mission shakti banner

ଆର୍ଥ ଆୱାର ୨୦୧୯’ର ବାର୍ତ୍ତା – ପୃଥିବୀ ସହ ଯୋଡି ହୁଅନ୍ତୁ

BSKY banner  750×100
0

ନୂଆଦିଲ୍ଲୀ: ଜଳବାୟୁ ପରିବର୍ତ୍ତନ ସମସ୍ୟାର ସମାଧାନକୁ ମୁଖ୍ୟ ବିଷୟ ଭାବେ ଗ୍ରହଣ କରି ଶନିବାର ସନ୍ଧ୍ୟା ୮.୩୦ମିନିଟରୁ ୯.୩୦ମିନିଟ ପର୍ଯ୍ୟନ୍ତ ଭାରତ ସମେତ ବିଶ୍ୱର କୋଣ ଅନୁକୋଣରେ ପାଳିତ ହୋଇଯାଇଛି ଆର୍ଥ ଆୱାର ୨୦୧୯। ଚଳିତ ବର୍ଷ ଆର୍ଥ ଆୱାରର ବାର୍ତ୍ତା ରହିଛି ପୃଥିବୀ ସହ ଯୋଡି ହୁଅନ୍ତୁ। ୨୦୦୭ ମସିହାରେ ଅଷ୍ଟ୍ରେଲିଆର ସିଡନୀରେ ୱାର୍ଲଡ ୱାଇଡ ଫଣ୍ଡ ଫର ନେଚର ଦ୍ୱାରା ଆରମ୍ଭ କରାଯାଇଥିବା ଏହି ଅଭିଯାନରେ ଏବେ ବିଶ୍ୱର ୧୮୭ଟି ଦେଶର ସାତ ହଜାରରୁ ଅଧିକ ସହର ସାମିଲ ହୋଇଛନ୍ତି।

ୱାର୍ଲଡ ୱାଇଡ ଫଣ୍ଡ ଫର ନେଚର ଟ୍ୱିଟ କରି କହିଛି, ପ୍ରକୃତି ଆମକୁ ଶୁଦ୍ଧ ଖାଦ୍ୟ, ଶୁଦ୍ଧ ବାୟୁ, ସତେଜ ଜଳ ଓ ଅନେକ କିଛି ଦେଉଛି କିନ୍ତୁ ଏବେ ପ୍ରକୃତି ସଙ୍କଟରେ।

ଆର୍ଥ ଆୱାର ୨୦୧୯ ଅଭିଯାନରେ ଭାରତ ସକ୍ରିୟ ଭାବେ ଅଂଶଗ୍ରହଣ କରିଛି। ଚଳିତ ବର୍ଷ ରାଷ୍ଟ୍ରପତି ଭବନ, ଇଣ୍ଡିଆ ଗେଟ, ଅକ୍ଷରଧାମ ମନ୍ଦିର, ଚାରମୀନାର, ଭିକ୍ଟୋରିଆ ଟର୍ମିନସ ସମେତ ଅନେକଗୁଡ଼ିଏ ସ୍ଥାନରେ ସ୍ୱେଚ୍ଛାକୃତ ଭାବେ ସମସ୍ତ ଲାଇଟ ବନ୍ଦ କରାଯାଇଥିଲା।

Leave A Reply