www.samajalive.in
Wednesday, December 10, 2025
26.1 C
Bhubaneswar

ଦ୍ୱିତୀୟ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ଶେଷ ହେଲା ପ୍ରାର୍ଥୀପତ୍ର ପ୍ରତ୍ୟାହାର

ନୂଆଦିଲ୍ଲୀ: ଦ୍ୱିତୀୟ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ଶୁକ୍ରବାର ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ଦିନ ଥିଲା। ଏହି ପର୍ଯ୍ୟାୟରେ ଏପ୍ରିଲ ମାସ ୧୮ ତାରିଖରେ ୧୩ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୯୭ଟି ନିର୍ବାଚନ ମଣ୍ଡଳୀ ମତଦାନ ହେବ। ତାମିଲନାଡୁର ସମସ୍ତ ୩୯ଟି ଯାକ ସଂସଦୀୟ ନିର୍ବାଚନମଣ୍ଡଳୀରେ ମତଦାନ ହେବ। ଏହି ପର୍ଯ୍ୟାୟରେ ମତଦାନ ହେଉଥିବା ଅନ୍ୟ ନିର୍ବାଚନମଣ୍ଡଳୀ ଗୁଡ଼ିକ ମଧ୍ୟରେ କର୍ଣ୍ଣାଟକର ୧୪ଟି, ମହାରାଷ୍ଟ୍ରର ୧୦ଟି, ଉତ୍ତରପ୍ରଦେଶର ୮ଟି, ଆସାମ, ବିହାର ଏବଂ ଓଡ଼ିଶାର ୫ଟି ଲେଖାଏଁ ଆସନ, ଛତିଶଗଡ ଓ ପଶ୍ଚିମବଙ୍ଗର ୩ଟି ଲେଖାଏଁ ଆସନ, ଜାମ୍ମୁ ଓ କାଶ୍ମୀରର ୨ଟି ଆସନ ଓ ମଣିପୁର, ତ୍ରିପୁରା ଏବଂ ପୁଡୁଚେରୀର ଗୋଟିଏ ଲେଖାଏଁ ଆସନ ରହିଛି।

ପ୍ରଥମ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଗୁରୁବାର ଶେଷ ଦିନ ଥିଲା। ଏହି ପର୍ଯ୍ୟାୟରେ ୨୦ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୯୧ଟି ନିର୍ବାଚନମଣ୍ଡଳୀରେ ଏପ୍ରିଲ ୧୧ ତାରିଖରେ ମତଦାନ ହେବ। ତେଲେଙ୍ଗାନାରେ ୧୭ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀପତ୍ର ପ୍ରତ୍ୟାହାର ପରେ ୪୪୩ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଥିବାର ଜଣାପଡିଛି।

- Advertisement -

ମହାରାଷ୍ଟ୍ରରେ ୭ଟି ଲୋକସଭା ଆସନ ପାଇଁ ୧୧୬ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ଉତ୍ତରାଖଣ୍ଡରେ ରାଜ୍ୟର ୫ଟି ଆସନ ପାଇଁ ୫୨ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ଜଣାପଡିଛି। ବିହାରରେ ଜାମୁଇରୁ ୨ଜଣ ପ୍ରାର୍ଥୀ ଓ ଔରଙ୍ଗାବାଦରୁ ଜଣେ ପ୍ରାର୍ଥୀ ସେମାନଙ୍କର ମନୋନୟନ ପତ୍ର ପ୍ରତ୍ୟାହାର କରିନେବା ପରେ ଆଉ ୪୪ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଥିବାର ଜଣାପଡିଛି।

ଆସାମରେ ୫ଟି ଆସନରୁ ୪୧ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରୁଛନ୍ତି। ମିଜୋରାମରେ ଏକମାତ୍ର ଲୋକସଭା ଆସନରୁ ୬ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ପଶ୍ଚିମ-ତ୍ରିପୁରା ନିର୍ବାଚନ ମଣ୍ଡଳୀରେ କୌଣସି ପ୍ରାର୍ଥୀ ମନୋନୟନ ପତ୍ର ପ୍ରତ୍ୟାହାର କରିନାହାନ୍ତି ଓ ୧୩ଜଣ ପ୍ରାର୍ଥୀ ସେଠାରୁ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ମହାରାଷ୍ଟ୍ରରେ ୭ଟି ଲୋକସଭା ଆସନରୁ ୧୧୬ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଥିବାର ଜଣାପଡିଛି। ସେମାନଙ୍କ ମଧ୍ୟରେ ନାଗପୁରରୁ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ ଓ ଚନ୍ଦ୍ରପୁରରୁ ହଂସରାଜ ଅହିର ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories