www.samajalive.in
Wednesday, December 10, 2025
18.1 C
Bhubaneswar

ଯୁବତୀଙ୍କୁ ବଳାତ୍କାର ଅଭିଯୋଗ

ମୋହନା : ଗଜପତି ଜିଲା ଅଡବା ଥାନା ଅଞ୍ଚଳରେ ଜଣେ ଯୁବତୀଙ୍କୁ ବିବାହ ପ୍ରଲୋଭନ ଦେଖାଇ ବଳାତ୍କାର କରିଥିବା ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ, ଗତ ଅଗଷ୍ଟ ମାସରେ ଅଡବା ଥାନା ଅନ୍ତର୍ଗତ ମିଂଜାପଙ୍କା ଗାଁର ସୁରେନ୍ଦ୍ର ମଲ୍ଳିକ ନାମକ ଜଣେ ଯୁବକ ସେହି ଅଞ୍ଚଳର ଜଣେ ଯୁବତୀଙ୍କ ସହ ପ୍ରେମ ସମ୍ପର୍କ ରଖି ବିବାହ କରିବାର ପ୍ରଲୋଭନ ଦେଖାଇ ଯୁବତୀକୁ ବ୍ରହ୍ମପୁର ଲଜରେ ରଖି ବାରମ୍ବାର ଶାରିରୀକ ସମ୍ପର୍କ ରଖିଥିଲା। ଯୁବତୀ ଜଣଙ୍କ ଗର୍ଭବତୀ ହେବା ପରେ ଯୁବକ ଜଣକ ଜାଣିପାରି ଆଉ ଯୁବତୀ ସହ ସମ୍ପର୍କ ନରଖି ଫେରାର ହୋଇଯାଇଥିଲା। ପରେ ପରିବାର ଲୋକ ଘଟଣା ସମ୍ପର୍କରେ ଜାଣିବା ପରେ ଗାଁରେ ସଭା କରି ଯୁବକର ପରିବାର ଲୋକଙ୍କ ସହ ଆଲୋଚନା କରି ଉଭୟଙ୍କୁ ବିବାହ କରାଇବା ପାଇଁ ଚେଷ୍ଟା କରିଥିଲେ। କିନ୍ତୁ ଯୁବକ ପରିବାର ପକ୍ଷରୁ କୌଣସି ପ୍ରକାର ଗୁରୁତ୍ୱ ଦେଇନଥିଲେ। ପରେ ଯୁବକଙ୍କ ସହ ଫୋନ ମାଧ୍ୟମରେ ଯୋଗାଯୋଗ କରିବା ପାଇଁ ବାରମ୍ବାର ଚେଷ୍ଠା କରିଥିଲେ ମଧ୍ୟ ଯୁବକର ଫୋନ ସୁଇଚ୍‍ ଅଫ ରଖିଥିବା ପିଡୀତାଙ୍କ ପିତା କହିଛନ୍ତି। ବର୍ତ୍ତମାନ ଯୁବତୀ ୭ ମାସ ଗର୍ଭବତୀ ହୋଇଥିବା ବେଳେ ସେ ନିରାଶ ହୋଇ ନ୍ୟାୟ ପାଇବା ପାଇଁ ଥାନାର ଦ୍ୱାରସ୍ଥ ହୋଇଛନ୍ତି। ବୁଧବାର ପିଡୀତାର ଡାକ୍ତରୀମାଇନା କରାଯାଇ ଉକ୍ତ ଅଭିଯୋଗକୁ ଭିତ୍ତି କରି ପୁଲିସ ୧୫/୧୯ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଥିବା ଥାନା ଅଧିକାରୀ ଅଜୟ ବାରିକ ସୂଚନା ଦେଇଛନ୍ତି।

Hot this week

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

Related Articles

Popular Categories