କଳାପଥର(ବାଙ୍କୀ): ବାଙ୍କୀ ଉପଖଣ୍ଡ ଅନ୍ତର୍ଗତ ରଗଡି ଗ୍ରାମ ପଞ୍ଚାୟତର ଭେଲେଇ ପଦାଠାରେ ଚାଲିଥିବା ୪୦ତମ ଗ୍ରାମାଞ୍ଚଳ କ୍ରିକେଟ ଟୁର୍ନାମେଣ୍ଟରେ ମନ୍ତ୍ରୀସାହି କ୍ରିକେଟ କ୍ଲବ ଏବଂ ଗୋପାଳପୁର କ୍ରିକେଟ୍ କ୍ଲବ ମଧ୍ୟରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା। ୨୦ ଓଭର ବିଶିଷ୍ଟ ମ୍ୟାଚରେ ମନ୍ତ୍ରୀ ସାହି ଟସ୍ ଜିତି ଓଭରରେ ସମସ୍ତ ୱିକେଟ ହରାଇ ୧୦୭ରନ କରିବାକୁ ସକ୍ଷମ ହୋଇଥିଲା। ଜବାବରେ ଗୋପାଳପୁର କ୍ରିକେଟ୍ କ୍ଳବ ୧୭.୩ ଓଭରରେ ୧୦୯ ରନ ସଂଗ୍ରହ କରି ମ୍ୟାଚ ବିଜୟୀ ହୋଇଥିଲା। ଅପରାହ୍ଣରେ ଆୟୋଜିତ ପୁରସ୍କାର ବିତରଣ ଉତ୍ସବରେ ବାଙ୍କୀର ପୂର୍ବତନ ବିଧାୟକ ଡଃ.ଦେବାଶିଷ ପଟ୍ଟନାୟକ ଯୋଗଦେଇ ଖେଳାଳୀମାନଙ୍କୁ ଉତ୍ସାହିତ କରିବା ସହିତ ଖେଳଦ୍ୱାରା ପରସ୍ପର ମଧ୍ୟରେ ଭାଇଚାରାର ସମ୍ପର୍କ ମଜଭୁତ୍ ହେଉଥିବା ପ୍ରକାଶ କରିଥିଲେ। ସମ୍ମାନିତ ଅତିଥିଭାବେ କ୍ରୀଡା ସଂଗଠକ ଦୈତାରୀ ରାଜ, ଅଜୟ କୁମର ପଣ୍ଡା, ମନୋରଞ୍ଜନ ପଣ୍ଡା ଯୋଗଦେଇଥିଲେ। ସୌମ୍ୟରଞ୍ଜନ ପଣ୍ଡା ଏବଂ ନିରଞ୍ଜନ ପାତ୍ର ମ୍ୟାଚ ପରିଚାଳନା କରିଥିଲେ। ଉଭୟ ବିଜେତା ଏବଂ ଉପବିଜେତା ଦଳଙ୍କୁ ଟ୍ରଫି ଏବଂ ଅର୍ଥ ରାଶି ସହ ପୁରସ୍କୃତ କରାଯାଇଥିଲା। ମ୍ୟାନ ଅଫ୍ ଦ ମ୍ୟାଚ ଭାବେ କୁମାର ଲିପନ ଏବଂ ମ୍ୟାନ ଅଫ ଦ ସିରିଜ୍ ଭାବେ କୁମାର ଶବରଙ୍କୁ ପୁରସ୍କୃତ କରାଯାଇଥିଲା।



