ହାଇଦରାବାଦ : ସାଧାରଣ ନିର୍ବାଚନ ପୂର୍ବରୁ ତେଲଙ୍ଗାନା ବିଧାନ ପରିଷଦ (ଏମଏଲସି) ନିର୍ବାଚନରେ ଚନ୍ଦ୍ରଶେଖର ରାଓଙ୍କ ନେତୃତ୍ୱାଧୀନ ତେଲଙ୍ଗାନା ରାଷ୍ଟ୍ର ସମିତି (ଟିଆରଏସ୍)କୁ ଝଟକା ଲାଗିଛି। ମଙ୍ଗଳବାର ପ୍ରକାଶିତ ନିର୍ବାଚନୀ ଫଳ ଅନୁସାରେ ଟିଆରଏସ୍ ସମର୍ଥିତ ୩ ଜଣ ପ୍ରାର୍ଥୀ ନିର୍ବାଚନରେ ହାରି ଯାଇଛନ୍ତି। ପ୍ରକାଶ ଯେ ମାର୍ଚ୍ଚ ୨୨ରେ ଏହି ଆସନଗୁଡ଼ିକ ପାଇଁ ନିର୍ବାଚନ ହୋଇଥିଲା। ଦୁଇଟି ସ୍ଥାନରେ ଟିଆରଏସ୍ ସମର୍ଥିତ ପ୍ରାର୍ଥୀ ତୃତୀୟ ସ୍ଥାନରେ ରହିଛନ୍ତି। ବାମ ଦଳ ସମର୍ଥିତ ଅଲୁଗୁବେଲି ନରସି ରେଡ୍ଡୀ ୱାରଙ୍ଗଲ-ଖମ୍ମନ-ନାଲଗୋଣ୍ଡା ଟିଚର୍ସ ସଂସଦୀୟ କ୍ଷେତ୍ରରୁ ବିଜୟୀ ହୋଇଛନ୍ତି। ସେ ଟିଆରଏସ୍ ସମର୍ଥିତ ପ୍ରାର୍ଥୀ ପୁଲା ରବୀନ୍ଦ୍ରଙ୍କୁ ପରାସ୍ତ କରିଛନ୍ତି। ଅନ୍ୟ ଏକ ଆସନରୁ କଂଗ୍ରେସ ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଟି ଜୀବନ ରେଡ୍ଡୀ ବିଜୟୀ ହୋଇଛନ୍ତି। ସେ ଟିଆରଏସ୍ ସମର୍ଥିତ ପ୍ରାର୍ଥୀ ଚନ୍ଦ୍ରଶେଖର ଗୌଡ଼ଙ୍କୁ ପରାସ୍ତ କରିଛନ୍ତି।
Popular Categories



