କ୍ୟାରିୟରର ଶେଷ ବଲ୍ରେ ୮୦୦ ତମ ଓ୍ୱିକେଟ ନେଇଥିଲେ ମୁଥିଆ ମୁରଲୀଧରନ
ଶ୍ରୀଲଙ୍କାର ଲୋକ ପ୍ରିୟ ବୋଲ ମୁଥିଆ ମୁରଲୀଧରନ ନିଜର କ୍ୟାରିଅରର ଶେଷ ବଲରେ ୮୦୦ତମ ଓ୍ୱିକେଟ ନେଇଛନ୍ତି । ତାହାପୁଣି ଅନ୍ତର୍ଜାତୀୟ ଓଡିଆ ଖେଳାଳୀ ପ୍ରଜ୍ଞାନ ଓଝାଙ୍କର ଓ୍ୱିକେଟ । ମୁଥିଆ ମୁରଲୀଧରଙ୍କୁ ମଙ୍ଗଳବାରରେ ୪୬ ବର୍ଷ ହୋଇଛି । ସେ ୧୭ ଏପ୍ରିଲ ୧୯୭୨ ମସିହାରେ ଜନ୍ମ ଗ୍ରହଣ କରିଥିଲେ । ସେ ବିଶ୍ୱର ସବୁଠାରୁ ଦୃତତମ ୫୦୦, ୬୦୦ , ୭୦୦, ୮୦୦ ଓ୍ୱିକେଟ ନେଇଥିବା ଖେଳାଳୀ । ସେ ବିସ୍ୱର ସର୍ବାଧିକ ଓ୍ୱିକେଟ ନେଇଥିବା ଅନ୍ତର୍ଜାତୀୟ କ୍ରିକେଟ ଖେଳାଳୀ । ସେ ୧୯୯୨ ମସିହାରେ ଅଷ୍ଟ୍ରେଲିଆ ବିରୋଧରେ ନିଜର ଅନ୍ତର୍ଜାତୀୟ ଟେଷ୍ଟ କ୍ୟାରିଅର ଆରମ୍ଭ କରିଥିଲେ । ୧୯୯୩ରେ ଭାରତ ବିପକ୍ଷରେ ନିଜର ଦିନିକିଆ ଖେଳ ଆରମ୍ଭ କରିଥିଲେ । ୧୩୩ଟି ମ୍ୟାଚ ଖେଳି ସେ ୮୦୦ ଓ୍ୱିକେଟ ଗ୍ରହଣ କରିଥିଲେ ।