www.samajalive.in
Sunday, December 14, 2025
17.1 C
Bhubaneswar

ଶ୍ରୀମନ୍ଦିରରେ ଆଜି ବି ବାହାରି ପାରିନି ମହାପ୍ରସାଦ : ଅନିଦ୍ରା ସହ ଉପବାସ ରହିଲେ

ପୁରୀ:  ମଙ୍ଗଳବାରରେ ଦ୍ୱିତୀୟ ଦିନରେ ବି ପୁରୀ ଶ୍ରୀମନ୍ଦିରରେ ଶ୍ରୀଜୀଉମାନଙ୍କୁ ମହାପ୍ରସାଦ  ଭୋଗ ଲାଗି ପାରି ନାହିଁ । ସୋମବାରରେ ଭୋଗ  ନ ଲାଗି ପାରି ରୋଷ ଘରେ ଥିବା ସମସ୍ତ ମହା ପ୍ରସାଦକୁ କୋଇଲି ବୈକୁଣ୍ଠରେ ପୋତି ଦିଆଯାଇଛି । ସୁଆର ମହାସୁଆ ନିଯୋଗର ସଦସ୍ୟ ମଙ୍ଗଳବାରରେ ମଧ୍ୟ ଶ୍ରୀମନ୍ଦେର ସିଂହଦ୍ୱାର ନିକଟରେ ଧାରଣାରେ ବସିଥିଲେ । ମହାପ୍ରସାଦ ଭୋଗ ଲାଗି ପାରି ନ ଥିବାରୁ ହୋଇଥିବା କ୍ଷତିପୂରଣ ଦାବିରେ ସେମାନେ ସିଂହଦ୍ୱାର ନିକଟରେ ଧାରଣାରେ ବସିଥିଲେ । ଗତକାଲି ରାତିରେ ପହଡ ବି ପକାଇ ନ ଥିଲେ ।

ସୂଚନା ଯୋଗ୍ୟ ଶ୍ରୀମନ୍ଦିର ପ୍ରଶାସନ ଏବଂ ସୁଆର ସେବକଙ୍କ ମଧ୍ୟରେ ବିବାଦ ଯୋଗୁଁ  ମହାପ୍ରଭୁ ୩୦ଘଣ୍ଟା ଉପବାସ ରହିଛନ୍ତି  । ଶ୍ରୀଜୀଉଙ୍କୁ ରାତିସାରା ଅନିଦ୍ରା ରଖାଗଲା। ଦୁଇଦିନ ହେଲା ବାହାରି ପାରିଲାନାହିଁ ବରାଦୀ ମହାପ୍ରସାଦ। ଅବଢ଼ା ନପାଇ ଫେରିଲେ ଶ୍ରଦ୍ଧାଳୁ। ଆପୋସ ସମାଧାନ ଉଦ୍ୟମ ବିଫଳ ହେଲା। ଶ୍ରୀମନ୍ଦିର ରୋଷଶାଳାରେ ସୋମବାରଠାରୁ ରହିଥିବା ପ୍ରାୟ ୨୦ଟ୍ରକ୍‍ ଅମୁଣିଆ ଅବଢ଼ା ପ୍ରଶାସନ ପକ୍ଷରୁ କୋଇଲି ବୈକୁଣ୍ଠରେ ପୋତାଗଲା। ମଙ୍ଗଳବାର ଶ୍ରୀଜୀଉଙ୍କ ମଙ୍ଗଳଆଳତି, ଅବକାଶ ଏବଂ ବେଶ ହୋଇଥିଲେ ମଧ୍ୟ ରାତି ୯ଟା ପର୍ଯ୍ୟନ୍ତ ରୋଷହୋମ କିମ୍ବା କୋଠଭୋଗ ହୋଇପାରିଲା ନାହିଁ। ରତ୍ନସିଂହାସନରେ ଅଖିଆ ଅପିଆ ବସି ଖାଲିପେଟରେ ଭକ୍ତଙ୍କୁ ଦର୍ଶନ ଦେଲେ ମହାପ୍ରଭୁ। ବିଶ୍ୱବ୍ରହ୍ମାଣ୍ଡର ତ୍ରାଣକର୍ତ୍ତାଙ୍କ ନୀତିରେ ଏଭଳି ମହାବିଭ୍ରାଟ କୋଟି କୋଟି ଜଗନ୍ନାଥପ୍ରେମୀଙ୍କୁ ମର୍ମାହତ କରିଛି। ଶ୍ରୀଜୀଉଙ୍କ ସେବାପୂଜାରେ ବାରମ୍ବାର ବିଶୃଙ୍ଖଳା କରୁଥିବା କିଛି ସେବକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଭିନ୍ନ ମହଲରେ ଦାବି ହେଉଛି।

- Advertisement -

ସୋମବାର ଶ୍ରୀଜୀଉଙ୍କ ନୀତି ପ୍ରାୟ ୪ଘଣ୍ଟା ବିଳମ୍ବ ହେବାରୁ ଦିନ ୧୨ଟାରେ ରୋଷହୋମ ହୋଇଥିଲା। ଅପରାହ୍ଣ ୪ଟା ୧୬ରେ ସକାଳଧୂପ ନୀତି ବଢ଼ିଥିଲା। ହାଇକୋର୍ଟଙ୍କ ନିର୍ଦେଶ ଅନୁଯାୟୀ ଶ୍ରଦ୍ଧାଳୁମାନେ ଜଗମୋହନ ଭିତରକୁ ଯାଇ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ଦର୍ଶନ କରିଥିଲେ। ରାତି ୧୦ଟା ସୁଦ୍ଧା ଭୋଗମଣ୍ଡପ ନୀତି (ବରାଦୀ ଭୋଗ) ହୋଇପାରି ନଥିଲା। ଶତାଧିକ ସୁଆର ସେବକ ସିଂହଦ୍ୱାର ସମ୍ମୁଖରେ ରାତି ୧ଟା ପର୍ଯ୍ୟନ୍ତ

ଧାରଣାରେ ବସିଥିଲେ। ତେଣୁ ପ୍ରଭୁଙ୍କ ଉଦ୍ଦେଶ୍ୟରେ ରୋଷଶାଳାରେ ରନ୍ଧା ହୋଇଥିବା ଲକ୍ଷ ଲକ୍ଷ ଟଙ୍କାର ଅନ୍ନବ୍ୟଞ୍ଜନ ଅଟକି ରହିଥିଲା। ରତ୍ନସିଂହାସନ ଉପରେ ମହାପ୍ରଭୁ ଉପାସରେ ରାତି ଉଜାଗର ରହିଥିଲେ। ଏଥିପାଇଁ ପ୍ରଶାସନ ଓ ସୁଆର ନିଯୋଗ ପରସ୍ପରକୁ ଦୋଷ ଦେଉଛନ୍ତି।

ମୁଖ୍ୟ ପ୍ରଶାସକ ପ୍ରଦୀପ କୁମାର ଜେନା, ଜିଲାପାଳ ଅରବିନ୍ଦ ଅଗ୍ରୱାଲ ଏବଂ ଆରକ୍ଷୀ ଅଧୀକ୍ଷକ ଡା. ସାର୍ଥକ କୁମାର ଷଡ଼ଙ୍ଗୀଙ୍କ ଉପସ୍ଥିତିରେ ମଙ୍ଗଳବାର ଶ୍ରୀଜୀଉଙ୍କ ମଙ୍ଗଳଆଳତି, ଅବକାଶ ଏବଂ ବେଶ ନୀତି ଅନୁଷ୍ଠିତ ହୋଇଛି। ରୋଷଶାଳାରେ ଟ୍ରକ୍‍ ଟ୍ରକ୍‍ ଅମୁଣିଆ ଅବଢ଼ା ଗଦା ହୋଇ ରହିଥିବାରୁ ରୋଷହୋମ ରାତି ୮ଟା ସୁଦ୍ଧା ହୋଇପାରିନାହିଁ। ସକାଳୁ ରାତି ଯାଏଁ ମହାପ୍ରଭୁ ଭୋକରେ ରହିଛନ୍ତି। ଅପରାହ୍ଣ ସାଢ଼େ ୩ଟାରେ ମନ୍ଦିର ପ୍ରଶାସନ ଓ ସୁଆର ନିଯୋଗ ମଧ୍ୟରେ ବୈଠକ ବସିଥିଲା। ଅବଢ଼ା ନଷ୍ଟ ପାଇଁ ସୁଆର ସେବକ ୩୦ଲକ୍ଷ ଟଙ୍କା କ୍ଷତିପୂରଣ ଦାବି କରିଥିଲେ। ଏହି ପ୍ରସ୍ତାବରେ ପ୍ରଶାସନ ରାଜି ହୋଇନଥିଲା। ତେଣୁ ସୁଆର ମହାସୁଆର ସେବକମାନେ ବୈଠକ ଛାଡ଼ି ପଳାଇଥିଲେ। ବିଳମ୍ବିତ ରାତିରେ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ କୋଠଭୋଗ କରାଯାଇଛି।

ହାଇକୋର୍ଟଙ୍କ ଗର୍ଭଗୃହ କଟକଣାକୁ କେନ୍ଦ୍ରକରି ମହାପ୍ରଭୁଙ୍କ ଉପରେ ରାଗ ନସୁଝାଇବାକୁ ମୁଖ୍ୟ ପ୍ରଶାସକ ପ୍ରଦୀପ କୁମାର ଜେନା ସୁଆର ସେବକଙ୍କୁ କହିଛନ୍ତି। ବୁଧବାରଠାରୁ ଶ୍ରୀଜୀଉଙ୍କ ଚନ୍ଦନଯାତ୍ରା ଏବଂ ରଥ ନିର୍ମାଣ ଆରମ୍ଭ ହେଉଥିବାରୁ ଶୃଙ୍ଖଳିତ ନୀତି ସମ୍ପାଦନରେ ସହଯୋଗ କରିବାକୁ ସେ ସବୁ ସେବକ ନିଯୋଗକୁ ଅନୁରୋଧ କରିଛନ୍ତି।

 

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories