କଟକରେ ବାର୍ଡ଼ ଫ୍ଲୁ, କୁକୁଡ଼ା ନଖାଇବାକୁ ପ୍ରଶାସନର ପରାର୍ମଶ
କଟକ : ବାର୍ଡ଼ ଫ୍ଲୁ ନେଇ ସମଗ୍ର କଟକ ସହରରେ କୁକୁଡ଼ା ବିକ୍ରି ବାରଣ କରାଯାଇଥିବା ଜଣାପଡ଼ିଛି। ସଂକ୍ରମିତ ଅଞ୍ଚଳର ୧ କିମି ପରିଧିରେ କୁକୁଡ଼ା ମାଂସ, ଅଣ୍ଡା ଖାଇବାକୁ ବାରଣ କରାଯାଇଥିବା ସହ ୩ ମାସ ପର୍ଯ୍ୟନ୍ତ କୁକୁଡ଼ା ବିକ୍ରି ମଧ୍ୟ ବନ୍ଦ ରଖାଯିବ। ୪୩୫ ବତକ, ୩୫ କୁକୁଡ଼ା, ୯୨୭୫ ଅଣ୍ଡା ନଷ୍ଟ କରାଯାଇଥିବା ଏଡ଼ିଆରଆଇ ଯୁଗ୍ମ ନିର୍ଦ୍ଦେଶକ ଲୋକନାଥ ବେହେରା ସୂଚନା ଦେଇଛନ୍ତି। ତେଣୁ ବାର୍ଡ଼ ଫ୍ଲୁ କୁ ନଜରରେ ରଖି ତିନି ମାସ ପର୍ଯ୍ୟନ୍ତ କୁକୁଡ଼ା ନଖାଇବାକୁ ପରାମର୍ଶ ଦିଆଯାଇଛି।