www.samajalive.in
Saturday, December 6, 2025
17.1 C
Bhubaneswar

ସ୍ୱାଭିମାନ ଅଞ୍ଚଳରେ ସାଂସଦ ପ୍ରାର୍ଥୀଙ୍କ ତୋଫାନୀ ପ୍ରଚାର: ବିକାଶର ଦ୍ୱାହି ଦେଇ ଭୋଟ ଭିକ୍ଷା

ମାଲକାନଗିରି : ପୂର୍ବତନ ମନ୍ତ୍ରୀ ତଥା ଝରିଗାଁ ବିଧାୟକ ରମେଶ ମାଝି ଚଳିତ ଥର ନବରଙ୍ଗପୁର ଲୋକସଭା ନିର୍ବାଚନ ମଣ୍ଡଳୀରେ ସାଂସଦ ପ୍ରାର୍ଥୀଭାବେ ପ୍ରତିଦ୍ୱନ୍ଦିତା କରୁଥିବା ବେଳେ ଶନିବାରଠାରୁ ମାଲକାନଗିରି ଜିଲ୍ଲାରେ ତୋଫାନୀ ପ୍ରଚାର ଆରମ୍ଭ କରିଛନ୍ତି। ଶନିବାର କାଲିମେଳା ଓ ପଡ଼ିଆ ଅଞ୍ଚଳ ଗସ୍ତ କରି କର୍ମୀ ସମ୍ମିଳନୀ ସହ ପ୍ରଚାର କରିଥିବା ବେଳେ ଆଜି ଜିଲ୍ଲାର ଅତ୍ୟନ୍ତ ସମ୍ବେଦନଶୀଳ ତଥା ମାଓ ପ୍ରବଣ ଚିତ୍ରକୋଣ୍ଡା ବିଧାନସଭା ନିର୍ବାଚନ ମଣ୍ଡଳୀରେ ତୋଫାନୀ ପ୍ରଚାର କରି ସଭା ସମତିରେ ଯୋଗ ଦେଇଛନ୍ତି। ଏଥିରେ ପୂର୍ବତନ ବିଧାୟକ ଡମ୍ବୁରୁ ଶିଶା ଓ ବର୍ତ୍ତମାନ ବିଜେଡିର ବିଧାୟକ ପ୍ରାର୍ଥୀ ପୂର୍ଣ୍ଣଚନ୍ଦ୍ର ବାକା ସମେତ ବହୁ ନେତା ଓ କର୍ମୀ ଯୋଗ ଦେଇଥିବା ବେଳେ ନିର୍ବାଚନୀ ସଭାରେ ଉଦବୋଧନ ସେ ଦେଇ ରାଜ୍ୟ ସରକାରଙ୍କ ସ୍ୱାଭିମାନ ଅଞ୍ଚଳବାସୀଙ୍କ ପାଇଁ କରିଥିବା ବିକାଶର ତାଲିକା ବଖାଣିଛନ୍ତି।

ବହୁ ପ୍ରତୀକ୍ଷିତ ଗୁରୁପ୍ରିୟା ସେତୁ ବିଜଡେିର ନୀବନ ସରକାରଙ୍କ ଏକ ଐତିହାସିକ ନିଷ୍ପତ୍ତି ବୋଲି କହିଥିଲେ। ଚିତ୍ରକୋଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଉପଖଣ୍ଡ ସ୍ୱାସ୍ଥ୍ୟ କେନ୍ଦ୍ରର ମାନ୍ୟତା, ସ୍ୱାଭିମାନ ଅଞ୍ଚଳବାସୀଙ୍କ ପାଇଁ ୧୦୦ କୋଟିର ସ୍ୱତନ୍ତ୍ର ପ୍ୟାକେଜ ଯେଉଁଥିରେ ପାନୀୟଜଳ, ଜଳସେଚନ, ମତ୍ସ୍ୟଜୀବୀଙ୍କୁ ମାଛ ଜାଆଁଳ ପ୍ରଦାନ କରାଯାଇଛି। ଏହା ସହ ପଣସପୁଟ, ଅଣ୍ଡ୍ରାପାଲ୍ଲୀ, ଯନ୍ତ୍ରୀ ପ୍ରଭୃତି ବିଛିନାଞ୍ଚଳକୁ ରାସ୍ତା ଓ ପୋଲ ସୁବିଧା, ସଦର ମହକୁମାରେ ୭ ମହଲା ବିଶିଷ୍ଟ ଅତ୍ୟାଧୁନିକ ସ୍ୱାସ୍ଥ୍ୟ କେନ୍ଦ୍ର ଖୋଲାଯାଇଥିବା ସେ ପ୍ରକାଶ କରିଛନ୍ତି। ସେହିଭଳି ଚିତ୍ରକୋଣ୍ଡାକୁ ନୂତନ ବ୍ଲକ ଘୋଷଣା, ବିଦ୍ୟାଳୟ ସ୍ଥାପନ ଭଳି ବହୁ ଆଦିବାସୀ ଲୋକାଭିମୁଖୀ ଯୋଜନାକୁ ବଖାଣିଥିବା ବେଳେ କେନ୍ଦ୍ରର ମୋଦୀ ସରକାରଙ୍କ ଓଡ଼ିଶା ପ୍ରତି ଚରମ ଅବହେଳାର ଆଲୋକପାତ କରିଥିଲେ। ଆଗାମୀ ନିର୍ବାଚନରେ ସାଧାରଣ ଜନତା ନବୀନ ସରକାର ଓ ବିଜେଡିକୁ ବହୁ ମାତ୍ରାରେ ଭୋଟ ଦେଇ ଜୟଯୁକ୍ତ କରିବାକୁ ନିବେଦନ କରିଥିଲେ। ଏଥିରେ ବିଜେଡିର ବରିଷ୍ଠ ନେତା ରାଜେନ୍ଦ୍ର ପଣ୍ଡା, ପ୍ରଭାକର ପ୍ରଧାନଙ୍କ ସମେତ ବହୁ ନେତା ଓ କର୍ମୀ ଯୋଗ ଦେଇଥିଲେ।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories