www.samajalive.in
Sunday, December 7, 2025
26.1 C
Bhubaneswar

ଜୟଲଳିତାଙ୍କ ଭୂମିକାରେ କଙ୍ଗନା : ଲୁକ୍ ନେଇ ଚର୍ଚ୍ଚା

ମୁମ୍ବଇ : ବଲିଉଡ଼ ଅଭିନେତ୍ରୀ କଙ୍ଗନା ରାଣାୱତ ତାମିଲନାଡ଼ୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜେ. ଜୟଲଳିତାଙ୍କ ଜୀବନ କାହାଣୀ ଉପରେ ଆଧାରିତ ଚଳଚ୍ଚିତ୍ରରେ ଅଭିନୟ କରିବେ। ଏଥିରେ ତାଙ୍କୁ ଜୟଲଳିତାଙ୍କ ଭୂମିକାରେ ଦେଖିବାକୁ ମିଳିବ। ତେବେ ଚଳଚ୍ଚିତ୍ରରେ କଙ୍ଗନାଙ୍କ ରୂପକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ସେ କିପରି ଜୟଲଳିତାଙ୍କ ରୂପ ଧାରଣ କରିବେ ଏନେଇ ପ୍ରଶ୍ନବାଚୀ ଉଠିଛି। କଙ୍ଗନା ମଧ୍ୟ ଏନେଇ ବହୁତ ଚିନ୍ତିତ ଥିବା ଜଣାପଡ଼ିଛି ଓ ସେ ଏଥିପାଇଁ ଖୁବ୍ ପରିଶ୍ରମ ମଧ୍ୟ କରୁଛନ୍ତି। କଙ୍ଗନା ପତଳା ହୋଇଥିବାରୁ ତାଙ୍କୁ ଜୟଲଳିତାଙ୍କ ରୂପ ଆପଣାଇବାକୁ ହେଲେ ନିଜ ଓଜନ ବହୁତ ବଢାଇବାକୁ ହେବ। ତେବେ କଙ୍ଗନା ଏହା କିପରି କରିବେ ତାହା ଦେଖିବା ବାକି ରହିଲା। କଙ୍ଗନାଙ୍କ ଚେହେରା, ଶରୀର ଓ ଠାଣିକୁ କିପରି ପରିବର୍ତ୍ତନ କରାଯିବ ଏହା ନିର୍ଦ୍ଦେଶକଙ୍କ ପାଇଁ ମଧ୍ୟ ଏକ ଜଟିଳ ସମସ୍ୟା ପାଲଟିଛି। କଙ୍ଗନା ନିଜ ଓଜନ ବଢାଇବେ ନା କୌଣସି ପ୍ରକାର ସିନ୍ଥେଟିକ୍ ମେକଅପ୍ ଜରିଆରେ ତାଙ୍କୁ ଜୟଲଳିତାଙ୍କ ରୂପ ଦିଆଯିବ ଏନେଇ କୌଣସି ସୂଚନା ମିଳିନାହିଁ।

ଉଲ୍ଲେଖଯୋଗ୍ୟ, ଏହି ଭୂମିକାରେ ଅଭିନୟ ପାଇଁ କଙ୍ଗନାଙ୍କୁ ୨୪ କୋଟି ଟଙ୍କା ପାରିଶ୍ରମିକ ଦିଆଯାଉଛି। ଏହାଦ୍ବାରା ସେ ବଲିଉଡ଼ର ସବୁଠାରୁ ଅଧିକ ପାରିଶ୍ରମିକ ନେଉଥିବା ଅଭିନେତ୍ରୀ ପାଲଟି ଯାଇଛନ୍ତି। ଏହି ଚଳଚ୍ଚିତ୍ର ମାଧ୍ୟମରେ କଙ୍ଗନା ପ୍ରଥମ ଥର ପାଇଁ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଜଗତରେ ପାଦ ଥାପିବେ। ଏହାକୁ ତାମିଲ ଓ ହିନ୍ଦୀ ଭାଷାରେ ନିର୍ମାଣ କରାଯିବ।

Hot this week

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

Related Articles

Popular Categories