www.samajalive.in
Friday, December 12, 2025
27.1 C
Bhubaneswar

ନୀରବ ମୋଦୀ ତଦନ୍ତକାରୀ ଅଧିକାରୀଙ୍କ ବଦଳି ଆଦେଶ ଏକ ଘଣ୍ଟାରେ ବାତିଲ

ନୂଆଦିଲ୍ଲୀ: ଏକ ନୂଆ ଘଟଣାକ୍ରମରେ ଶୁକ୍ରବାର ପଳାତକ ହୀରା ବ୍ୟବସାୟୀ ନୀରବ ମୋଦୀ ମାମଲାର ତଦନ୍ତ କରୁଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଯୁଗ୍ମ ନିର୍ଦ୍ଦେଶକ ସତ୍ୟବ୍ରତ କୁମାରଙ୍କ ବଦଳି ଓ ପରେ ସେହି ବଦଳି ଆଦେଶକୁ ବାତିଲ କରାଯାଇଛି। ନିର୍ବାଚନ ଆଚରଣ ବିଧି ବଳବତ୍ତର ଥିବା ଯୋଗୁ କେନ୍ଦ୍ରର କାମଚଳା ସରକାର ତରବରିଆ ଭାବେ ବଦଳି ଓ ବାତିଲ ନିଷ୍ପତ୍ତି ନେଇଥିବା ଅନୁମାନ କରାଯାଉଛି।

ପ୍ରଥମେ ମୁମ୍ବାଇ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ସ୍ୱତନ୍ତ୍ର ନିର୍ଦ୍ଦେଶକ ସତ୍ୟବ୍ରତ କୁମାରଙ୍କୁ ବଦଳି କରିଥିଲେ। ସେ ସୁପ୍ରିମକୋର୍ଟଙ୍କ ତତ୍ୱାବଧାନରେ କୋଇଲା ଦୁର୍ନୀତି ମାମଲାର ମଧ୍ୟ ତଦନ୍ତକାରୀ ଅଧିକାରୀ ଅଛନ୍ତି। ସମ୍ପ୍ରତି ଲଣ୍ଡନରେ ରହି ସତ୍ୟବ୍ରତ କୁମାର ପଳାତକ ନୀରବ ମୋଦୀଙ୍କୁ ଭାରତ ଆଣିବା ପାଇଁ କୋର୍ଟ ମାମଲାରେ କାର୍ଯ୍ୟ କରୁଛନ୍ତି। ତେବେ ସମ୍ପୃକ୍ତ ଅଧିକାରୀଙ୍କ ବଦଳି ଆଦେଶ କାଳେ ବିବାଦ ସୃଷ୍ଟି କରିବ, ସେ ପୂର୍ବରୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ନିର୍ଦ୍ଦେଶକ ସଞ୍ଜୟ କୁମାର ମିଶ୍ର ସେହି ବଦଳି ଆଦେଶକୁ ବାତିଲ କରିଥିଲେ।

- Advertisement -

ଡେପୁଟେସନ ଶେଷ ହୋଇଥିବା କାରଣରୁ ବଦଳି କରାଯାଇଥିବା କୁହାଯାଉଥିଲେ ମଧ୍ୟ ସର୍ବୋଚ୍ଚ ନ୍ୟାୟାଳୟଙ୍କ ପୂର୍ବ ଆଦେଶ ମୁତାବକ ସତ୍ୟବ୍ରତ କୁମାରଙ୍କ ବଦଳି କୋର୍ଟ ଆଦେଶର ଅବମାନନା ବୋଲି ଅର୍ଥ ମନ୍ତ୍ରାଳୟ ଅବଗତ ଥିଲେ ବୋଲି ଇଡିର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ସମ୍ପ୍ରତି ନୀରବ ମୋଦୀ ମାମଲା ପରିଚାଳନା କରିବା ପାଇଁ ଇଡି ଅଧିକାରୀ ସତ୍ୟବ୍ରତ କୁମାର ଲଣ୍ଡନରେ ଥିବାବେଳେ ଏଭଳି ହୋଇଥିବା ଜଣାପଡିଛି।

ଅନ୍ୟ ପକ୍ଷରେ ଇଡି ସମ୍ପୃକ୍ତ ଅଧିକାରୀଙ୍କ ବଦଳି ନିର୍ଦ୍ଦେଶ ସମ୍ବଳିତ ସମ୍ବାଦକୁ ଟ୍ୱିଟରରେ ଅଗ୍ରାହ୍ୟ କରିଛନ୍ତି।

Hot this week

ମଣ୍ଡି ଅଚଳାବସ୍ଥା : ତାତିଲେ ଚାଷୀ

ନୂଆପଡ଼ା: ନୂଆପଡା ଜିଲ୍ଲାରେ ଖରିଫ୍‌ ମଣ୍ଡିରେ ଅଚଳାବସ୍ଥା ଲାଗିରହିଛି। ଜିଲ୍ଲାରେ ଗତ...

ଟ୍ରମ୍ପଙ୍କ ସହ ବାଣିଜ୍ୟିକ ଆଲୋଚନା କଲେ ମୋଦୀ

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ...

ନିଆଁ ଆୟତ୍ତ : ନୋ ଲିମିଟ୍ ବାର୍‌କୁ ମିଳିନଥିଲା ଲାଇସେନ୍ସ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ସ୍ଵାମୀ

ପାଟଣାଗଡ: ପାଟଣାଗଡ ବେଲପଡା ଥାନା କଟାପାଲି ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି।...

ପୁଣି ସ୍କୁଲକୁ ବୋମା ଧମକ

ନୂଆଦିଲ୍ଲୀ : ଶୁକ୍ରବାର ସକାଳେ ଅମୃତସରର ପ୍ରତିଷ୍ଠିତ ସିନିୟର ଷ୍ଟଡି ସ୍କୁଲକୁ...

Related Articles

Popular Categories