତି ବୋଲିଂ କରିବାର ନିଷ୍ପତ୍ତି ନେଇଛି। ବ୍ୟାଟିଂ ଆରମ୍ଭ କରି ହାଇଦରାବାଦ ଭଲ ସ୍କୋର କରିବାର ଆଶା ରଖିଛି।
ଅନ୍ୟପକ୍ଷରେ ଚେନ୍ନଇଠାରେ ରାତି ୮ଟାରେ ଚେନ୍ନଇ ସୁପର କିଙ୍ଗସ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ମୁକାବିଲା ଅନୁଷ୍ଠିତ ହେବ।
ଶନିବାର ଆଇପିଏଲରେ ଖେଳାଯାଇଥିବା ୧୦ନଂ ମ୍ୟାଚଟି ସୁପର୍ ଓଭରରେ ଶେଷ ହୋଇଛି। ଚଳିତ ଆଇପିଏଲରେ ଏହା ଥିଲା ପ୍ରଥମ ସୁପର୍ ଓଭର ମ୍ୟାଚ । ଏଥିରେ ଦିଲ୍ଲୀ କ୍ୟାପିଟାଲ, କୋଲକାତା ନାଇଟ୍ ରାଇଡର୍ସକୁ ୩ ରନରେ ପରାସ୍ତ କରିଛି। ଦିଲ୍ଲୀ ଦଳ ପ୍ରଥମ ସୁପର୍ ଓଭର୍ ଖେଳି ମାତ୍ର ୧୦ ରନ୍ କରିଥିଲା। ବିଜୟ ପାଇଁ ୧୧ ରନ୍ର ଲକ୍ଷ୍ୟ ଥିବାବେଳେ କୋଲ୍କାତା ନାଇଟି ରାଇଡର୍ସ ଦିଲ୍ଲୀ ଦଳର ବୋଲର କେସିଗୋ ରାବଡ଼ାଙ୍କ ଶାଣିତ ବୋଲିଂର ଉଚିତ ମୁକାବିଲା କରି ନପାରି ମାତ୍ର ୭ ରନ୍ କରିପାରିଥିଲା।



