www.samajalive.in
Saturday, December 6, 2025
16.1 C
Bhubaneswar

ସକାଳର ଜଳଖିଆ ବଢାଇଥାଏ ଏକାଗ୍ରତା ଓ ସ୍ମରଣ ଶକ୍ତି

ସକାଳର ଜଳଖିଆ ଖାଇବା ନିତ୍ୟାନ୍ତ ଜରୁରୀ। ବିଶେଷଜ୍ଞଙ୍କ ମତରେ ସକାଳର ଜଳଖିଆ କ୍ୟାଲସିୟମ ଏବଂ ଫାଇବରର ଏକ ଉତ୍ତମ ସ୍ରୋତ ଅଟେ। ଜଳଖିଆ ଖାଇବା ଦ୍ୱାରା ଏକାଗ୍ରତା , ସ୍ମରଣ ଶକ୍ତି ବୃଦ୍ଧି , ଧ୍ୟାନର ସହ କାର୍ଯ୍ୟକୁ ଶେଷ କରିବାର କ୍ଷମତା ବୃଦ୍ଧି ପାଇଥାଏ। ପିଲାମାନଙ୍କୁ ଖାସ କରି ସକାଳର ଜଳଖିଆ ଖାଇବା ଅତ୍ୟନ୍ତ ଆବଶ୍ୟକ ଅଟେ। ଜଳଖିଆ ଖାଇବା ଦ୍ୱାରା ଶରୀରକୁ ଶକ୍ତି ଓ ଜରୁରୀ ପୋଷକ ତତ୍ତ୍ୱ ମିଳିଥାଏ। ଏହାସହ ଏହା ଦ୍ୱାରା ଆପଣଙ୍କ ପେଟ ଭର୍ତ୍ତି ହୋଇରହିଥାଏ, ବାରମ୍ବାର ଖାଦ୍ୟ ଖାଇବାକୁ ପଡ଼ିନଥାଏ। ବିଶେଷଜ୍ଞଙ୍କ ମତରେ ଜଳଖିଆ ଖାଇବାର ଅନେକ ଉପକାରିତା ରହିବା ସହ ଓ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଏହା ସହଜ ଉପାୟ ଅଟେ। ଜାଣନ୍ତୁ କିଭଳି ଜଳଖିଆ ଖାଇବା ଦ୍ୱାରା ଏକାଗ୍ରତା , ସ୍ମରଣ ଶକ୍ତି ବୃଦ୍ଧି ପାଇଥାଏ….
ସ୍ୱାସ୍ଥ୍ୟକର ଜଳଖିଆ –
ଶରୀରରେ ଅଧିକ ଶକ୍ତି ପାଇଁ ଆପଣ ଗହମରେ ପ୍ରସ୍ତୁତ ପାଉଁରୁଟି ଖାଇପାରିବେ। ଅଧିକ ପ୍ରୋଟିନ ପାଇଁ ଅଣ୍ଡା ଓ ପାଉଁରୁଟି ଟୋଷ୍ଟ ଖାଇପାରିବେ।
କ୍ଷୀର ପିଇ ପାରିବେ। ଏହା ସ୍ମରଣ ଶକ୍ତି ବୃଦ୍ଧି କରିଥାଏ। ଶରୀରକୁ ଆବଶ୍ୟକ ପରିମାଣରେ ଶକ୍ତି ଯୋଗାଇଥାଏ।
ଏହା ସହ ବିଭିନ୍ନ ପ୍ରକାରର ଫଳ ଯେପରି କଦଳୀ, ସେଓ ଆଦିକୁ ମଧ୍ୟ ଖାଇପାରିବେ। ଫଳ ଖାଇବା ଦ୍ୱାରା ଦିନଯାକ ହାଲିଆ ଲାଗି ନଥାଏ। କାର୍ଯ୍ୟରେ ଆଗ୍ରହ ବଢିଥାଏ।
ସକାଳର ଜଳଖିଆରେ ଅଧିକ ତେଲ ମସଲା ଯୁକ୍ତ ଖାଦ୍ୟ ଖାଇବା ଉଚିତ ନୁହେଁ।
ଏହା ସ୍ୱାସ୍ଥ୍ୟ ଉପରେ କୁପ୍ରଭାବ ପକାଏ।
ହଜମ କ୍ରିୟାକୁ ପ୍ରଭାବିତ କରିଥାଏ।
କାର୍ଯ୍ୟ କରିବାକୁ ବାଧା ସୃଷ୍ଟି କରିଥାଏ।

Hot this week

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

Related Articles

Popular Categories