www.samajalive.in
Friday, December 12, 2025
16.1 C
Bhubaneswar

ସାଧାରଣ ନିର୍ବାଚନ ପୂର୍ବରୁ ଟିଆରଏସ୍‍କୁ ଝଟକା, ଏମଏଲସି ନିର୍ବାଚନରେ ୩ଟି ଆସନ ହାରିଲା

ହାଇଦରାବାଦ : ସାଧାରଣ ନିର୍ବାଚନ ପୂର୍ବରୁ ତେଲଙ୍ଗାନା ବିଧାନ ପରିଷଦ (ଏମଏଲସି) ନିର୍ବାଚନରେ ଚନ୍ଦ୍ରଶେଖର ରାଓଙ୍କ ନେତୃତ୍ୱାଧୀନ ତେଲଙ୍ଗାନା ରାଷ୍ଟ୍ର ସମିତି (ଟିଆରଏସ୍‍)କୁ ଝଟକା ଲାଗିଛି। ମଙ୍ଗଳବାର ପ୍ରକାଶିତ ନିର୍ବାଚନୀ ଫଳ ଅନୁସାରେ ଟିଆରଏସ୍‍ ସମର୍ଥିତ ୩ ଜଣ ପ୍ରାର୍ଥୀ ନିର୍ବାଚନରେ ହାରି ଯାଇଛନ୍ତି। ପ୍ରକାଶ ଯେ ମାର୍ଚ୍ଚ ୨୨ରେ ଏହି ଆସନଗୁଡ଼ିକ ପାଇଁ ନିର୍ବାଚନ ହୋଇଥିଲା। ଦୁଇଟି ସ୍ଥାନରେ ଟିଆରଏସ୍‍ ସମର୍ଥିତ ପ୍ରାର୍ଥୀ ତୃତୀୟ ସ୍ଥାନରେ ରହିଛନ୍ତି। ବାମ ଦଳ ସମର୍ଥିତ ଅଲୁଗୁବେଲି ନରସି ରେଡ୍ଡୀ ୱାରଙ୍ଗଲ-ଖମ୍ମନ-ନାଲଗୋଣ୍ଡା ଟିଚର୍ସ ସଂସଦୀୟ କ୍ଷେତ୍ରରୁ ବିଜୟୀ ହୋଇଛନ୍ତି। ସେ ଟିଆରଏସ୍‍ ସମର୍ଥିତ ପ୍ରାର୍ଥୀ ପୁଲା ରବୀନ୍ଦ୍ରଙ୍କୁ ପରାସ୍ତ କରିଛନ୍ତି। ଅନ୍ୟ ଏକ ଆସନରୁ କଂଗ୍ରେସ ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଟି ଜୀବନ ରେଡ୍ଡୀ ବିଜୟୀ ହୋଇଛନ୍ତି। ସେ ଟିଆରଏସ୍‍ ସମର୍ଥିତ ପ୍ରାର୍ଥୀ ଚନ୍ଦ୍ରଶେଖର ଗୌଡ଼ଙ୍କୁ ପରାସ୍ତ କରିଛନ୍ତି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories