www.samajalive.in
Friday, December 12, 2025
27.1 C
Bhubaneswar

ମୋଦୀଙ୍କ ମିଶନ ଶକ୍ତି ଉଦବୋଧନ : ନିର୍ବାଚନ ଆୟୋଗଙ୍କ ପକ୍ଷରୁ କ୍ଲିନ ଚିଟ୍

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମିଶନ ଶକ୍ତିକୁ ନେଇ ରାଷ୍ଟ୍ର ଉଦ୍ଦେଶ୍ୟରେ ଦେଇଥିବା ଉଦବୋଧନକୁ ନିର୍ବାଚନ ଆୟୋଗ କ୍ଲିନ ଚିଟ୍ ଦେଇଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଏହି ଉଦବୋଧନ ଆଚାର ସଂହିତା ଉଲ୍ଲଙ୍ଘନ ନୁହେଁ ବୋଲି ନିର୍ବାଚନ ଆୟୋଗ କହିଛନ୍ତି । ମୋଦୀଙ୍କ ଏହି ଉଦବୋଧନରେ କୌଣସି ପ୍ରକାରର ଦଳୀୟ ପ୍ରଚାର ନଥିଲା । ସେ ନିଜ ଉଦବୋଧନରେ ଭୋଟ ପାଇଁ ମଧ୍ୟ ଆବେଦନ କରି ନାହାନ୍ତି ବୋଲି ନିର୍ବାଚନ ଆୟୋଗ କହିଛନ୍ତି।

ନିର୍ବାଚନ  ସମୟରେ ମୋଦୀ ଏହି ଉଦବୋଧନ ଜରିଆରେ ଆଚାର ସଂହିତା ଉଲ୍ଲଙ୍ଘନ କରିଛି ବୋଲି ଅଭିଯୋଗ ଆସିବା ପରେ ନିର୍ବାଚନ ଆୟୋଗ ଏହାର ଯାଞ୍ଚ ପାଇଁ ଏକ ଦଳ ଗଠନ କରିଥିଲେ। ଏହି ଦଳ  ଦୂରଦର୍ଶନ ଏବଂ ଆକାଶବାଣୀଠାରୁ ଏହି ଉଦବୋଧନ ବିଷୟରେ ସୂଚନା ମାଗିଥିଲେ । ପରେ ପ୍ରଧାନମନ୍ତ୍ରୀଙ୍କ ଭାଷଣ ଯାଞ୍ଚ କରାଯାଇଥିଲା । ସବୁ କିଛି ଅନୁଧ୍ୟାନ କରିବା ପରେ ନିର୍ବାଚନ ଆୟୋଗ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କ୍ଲିନ ଚିଟ୍ ଦେଇଛନ୍ତି ।

Hot this week

ମଣ୍ଡି ଅଚଳାବସ୍ଥା : ତାତିଲେ ଚାଷୀ

ନୂଆପଡ଼ା: ନୂଆପଡା ଜିଲ୍ଲାରେ ଖରିଫ୍‌ ମଣ୍ଡିରେ ଅଚଳାବସ୍ଥା ଲାଗିରହିଛି। ଜିଲ୍ଲାରେ ଗତ...

ଟ୍ରମ୍ପଙ୍କ ସହ ବାଣିଜ୍ୟିକ ଆଲୋଚନା କଲେ ମୋଦୀ

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ...

ନିଆଁ ଆୟତ୍ତ : ନୋ ଲିମିଟ୍ ବାର୍‌କୁ ମିଳିନଥିଲା ଲାଇସେନ୍ସ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ସ୍ଵାମୀ

ପାଟଣାଗଡ: ପାଟଣାଗଡ ବେଲପଡା ଥାନା କଟାପାଲି ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି।...

ପୁଣି ସ୍କୁଲକୁ ବୋମା ଧମକ

ନୂଆଦିଲ୍ଲୀ : ଶୁକ୍ରବାର ସକାଳେ ଅମୃତସରର ପ୍ରତିଷ୍ଠିତ ସିନିୟର ଷ୍ଟଡି ସ୍କୁଲକୁ...

Related Articles

Popular Categories