www.samajalive.in
Friday, December 12, 2025
26.1 C
Bhubaneswar

ଜାଣନ୍ତୁ ଭାରତରେ ସର୍ବାଧିକ ମତଦାତା ଥିବା ଏହି ପରିବାର ବିଷୟରେ

ଆଇଜଲ : ସରା ଦେଶରେ ଏବଂ ନିର୍ବାଚନର ବାତାବରଣ। ମତଦାତାଙ୍କୁ ଆକୃଷ୍ଟ କରିବା ପାଇଁ ସମସ୍ତେ ବ୍ୟସ୍ତ। ସବୁ ଯୋଗ୍ୟ ମତଦାତା ଯେପରି ନିଜର ମତାଧିକାର ସାବ୍ୟସ୍ତ କରନ୍ତି ସେଥିପାଇଁ ପ୍ରୟାସ କରାଯାଉଛି। ତେବେ ଗୋଟିଏ ପରିବାରରେ କେତେଜଣ ମତଦାତା ଥିବା ଆପଣ କହି ପାରିବେ। ତେବେ ମିଜୋରାମରେ ଅଛି ଏପରି ଏକ ପରିବାର ଯେଉଁଠି ମତଦାତାଙ୍କ ସଂଖ୍ୟା ଶହେ ପାଖାପାଖି।

ମିଜୋରାମର ଏକମାତ୍ର ଲୋକସଭା ଆସନ ଏବଂ ଆଇଜଲ ପଶ୍ଚିମ ବିଧାନସଭା ଆସନ ପାଇଁ ପ୍ରଥମ ପର୍ଯ୍ୟାୟରେ ଏକ ସଙ୍ଗେ ନିର୍ବାଚନ ଅନୁଷ୍ଠିତ ହେବ । ଲୋକସଭା ନିର୍ବାଚନ ପାଇଁ  ୬ ଜଣ ପ୍ରାର୍ଥୀ  ପ୍ରଚାର ଅଭିଯାନ ଆରମ୍ଭ କରି ଦେଇଛନ୍ତି । ତେବେ ମତଦାନ ପାଇଁ ପ୍ରସ୍ତୁତ ହୋଇ ରହିଛନ୍ତି ଏଠାରେ ବସବାସ କରୁଥିବା ବିଶ୍ୱର ସର୍ବ ବୃହତ ପରିବାର। କାରଣ ଏହି ପରିବାର ୯୮ଟି ଭୋଟ କୌଣସି ପ୍ରାର୍ଥୀଙ୍କ ବିଜୟ ଅବା ପରାଜୟ କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରିବ।

- Advertisement -

ଟ୍ରୁଇକୁମ୍‍ ବିଧାନସଭା ନିର୍ବାଚନ ମଣ୍ଡଳୀରେ ରହୁଥିବା ବିଶ୍ୱର ସବୁଠାରୁ ବଡ଼ ପରିବାରର ମୁଖିଆ ହେଉଛନ୍ତି ଜିଓନା ଚାନା। ତାଙ୍କ ପରିବାରର ମୋଟ ସଦସ୍ୟଙ୍କ ସଂଖ୍ୟା ପ୍ରାୟ ୨୦୦ । ୭୪ ବର୍ଷ ବୟସ୍କ ଜିଓନାଙ୍କ ୩୮ ପତ୍ନୀ, ୩୨ ପୁଅ ଏବଂ ୧୮ ଜଣ ଝିଅ ଅଛନ୍ତି । ତାଙ୍କ ନାତି-ନାତୁଣୀଙ୍କ ସଂଖ୍ୟା ହେଉଛି ୩୩ । ପରିବାର ସମସ୍ତ ସଦସ୍ୟ ଏକ ଚାରି ମହଲା କୋଠାରେ ଏକାଠି ରହୁଛନ୍ତି। ତେବେ ଏହି ପରିବାରରେ ୯୮ ଜଣ ମତଦାତା ଅଛନ୍ତି । ଯେଉଁମାନଙ୍କର ଭୋଟ ସମଗ୍ର ନିର୍ବାଚନ ମଣ୍ଡଳୀରେ ବେଶ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇବ।

ଜିଓନା ଚାନାଙ୍କ ପରିବାର ରହୁଥିବା ୪ ମହଲା ଘର

ରାଜ୍ୟର ଶେରଛିପ ଜିଲ୍ଲାରେ ରହୁଥିବା ଜିଓନା ଚାନାଙ୍କ ପରିବାର ମତଦାନ ପାଇଁ ବେଶ ଉତ୍ସାହିତ ଅଛନ୍ତି। ଏହି ଛୋଟ ପର୍ବତୀୟ ରାଜ୍ୟରେ ଜିତିବା ଏବଂ ହାରିବାର ବ୍ୟବଧାନ ବହୁତ କମ୍‍ ଥାଏ, ତେବେ ଚାନାଙ୍କ ପରିବାରର ୯୮ଟି ଭୋଟ ଯେ କୌଣସି ପ୍ରାର୍ଥୀଙ୍କ ଭାଗ୍ୟ ବଦଳାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିବ।

Hot this week

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

ତୃତୀୟ ବିଶ୍ୱଯୁଦ୍ଧ ପରିସ୍ଥିତି- ଟ୍ରମ୍ପ ଦେଲେ ଚେତାବନୀ

ନ୍ୟୁୟର୍କ - ବିଶ୍ୱ ତୃତୀୟ ବିଶ୍ୱ ଆଡକୁ ମୁହାଁଉଛି । ରୁଷ୍‌...

କମୁନି ‘ଧୁରନ୍ଧର’ର କ୍ରେଜ୍।

ମୁମ୍ବାଇ :କମୁନି 'ଧୁରନ୍ଧର'ର କ୍ରେଜ୍। ଡିସେମ୍ବର ୫ରେ ରିଲିଜ ଛି 'ଧୁରନ୍ଧର'।...

ସାଉଥ୍ ଏସିଆନ୍‌ ମୈତ୍ରୀ ସମ୍ମିଳନୀ ଉଦ୍‌ଘାଟିତ: ଯୋଗଦେଲେ ବିଭିନ୍ନ ରାଜ୍ୟର ଶତାଧିକ ପ୍ରତିନିଧି

ବ୍ରହ୍ମପୁର: ଶୁକ୍ରବାର ଗଞ୍ଜାମ ଜିଲ୍ଲାର ଗୋପାଳପୁର ବେଳାଭୂମିଠାରେ ୩୫ତମ ସାଉଥ୍ ଏସିଆନ୍...

ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକଙ୍କ ମୃତ୍ୟୁ

କେନ୍ଦ୍ରାପଡା: ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକର ମୃତ୍ୟୁ। ଏଭଳି ଅଭାବନୀୟ ଘଟଣା...

Related Articles

Popular Categories