www.samajalive.in
Sunday, December 7, 2025
23.1 C
Bhubaneswar

କାନ ସହ ଜଡ଼ିତ ଶୁଭ ଅଶୁଭ ସଙ୍କେତ

ହିନ୍ଦୁ ଧର୍ମରେ ସାମୁଦ୍ରିକ ଶାସ୍ତ୍ରର ଖୁବ ମହତ୍ତ୍ୱ ରହିଛି। ଏହି ଶାସ୍ତ୍ରରେ ବ୍ୟକ୍ତିଙ୍କ ବିଭିନ୍ନ ଅଙ୍ଗର ଗଠନ ଶୈଳୀରୁ ବହୁ କିଛି ଜାଣି ହୁଏ ବୋଲି ମାନ୍ୟତା ରହିଛି। ବିଭିନ୍ନ ଅଙ୍ଗରୁ ବ୍ୟକ୍ତିଙ୍କ ଆର୍ଥିକ, ସାମାଜିକ ଓ ଅନ୍ୟାନ୍ୟ ବହୁ କିଛି ଜାଣି ହୋଇଥାଏ। ସାମୁଦ୍ରିକ ଶାସ୍ତ୍ରରେ ବ୍ୟକ୍ତିଙ୍କ କାନ ସହ ଜଡ଼ିତ କିଛି ଶୁଭ ଓ ଅଶୁଭ ସଙ୍କେତ ବିଷୟରେ ମଧ୍ୟ ଉଲ୍ଲେଖ କରାଯାଇଛି। ଜାଣନ୍ତୁ ଏହା ବିଷୟରେ ….
ବହୁ ସମୟରେ ଆମେ କାନ ହାଲକା ଭାବେ କୁଣ୍ଡାଇ ହେବା କିମ୍ବା ଏକ ଶବ୍ଦ ହେବା ଭଳି ଅନୁଭବ ହୋଇଥାଏ। ଯଦି ଆପଣଙ୍କ ବାମ କାନ ଏପରି ହୁଏ, ତେବେ ଏହାକୁ ଶୁଭ ସଙ୍କେତ ବୋଲି କୁହାଯାଏ। ଏପରି ହେବା ଦ୍ୱାରା ବ୍ୟକ୍ତିଙ୍କୁ ଶୁଭ ଖବର ମିଳିବା ସହ କାର୍ଯ୍ୟରେ ସଫଳତା ମିଳିଥାଏ।
ଯଦି ଆପଣଙ୍କ ଡ଼ାହାଣ କାନ ହାଲକା ଭାବେ କୁଣ୍ଡାଇ ହେବା କିମ୍ବା ଏକ ଶବ୍ଦ ହେବା ଭଳି ଅନୁଭବ ହୋଇଥାଏ, ତେବେ ଆପଣଙ୍କ ସହ ଏପରି କୌଣସି ବ୍ୟକ୍ତି ଭେଟ ହେବେ ଯାହାଙ୍କ ଠାରୁ ଆପଣ ଲାଭବାନ ହେବେ। ଖୁସି ମଧ୍ୟ ମିଳିବ।
ବେଳେ ବେଳେ ଆପଣଙ୍କ କାନର ପଛ ଭାଗ କୁଣ୍ଡାଇ ହେବା ଅନ୍ୟ କିଛି ଭଳି ଅନୁଭୂତ ହୋଇଥାଏ। ଏହା ଶୁଭଫଳ ପ୍ରଦାନ କରିନଥାଏ। ଅଯଥାରେ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥାଏ।
ଯେଉଁମାନଙ୍କର ବାମ କାନର ସମ୍ମୁଖ ଭାଗରେ ଉପରି ଅଂଶରେ କଳା ଜାଇ ଥାଏ, ସେମାନେ ଜୀବନରେ କଠିନ ପରିଶ୍ରମ କରି ସଫଳତା ପାଇଥାଆନ୍ତି। ଏହାସହ ଜୀବନରେ ଛୋଟ ଛୋଟ ସମସ୍ୟା ଲାଗି ରହିଥାଏ।
ବାମ କାନର ପଛ ଭାଗରେ କଳା ଜାଇ ଥିଲେ , ଏମାନେ ଧନ ରୋଜଗାର କରିଲେ ମଧ୍ୟ ସମସ୍ୟା ଲାଗି ରହିଥାଏ। ଖୁବ କଷ୍ଟରେ ଏମାନଙ୍କୁ ବନ୍ଧୁ ମିଳିଥାଏ ।

Hot this week

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories